Puri News: ଆଜି ପବିତ୍ର ମହାଳୟା ଅମାବାସ୍ୟା (Mahalaya Amavasya 2023 )। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁ ବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।
Trending Photos
Puri News: ଆଜି ପବିତ୍ର ମହାଳୟା ଅମାବାସ୍ୟା (Mahalaya Amavasya 2023 )। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁ ବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି। ଏଣୁ କେହି ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି।
Also Read: Mahalaya 2023: ଆଜି ମହାଳୟା ଶ୍ରାଦ୍ଧ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମାହାତ୍ମ୍ୟ
Also Read: Today Horoscope: ଘାତଚନ୍ଦ୍ରର ଯୋଗ ହେତୁ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?
ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ (Srimandir)ପସନ୍ଦ କରିଥାନ୍ତି । ହେଲେ ବର୍ତ୍ତମାନ ଶ୍ରୀମନ୍ଦିର ବାଇଶି ପାହାଚରେ(Puri Srimandir) ତିଳତର୍ପଣ ବନ୍ଦ ରହିଛି। । କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ହେବ ଶ୍ରୀକ୍ଷେତ୍ରରେ ମହାଳୟା ଫିକା ପଡିଥିବା ବେଳେ ଚଳିତବର୍ଷ କିନ୍ତୁ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ସେପଟେ ମହୋଦଧି , ନରେନ୍ଦ୍ର ପୋଖରୀ, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଉଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖଭାଗରେ ବସି ପୁରୋହିତ ମାନେ ତିଳତର୍ପଣ କରୁଛନ୍ତି। ତେବେ ଏହି ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା,ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି।
ସେପଟେ, ପବିତ୍ର ମହାଳୟା ଅବସରରେ, ଆଜି ମାଆ ସମଲେଶ୍ବରୀଙ୍କ ଧଳମୁଖୀ (Maa Samaleswari Dhabalamukhi Besa ) ବେଶ ହୋଇଥାଏ । ବର୍ଷ ତମାମ ମା ସମଲେଶ୍ବରୀ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଧଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜିକା ଦିନରେ ମାଆ ସମଲେଶ୍ବରୀଙ୍କୁ ଧଳମୁଖୀ ବେଶରେ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ବାସ୍ ରହିଛି । ମହାଳୟା ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମା’ଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ।