ମହାନଦୀ ଧୋଇଲା ମାଆ ଭଟ୍ଟାରିକାଙ୍କ ବେଢା
Advertisement
Article Detail0/zeeodisha/odisha2360296

ମହାନଦୀ ଧୋଇଲା ମାଆ ଭଟ୍ଟାରିକାଙ୍କ ବେଢା

ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ବର୍ତ୍ତମାନ ୪ଫୁଟରୁ ଉର୍ଦ୍ଧ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି । କିନ୍ତୁ ବନ୍ୟାଜଳ ମାଆଙ୍କ ମନ୍ଦିର ଭିତରେ ପ୍ରବେଶ କରିନାହିଁ ।

ମହାନଦୀ ଧୋଇଲା ମାଆ ଭଟ୍ଟାରିକାଙ୍କ ବେଢା

କଟକ: ହୀରାକୁଦ ୨୦ଟି ଗେଟ୍ ଖୋଲିବା ପରେ ବର୍ତ୍ତମାନ ମହାନଦୀରେ ବନ୍ୟା ଆସିଛି । ଗତ ରାତିରେ ମୁଣ୍ଡଳୀ ବନ୍ୟାଜଳ ପହଞ୍ଚିଥିବା ସମୟରେ ଅନେକ ଖାଲୁଆ ସ୍ଥାନ ଜଳମଗ୍ନ ହୋଇଛି । ଏଥିସହ ବଡ଼ମ୍ୱା ସ୍ଥିତ ମାଆ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଛି ବନ୍ୟାଜଳ ।

ସୂଚନା ମୁତାବକ, ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ବର୍ତ୍ତମାନ ୪ଫୁଟରୁ ଉର୍ଦ୍ଧ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି । କିନ୍ତୁ ବନ୍ୟାଜଳ ମାଆଙ୍କ ମନ୍ଦିର ଭିତରେ ପ୍ରବେଶ କରିନାହିଁ । ଯଦି ମହାନଦୀ ଆହୁରି ଫୁଲେ ତେବେ ମନ୍ଦିର ଭିତରେ ପାଣି ପଶିବାର ସମ୍ଭାବନା ରହିଛି । ଯଦି ମାଆ ଭଟ୍ଟାରିକାଙ୍କ ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଆଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏଥିସହ ମାଆଙ୍କ ପୂଜାରେ ଯେପରି ବ୍ୟାହତ ନହୁଏ ସେଥିପ୍ରତି ଉଭୟ ସେବାୟତ ଏବଂ ବଡମ୍ବା ଦେବୋତ୍ତର ବିଭାଗ ସଜାଗ ରହିଛନ୍ତି । ମାଆଙ୍କ ପୂଜା ସଠିକ ଭାବେ ତ୍ୱରାନ୍ୱିତ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ଦିର ପୂଜକ ଶିରିଷ କୁମାର ରଣା ।

ସୂଚନାଯୋଗ୍ୟ, ରବିବାର ଦିନ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସାତଟି ଗେଟ ପ୍ରଥମେ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ କରାଯାଇଥିଲା । ପରେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାହୋଇଛି। ହୀରାକୁଦରୁ ନିଷ୍କାସିତ ବନ୍ୟାଜଳ ପ୍ରାୟତଃ ୨୪ ଘଣ୍ଟା ମଧ୍ୟରେ ମୁଣ୍ଡଳୀଠାରେ ପହଞ୍ଚିଥାଏ। ଏହି କ୍ରମରେ ଗତକାଲି ରାତିରେ ମୁଣ୍ଡଳୀଠାରେ ପହଞ୍ଚିଥିଲା । ସେପଟେ ୨୦ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୧୬.୭୯ ଫୁଟ ରହିଛି। ଜଳ ଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି। ସେହିପରି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ପଥରଳା ଓ ଖଇରମାଳ ନିକଟରେ ମହାନଦୀ ଫୁଲିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ଖଇରମାଳ ନିକଟରେ ୫ ଲକ୍ଷ ୨ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ନେଇ ସୂଚନା ରହିଛି। ପଥରଳା ନିକଟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବନ୍ୟା ପ୍ରବାହିତ ହେଉଛି। କୋଡିଏଟି ଗେଟ ଦେଇତିନି ଲକ୍ଷ କ୍ୟୁସେକ ଜଳ ଛତିଶ ଘଣ୍ଟା ପରେ ଆଜି ମୁଣ୍ଡଳୀରେ ପହଞ୍ଚିବ। ମୁଣ୍ଡଳୀରେ ଦୁଇ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ହୀରାକୁଦରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦର ମୁଖ୍ୟ ଯନ୍ତ୍ରୀ। ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି।

Also Read- ଭଦ୍ରକ ଆତ୍ରୁକଣାରେ ଅଘଟଣ, ପୋଖରୀରେ ବୁଡ଼ି ୩ ମୃତ୍ୟୁ

Also Read- Surya Gochar 2024: ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ତିନୋଟି ରାଶିକୁ ବଡ଼ ଲାଭ