SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ଅଭିଯୋଗ

SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଟାଉନ ହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମହିଳା ମୋର୍ଚ୍ଚାର କର୍ମୀ ମାନେ ଅଫିସ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଶତାଧିକ ମହିଳା।

SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ଅଭିଯୋଗ

About the Author