ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ, ଥାନା ଏସଆଇଙ୍କୁ ଆକ୍ରମଣ
Advertisement
Article Detail0/zeeodisha/odisha2431437

ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ, ଥାନା ଏସଆଇଙ୍କୁ ଆକ୍ରମଣ

Attack police: ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି। ତେବେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ, ଥାନା ଏସଆଇଙ୍କୁ ଆକ୍ରମଣ

ଭୁବନେଶ୍ଵର: ଭରତପୁର ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଥାନା ଭିତରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ନିଶାଶକ୍ତ ଅବସ୍ଥାରେ ଥାନାରେ ପଶି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କଲେ ଶିଖ ରେଜିମେଣ୍ଟ କୋଲକାତାର ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ। ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି। ତେବେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୂଚନା ଅନୁସାରେ, ଆଜି ସକାଳୁ ଭରତପୁର ଥାନାରେ ପଶି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ ରଚାଇ ଥିଲେ। କୋଲକତା ରେଜିମେଣ୍ଟର ମେଜର ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ ଥାନାରେ ଥିବା ୨ଜଣ ସବଇନସ୍ପେକ୍ଟର ଜଣେ ମହିଳା କନେଷ୍ଟବଳ ଏବଂ ଦୁଇ ଜଣ କନେଷ୍ଟବଳଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଗଣ୍ଡଗୋଳ ସମୟରେ ଉଭୟ ପ୍ରବଳ ମଦ୍ୟପାନ କରିଥିଲେ। ମେଜର ଆସିଥିବା ଗାଡ଼ି ଭିତରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ଉଭୟ ଥାନା ଭିତରେ ପଶି ପୁଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।