Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା
Advertisement

Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା

Weather Update: ରାଜ୍ୟରେ ଗତକିଛି ଦିନ ଧରି ଜାରି ରହିଛି ଭୀଷଣ ଗୁଳିଗୁଳି ସହ ଗରମ (heat wave)। ଫଳରେ ଅସ୍ତବ୍ୟକ୍ତ ହୋଇପଡୁଛି ଜନଜୀବନ।  ଦିନ ୧୦ଟା ପରେ  ମୁଣ୍ତଫଟା ଖରା ଯୋଗୁଁ ବାହାରକୁ ଯିବା ମୁସ୍କିଲ୍ ହୋଇ ପଡୁଛି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ( Bhubaneswar Meteorological Centre) ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି । ଏଥରେ ବର୍ଷାରେ ଭିଜିପାରେ ଦଶହରା। 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ରାଜ୍ୟରେ ଗତକିଛି ଦିନ ଧରି ଜାରି ରହିଛି ଭୀଷଣ ଗୁଳିଗୁଳି ସହ ଗରମ (heat wave)। ଫଳରେ ଅସ୍ତବ୍ୟକ୍ତ ହୋଇପଡୁଛି ଜନଜୀବନ।  ଦିନ ୧୦ଟା ପରେ  ମୁଣ୍ତଫଟା ଖରା ଯୋଗୁଁ ବାହାରକୁ ଯିବା ମୁସ୍କିଲ୍ ହୋଇ ପଡୁଛି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ( Bhubaneswar Meteorological Centre) ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି । ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏବଂ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏଥରେ ବର୍ଷାରେ ଭିଜିପାରେ ଦଶହରା। ଅର୍ଥାତ୍ ନବମୀ ଓ ଦରଶୀ( ଦଶହରା) ସମୟରେ ରାଜ୍ୟରେ ହାଲୁକା ବର୍ଷା( rain)ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ( Bhubaneswar Meteorological Centre)ପୂର୍ବାନୁମାନ କରିଛି । ଆଜି ସକାଳେ କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହି ଜିଲ୍ଲ ଗୁଡିକ ହେଲା, ଗଜପତି, କନ୍ଧମାଳ, ରାୟଗଡା, ଗଞ୍ଜାମ,ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ।

Also Read: Gold Rate: ସୁନା ଦରରେ ବିରାଟ ପରିବର୍ତ୍ତନ, ଜାଣନ୍ତୁ ଭୁବନେଶ୍ବର-କଟକରେ ଆଜି କେତେ ରହିଛି ରେଟ୍ ?

କେବଳ ସେତିକି ନୁହେଁ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ,ମାଲକାନଗିରି, କୋରାପୁଟ, ରାୟଗଡା ଓ  ବାଲେଶ୍ବର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଏବଂ ଆସନ୍ତା କାଲି ଠାରୁ ୨୨ ତାରିଖ ଯାଏଁ ପାଗ ଶୁଖିଲା ରହିବ। ଏବଂ ଏହାପରେ,୨୩ ତାରିଖ ସମୟରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ସହ ପବନ ବହିବ। ଏବଂ  ୨୪ ତାରିଖ ବେଳେକୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଗତକାଲି  ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି।  ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ  ସର୍ବାଧିକ ୧୨.୨ ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ ୧୦.୪ ମିମି ବର୍ଷା ରେକର୍ଡ ହୋଇଛି। 

ଚଳିତ ମୌସୁମୀରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି। ୧୦ ଦିନ ବିଳମ୍ବରେ ୨୨ ଜୁନ ରେ ମୌସୁମୀ ରାଜ୍ୟକୁ ଆସିଥିବା ବେଳେ ୧୩ ଅକ୍ଟୋବରରେ ରାଜ୍ୟରୁ ବିଦାୟ ନେଇଛି।  ୨୨ ଜୁନ ରୁ ୩୦ ସେପ୍ଟେମ୍ବର, ୧୦୧ ଦିନରେ, ୩୩ ଦିନ ରାଜ୍ୟରେ ସ୍ୱାଭାବିକ ବର୍ଷା ତୁଳନାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଅର୍ଥାତ ୨୦% ଦିନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି, ଗତକାଲି ସକାଳ ସମୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ମଧ୍ୟମ-ଧରଣର କୁହୁଡି ଅନୁଭୂତ ହୋଇଥିବା ବେଳେ ସର୍ବନିମ୍ନ  ଦୃଶ୍ୟମାନ ଦୂରତା ୨୦୦ମିଟର ରେକର୍ଡ ହୋଇଛି।