Odisha News: ଏହି ପୁଷ୍ଟି ଶସ୍ୟ ଖାଦ୍ୟ ଉତ୍ପାଦନ ରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀ ମାନଙ୍କୁ ଲାଭବାନ ହେବାପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ସମସ୍ତ ବ୍ଲକ୍ ରେ ମାଣ୍ଡିଆ ତଥା ବିସ୍ତୃତ ଫସଲ ର ପୁନଃ ଉପଯୋଗ ନିମନ୍ତେ କୃଷି ବିଭାଗ ଓ ଚାଷୀମାନଙ୍କୁ ଉପଦେଶ ଦେଇଥିଲେ। ପୂର୍ବରୁ ମାଣ୍ଡିଆର ଖାଦ୍ୟ ପ୍ରତ୍ୟେକ ପରିବାରରେ ବ୍ୟବହୃତ ହେଉଥିଲା।
Trending Photos
Odisha News: (ନାରାୟଣ ବେହେରା) ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗଦେଇ ମାଣ୍ଡିଆ ଉପକାରିତା ଉପରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ଆମ ରାଜ୍ୟ ଓ ଦେଶ ଏକ କୃଷି ପ୍ରଧାନ ଦେଶ। ମାଣ୍ଡିଆ ଏକ ଏଭଳି ଖାଦ୍ୟ ଏହା ଶରୀରକୁ ପୋଷଣ ଯୋଗାଇବା ସହିତ ରୋଗ ପ୍ରତୋରୋଧକ ଶକ୍ତି ବଢାଇ ଥାଏ। ବର୍ତ୍ତମାନ ମଣ୍ଡିଆର ଲୋକପ୍ରିୟତା ବଢିବା ସହିତ ମିଶନ ଶକ୍ତି ମା'' ମାନଙ୍କ ଦ୍ଵାରା ମାଣ୍ଡିଆର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି।
ତେଣୁ ଏହି ପୁଷ୍ଟି ଶସ୍ୟ ଖାଦ୍ୟ ଉତ୍ପାଦନ ରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀ ମାନଙ୍କୁ ଲାଭବାନ ହେବାପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ସମସ୍ତ ବ୍ଲକ୍ ରେ ମାଣ୍ଡିଆ ତଥା ବିସ୍ତୃତ ଫସଲ ର ପୁନଃ ଉପଯୋଗ ନିମନ୍ତେ କୃଷି ବିଭାଗ ଓ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ। ପୂର୍ବରୁ ମାଣ୍ଡିଆର ଖାଦ୍ୟ ପ୍ରତ୍ୟେକ ପରିବାରରେ ବ୍ୟବହୃତ ହେଉଥିଲା। ମାଣ୍ଡିଆ ଶରୀରକୁ ସୁସ୍ଥ ରଖେ ତେଣୁ ପିଲାମାନେ ଫାଷ୍ଟ ଫୁଡ୍ ଛାଡ଼ି ମାଣ୍ଡିଆ ଜାତ ଖାଦ୍ୟ ଖାଇବାକୁ ବିଧାୟକ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ମାଣ୍ଡିଆ ଚାଷ କରୁଥିବା ଚାଷୀମାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗଦେଇ ପୁରୁଣା ଖାଦ୍ୟ ବ୍ୟବସ୍ଥାକୁ ଉଜ୍ଜିବିତ କରିବା ଓ ଖାଦ୍ୟ ସାରଣୀରେ ମାଣ୍ଡିଆ କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବ୍ଳକ୍ ରୁ ଆସି ଏହି ଦିବସ ରେ ସାମିଲ୍ ହୋଇଥିବା ୨ଶହରୁ ଉର୍ଦ୍ଧ୍ବ ଚାଷୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଣ୍ଡିଆ ଦିବସ ପାଳନ ର ବିଶେଷତ୍ଵ ବିଷୟରେ ଅବଗତ କରାଇଥିଲେ।
ବିଶ୍ଵ ସ୍ତରରେ ପୁଷ୍ଟି ଶସ୍ୟ ଓ ଶ୍ରୀ ଅନ୍ନର ପୁନରୁଦ୍ଧାର କରାଯାଇ ଏହାକୁ ପ୍ରତ୍ୟେକ ଖାଦ୍ୟ ଥାଳିରେ ସାମିଲ କରିବା ଦ୍ୱାରା ଏହାର ପୃଷ୍ଟି ପୋଷକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ଆୟୋଜିତ ହେଉଅଛି। ଏହା ବିଭିନ୍ନ ଅଂଶୀଦାରଙ୍କ ଅନୁଭୂତ ମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସଫଳ ରୂପାୟନ ନିମନ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି। ଏହି ଅବସରରେ ଅଗ୍ରଣୀ ପୁଷ୍ଟିଶସ୍ୟ ଚାଷୀ, ଶ୍ରୀ ଅନ୍ନ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ କୃତୀ ସ୍ଵୟଂ ସହାୟକ ଗୋଷ୍ଠୀ, ଏଵଂ ମାଣ୍ଡିଆ ଦିବସ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପରେ ଅତିଥିମାନେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ବୁଲି ଦେଖିଥିଲେ। ବୈଷୟିକ ଅଧିବେଶନ ରେ ଆଇ ସି ଏ ଆର ର ମୁଖ୍ୟ ବୈଜ୍ଞାନିକ ଡଃ ସୁକାନ୍ତ କୁମାର ଷଡ଼ଙ୍ଗୀ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ , ଭୁବନେଶ୍ୱର ର ବୈଜ୍ଞାନିକ ମନିତା ମହାପାତ୍ର ଏଵଂ ଜଗତସିଂହପୁର କୃଷି ବିଜ୍ଞାନ କେନ୍ଦ୍ର ର ର ବୈଜ୍ଞାନିକ ସସ୍ମିତା ପୁରୋହିତ ଉପସ୍ଥିତ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅମଳ ପରବର୍ତ୍ତୀ ଫସଲ ର ଯତ୍ନ ସଂପର୍କରେ ଅବଗତ କରାଇଥିଲେ। ଅମ୍ବିକା ପାଲା ସଂସଦ ଦ୍ବାରା ପୁଷ୍ଟି ଶସ୍ୟ ସମ୍ବଳିତ ପାଲା ପରିବେଷଣ କରା ଯାଇଥିଲା।ଏହି ଉତ୍ସବରେ ବିଭିନ୍ନ ବ୍ଲକରୁ ଆସିଥିବା ମିଶନ ଶକ୍ତି ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀ, ମିଲେଟ ଚାଷୀ, ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।