କେରଳରେ ଫସିଥିବା ଦୁଇ ଓଡ଼ିଆ ଡାକ୍ତର ଖୁବଶୀଘ୍ର ଉଦ୍ଧାର ହେବେ: ରାଜସ୍ବ ମନ୍ତ୍ରୀ
Advertisement
Article Detail0/zeeodisha/odisha2361485

କେରଳରେ ଫସିଥିବା ଦୁଇ ଓଡ଼ିଆ ଡାକ୍ତର ଖୁବଶୀଘ୍ର ଉଦ୍ଧାର ହେବେ: ରାଜସ୍ବ ମନ୍ତ୍ରୀ

Minister suresh pujari: ଓଡ଼ିଶାର ଦୁଇ ପରିବାର ଫସିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ, ହେଲେ ତାଙ୍କ ପତ୍ନୀମାନେ ଚିକିତ୍ସିତ ହେଉଛନ୍ତି ।ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି।

କେରଳରେ ଫସିଥିବା ଦୁଇ ଓଡ଼ିଆ ଡାକ୍ତର ଖୁବଶୀଘ୍ର ଉଦ୍ଧାର ହେବେ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ। ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। 

କେରଳରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। 

ସେ କହିଛନ୍ତି ଯେ, କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି। ଓଡ଼ିଶାର ଦୁଇ ପରିବାର ଫସିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ, ହେଲେ ତାଙ୍କ ପତ୍ନୀମାନେ ଚିକିତ୍ସିତ ହେଉଛନ୍ତି ।ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି। ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ। ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି, ତାଙ୍କ ପରିବାର ସହ ସରକାର ଅଛନ୍ତି। ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ। ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ। 

ସୂଚନାଥାଉକି, ତେବେ ବିଳମ୍ବିତ ରାତିରେ ଭୂସ୍ଖଳନ ହୋଇଥିଲେ। ଯାହା ପରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି। ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି। ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ବିଷ୍ଣୁଙ୍କ ପରିବାର।