Odia News: ଉଦଘାଟନ କରିବାକୁ ଆସି ହଟହଟା ହେଲେ ପୂର୍ବତନ ମନ୍ତ୍ରୀ
Advertisement
Article Detail0/zeeodisha/odisha1791398

Odia News: ଉଦଘାଟନ କରିବାକୁ ଆସି ହଟହଟା ହେଲେ ପୂର୍ବତନ ମନ୍ତ୍ରୀ

ପୁରୀ: ଚକରୋଡା ଠାରେ ଶିଳାନ୍ୟାସ କରିବାକୁ ଆସି ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ (Nimapada MLA) ହଟହଟା। ବିଧାୟକଙ୍କୁ ଗ୍ରାମବାସୀଙ୍କ କଡା ବିରୋଧ । ବିଧାୟକଙ୍କୁ ଅଟକ ରଖିବା ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କଲେ । ଶେଷରେ ରାସ୍ତା ନିର୍ମାଣ ଲାଗି ଶିଳାନ୍ୟାସ ନକରି ଫେରିଲେ ନିମାପଡା ବିଧାୟକ। ପୁରୀ ଜିଲ୍ଲା ନିମାପଡା ନିର

Odia News: ଉଦଘାଟନ କରିବାକୁ ଆସି ହଟହଟା ହେଲେ ପୂର୍ବତନ ମନ୍ତ୍ରୀ

Odisha News: ପୁରୀ: ଚକରୋଡା ଠାରେ ଶିଳାନ୍ୟାସ କରିବାକୁ ଆସି ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ (Nimapada MLA) ହଟହଟା। ବିଧାୟକଙ୍କୁ ଗ୍ରାମବାସୀଙ୍କ କଡା ବିରୋଧ । ବିଧାୟକଙ୍କୁ ଅଟକ ରଖିବା ସମୟରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କଲେ । ଶେଷରେ ରାସ୍ତା ନିର୍ମାଣ ଲାଗି ଶିଳାନ୍ୟାସ ନକରି ଫେରିଲେ ନିମାପଡା ବିଧାୟକ।

ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀର ଦାସ। ନିମାପଡା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ଚକରୋଡା ଗ୍ରାମରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଆସିଥିବା ବେଳେ ହେଲେ ହଟହଟା । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେଲା ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗ୍ରାମକୁ ଭଲ ରାସ୍ତା ନ ଥିଲା ।ଯାହା ଫଳରେ ଗ୍ରାମର ଛାତ୍ର ଛାତ୍ରୀ ସ୍କୁଲ କଲେଜ ଯିବା ସମସ୍ଯା ହେବା ସହ ରୋଗୀ ନେବାପାଇଁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନଥିଲା। ଖାସକରି ଗ୍ରାମକୁ ଭଲ ରାସ୍ତା ନଥିବା ଯୋଗୁଁ ଗାଡିମଟର ଯାଇପାରୁନଥିଲା। 

ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମୁଖୀନ ହେଉଥିଲେ । ଏହି ରାସ୍ତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରିବା ସହ ବ୍ଲକ ଆଗରେ ଧାରଣା ଦେଇଥିଲେ । ପରେ ପୁରୀ ଜିଲ୍ଲାପାଳ ,ବିଡ଼ିଓ ,ଜେଇ ଓ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ।ଏହି ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଆସିଥିଲା ।ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର ଚାରିଛକ ଗୋପ ରାସ୍ତା ଠାରୁ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ପୂର୍ବରୁ ହୋଇଥିବା ରାସ୍ତା କାମ ଅଧାରୁ ନ ହୋଇ ଗ୍ରାମ ଶେଷ ମୁଣ୍ଡରେ ଥିବା କେଉଟ ସାଳଦା ଗ୍ରାମ ଠାରୁ କରିବା ପାଇଁ ବିଧାୟକ କହିଥିଲେ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାୟକ ପକୃତ ରାସ୍ତାରେ ଶିଳାନ୍ୟାସ ନକରି ଅନ୍ୟ ସ୍ଥାନରେ ଶିଳାନ୍ୟାସ କରିବାକୁ ଆସିଥିଲେ । ଏହି ଖବର ଜାଣିବା ପରେ ଗ୍ରାମବାସୀ ଶିଳାନ୍ୟାସକୁ ବିରୋଧ କରିଥିଲେ । ବାଧ୍ୟ ହୋଇ ବିଧାୟକ ଶିଳାନ୍ୟାସ ନକରି ଫେରିଥିଲେ।

Also Read: Joshua Da silva : ବିରାଟଙ୍କୁ ଦେଖି କାନ୍ଦି ପକାଇଲେ କାରବିଆନ ଖେଳାଳିଙ୍କ ମାଆ, କହିଦେଲେ ଏଭଳି ଭାବ ବିହ୍ୱଳପୂର୍ଣ୍ଣ କଥା

Also Read: Odisha News: ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଲା, ସ୍ୱାଭାବିକ ନହେଲେ ଭୟଙ୍କର ହୋଇପାରେ ମରୁଡ଼ି ଅବସ୍ଥା

Also Read: Lahiru Thirimanne: ଅବସର ଘୋଷଣା କଲେ ଏହି ପୂର୍ବତନ ଅଧିନାୟକ, ବିଦାୟୀ ଭାଷଣରେ କହିଦେଲେ ଏତେ ବଡ଼ କଥା