କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ
Advertisement
Article Detail0/zeeodisha/odisha2425716

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ

ବାଲେଶ୍ୱର ସହକାରୀ ଜିଲ୍ଲାପାଳ ନିରଞ୍ଜନ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ, କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଟିଆର କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ରେଞ୍ଜର ୨.୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯିବ।

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଭୁବନେଶ୍ୱର : କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ (ଆଇଟିଆର୍) ଆଖପାଖ ୬ଟି ଗାଁର ୩ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ।

ବାଲେଶ୍ୱର ସହକାରୀ ଜିଲ୍ଲାପାଳ ନିରଞ୍ଜନ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ, କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଟିଆର କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା ରେଞ୍ଜର ୨.୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩୧୦୦ ଲୋକଙ୍କୁ ସୁରକ୍ଷିତ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯିବ।

ଜୟଦେବକସାବା ପହି ଓ ସଜାହାଜନଗର ପହିରୁ ୧୦୯୩ ଜଣ, ଭୀମପୁର ପହି ଓ ଟୁଣ୍ଡରା ପହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଲିରୁ ୧୧୧୨ ଜଣଙ୍କୁ ସ୍ଥାନାନ୍ତର କରାଯିବ। ସକାଳ ୬ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

କ୍ଷେପଣାସ୍ତ୍ର ପରୀକ୍ଷଣ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିବେ। ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାଣି ସମେତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ଲୋକଙ୍କୁ ସୁରୁଖୁରୁରେ ସ୍ଥାନାନ୍ତର କରିବା ପାଇଁ ୧୦୦ରୁ ଅଧିକ ସରକାରୀ ଅଧିକାରୀନିୟୋଜିତ ହୋଇଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ପ୍ରାୟ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Also Read- ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ, ନଦୀରେ ଭାସିଗଲେ ୨ଜଣ

Also Read- ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ