ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2425675

ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ସଂଯୁକ୍ତା ସେଠୀ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୁକ୍ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସଂଯୁକ୍ତାଙ୍କୁ ମିଳିଲା ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମାଲକାନଗିରିର ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂଯୁକ୍ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସଂଯୁକ୍ତା ସେଠୀ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି। ସଂଯୁକ୍ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲଲ ମିଡିଆ ଏକ୍ସ ମାଧ୍ୟମରେ କହିଛନ୍ତି ଯେ, ସଂଯୁକ୍ତା ସେଠୀଙ୍କର ତ୍ୟାଗ, ନିଷ୍ଠା ଏବଂ ଜନସେବା ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ ପାଲଟିଛି । ସଂଯୁକ୍ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ, ସଂଯୁକ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସ ମାଧ୍ୟମରେ ନବୀନ ଲେଖିଛନ୍ତି ଯେ, ସଂଯୁକ୍ତାଙ୍କର ଏହି ସଫଳତା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି । ଆଗାମୀ ଦିନରେ ସେ ଆହୁରି ଆଗକୁ ବଢନ୍ତୁ ବୋଲି ନବୀନ ଶୁଭେଚ୍ଛା ଦେଇଛନ୍ତି ।

ମାଲକାନଗିରି ପରି ଉପାନ୍ତ ଅଞ୍ଚରେ ଗତ ୩୦ ବର୍ଷ ଧରି ଉତ୍ତମ ସେବା, ବ୍ୟର୍ଜବସ୍ତୁ ପରିଚାଳନା, ଦୁର୍ଘଟଣାରେ ସବୁଠାରୁ ଆହତଙ୍କୁ ଚିକିତ୍ସା କରିଆସୁଛନ୍ତୁ ସଂଯୁକ୍ତା । ଜଣେ ଆଦର୍ଶ ସେବିକା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସେ ସକ୍ଷମ ହୋଇଛନ୍ତି । ତେଣୁ ତାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ମିଳିଛି ।

Also Read- ଟ୍ରେନ୍ ଟ୍ରାକରେ ରିଲ୍ସ ବନେଇବା ହେଲା କାଳ, ଚାଲିଗଲା ୩ ଜୀବନ

Also Read- ଡିସେମ୍ବର ଯାଏଁ ଚାଲିବ ଇ-କେୱାଇସି ପ୍ରକ୍ରିୟା