Odisha News: ଶିକ୍ଷା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ଚାରି ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି
Advertisement
Article Detail0/zeeodisha/odisha2019419

Odisha News: ଶିକ୍ଷା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ଚାରି ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

Odisha News: ଶିକ୍ଷା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ଚାରି ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ।  କାହିକିଁନା ଆଜି ୩୦ ଜିଲ୍ଲାରେ ଏକାଧିକ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ।  କଳିଙ୍ଗ ଷ୍ଟାଡିୟମରେ (Kalinga Stadium) ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ (cm Naveen Patnaik) ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କ(govt school teacher) ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ ପାଇବେ। 

Odisha News: ଶିକ୍ଷା କ୍ଷେତ୍ରରେ ଆସିବ ପରିବର୍ତ୍ତନ, ଚାରି ହଜାରରୁ ଅଧିକ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

Odisha News: ରାଜ୍ୟର ୩୦ଟି ଜିଲ୍ଲାର ୩୭୧୪ ଟିଜିଟି( Trained Graduate Teachers (TGTs)) ଓ ୪୫୨ ପିଇଟି (Physical Education Teacher)ଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବ।  କଳିଙ୍ଗ ଷ୍ଟାଡିୟମରେ (Kalinga Stadium) ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ  ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ (cm Naveen Patnaik) ଉଦଘାଟନ କରି  ନବ ନିଯୁକ୍ତ  ମାଧ୍ୟମିକ ଶିକ୍ଷକମାନଙ୍କ(govt school teacher) ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ  ମାର୍ଗଦର୍ଶନ ପାଇବେ।  ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Also Read: Weather Update: ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୯ ସହର

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ପ୍ରତିଶ୍ରୃତିବଦ୍ଧ। ତେଣୁ ପର୍ଯ୍ୟାୟ କ୍ରମେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ରୂପାନ୍ତର ହୋଇଛି। ବର୍ତ୍ତମାନ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷକ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି। କ୍ରୀଡାଭିତ୍ତିଭୂମିର ଉନ୍ନତିକରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡାପ୍ରତି ଆଗ୍ରହ ସୃଷ୍ଟି ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ପିଇଟିଙ୍କ ନିଯୁକ୍ତି ଦ୍ବାରା ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟ ସଚେତନ ହେବା ସହ ସେମାନଙ୍କ ମଧ୍ୟରେ କ୍ରୀଡା ଦକ୍ଷତା ବୃଦ୍ଧି ପାଇବ।  

ଶିକ୍ଷକ ନିଯୁକ୍ତି ଦ୍ବାରା ରାଜ୍ୟରେ ଶୈକ୍ଷିକ ଭିତ୍ତିଭୂମି ପୂର୍ବଅପେକ୍ଷା ଅଧିକ ବିକଶିତ ହେବ।  ଓଡି଼ଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇ ଶିକ୍ଷକ ମାନଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ (Sudam Marndi, Department of School and Mass Education) ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ତିଙ୍କ ସହ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅବସରରେ ପ୍ରଶାସନିକ ଢାଂଚା, ନିୟମାବଳୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଦିଗ୍ ଦର୍ଶନ ଦିଆଯିବ।