National Highways Project : ଜାତୀୟ ରାଜପଥ ବୈଠକ: ଓଡ଼ିଶାକୁ ୪ ନୂଆ ରାଜପଥ ସମେତ ୨୧୬୫୦ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଲୋଚନା
Advertisement
Article Detail0/zeeodisha/odisha2382573

National Highways Project : ଜାତୀୟ ରାଜପଥ ବୈଠକ: ଓଡ଼ିଶାକୁ ୪ ନୂଆ ରାଜପଥ ସମେତ ୨୧୬୫୦ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ହେବ ୪ଟି ନୂଆ ଜାତୀୟ ରାଜପଥ। ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୧୩୯୦୦ କୋଟି ଟଙ୍କା। ଏହି ୪ ରାଜପଥ ରାଜ୍ୟର ବାଣିଜ୍ୟିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍‍ର୍‍ ରାସ୍ତା ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ସଡ଼ଗ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ଏହି ପ୍ରକଳ୍ପପାଇଁ ସହମତି ପ୍ରକ

National Highways Project : ଜାତୀୟ ରାଜପଥ ବୈଠକ: ଓଡ଼ିଶାକୁ ୪ ନୂଆ ରାଜପଥ ସମେତ ୨୧୬୫୦ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଲୋଚନା

National Highways Project : ଭୁବନେଶ୍ୱର: ଓଡ଼ିଶାରେ ହେବ ୪ଟି ନୂଆ ଜାତୀୟ ରାଜପଥ। ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୧୩୯୦୦ କୋଟି ଟଙ୍କା। ଏହି ୪ ରାଜପଥ ରାଜ୍ୟର ବାଣିଜ୍ୟିକ ଓ ପ୍ରଶାସନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍‍ର୍‍ ରାସ୍ତା ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ସଡ଼ଗ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ଏହି ପ୍ରକଳ୍ପପାଇଁ ସହମତି ପ୍ରକାଶ କରିଛନ୍ତି। ଏହାସହ ପ୍ରାୟ ୮୦୦୦ କୋଟି ଟଙ୍କା ବିନିମୟରେ ପୂର୍ବ ଅନୁମେଦିତ ରାସ୍ତା କାମ ଚାଲିବ ବୋଲି ପ୍ରତିଶୃତି ଦେଇଛନ୍ତି। 

ଯେଉଁ ୪ଟି ନୂଆ ପ୍ରକଳ୍ପ ହେବ ସେଥି ମଧ୍ୟରେ ଆଗୁଆ ରହିଛି ଚଣ୍ଡିଖୋଲ-ବଡ଼ବିଲ୍‍ ଖଣିଜ ପରିବହନ କରିଡର। ଏହା ପ୍ରାୟ ୨୦୦ କିଲୋମିଟର ରାସ୍ତା । ଏଥିଲାଗି ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଲୁହାପଥର ଓ ଅନ୍ୟ ଖଣିଜ ପଥର ପରିବହନ ସୁବିଧାଜନକ ହୋଇପାରିବ ବୋଲି ଆଶା କରାଯାଇଛି। 

 

ଦ୍ୱିତୀୟ ନୂତନ ପ୍ରକଳ୍ପରେ ରହିଛି ପର୍ଯ୍ୟଟନ ତଥା ଉପକୂଳ ବିକାଶ। ଏଥିରେ ଭୁବନେଶ୍ୱର ଓ ପୁରୀ ଭିତରେ ସଂଯୋଗ ପାଇଁ ସର୍ଭିସ୍‍ ରାସ୍ତା ସହ ୬ ଥାକିଆ ରାସ୍ତା ସାମିଲ ରହିଛି। ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଖୋର୍ଦ୍ଧା- ନୟାଗଡ଼ ଭିତରେ ୪ ଥାକିଆ ଜାତୀୟ ରାଜପଥ ବିକାଶ କରାଯିବ। ସମୁଦାୟ ୫୪ କିଲୋମିଟର ରାସ୍ତା ଲାଗି ୧୧ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କେସିଙ୍ଗା-ଜୁନାଗଡ଼ ରାସ୍ତାର ବିକାଶ ଲାଗି ୧୦୦୦ କୋଟି ଟଙ୍କା ବ୍ୟୟ କରିବେ କେନ୍ଦ୍ର ସରକାର। ଏହି ୪୭ କିଲୋମିଟର ରାସ୍ତା ୪ଥାକିଆ ହେବ। 

ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୈଠକରେ ଏହି ୪ ନୂଆ ପ୍ରକଳ୍ପ ଲାଗି ଡିପିଆର୍‍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାତୀୟ ରାଜପଥ-୩୨୬ରେ କୋରାପୁଟ - ପୋଡୋମାରି ପ୍ରକଳ୍ପ ତଥା ୨୪୬ କିମି ରାସ୍ତାକୁ ଦୁଇଥାକିଆ କରିବା ପାଇଁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇସାରି। ସେହିପରି କେନ୍ଦ୍ରୀୟ ସଡକ ଏବଂ ଭିତ୍ତିଭୂମି ପାଣ୍ଠି (CRIF) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ପାଇଁ ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ନିତିନ ଗଡକରୀ ୮ଟି ନୂଆ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ଲାଗି ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଏଥିରେ ରହିଛି ଓଡିଶାର ମେରୁଦଣ୍ଡ (ଅଟଳ ଏକ୍ସପ୍ରେସୱେ) ମୋଟୁ - ତିରିଙ୍ଗି ରାସ୍ତା। ଯାହାର ସମୁଦାୟ ଲମ୍ବ ୯୬୯ କିମି। ୯ ଟି ଜିଲ୍ଲା ଦେଇ ଯାଉଥିବା ଏହି ରାସ୍ତା ଲାଗି  ୧୫୦୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି।  ଏହା ରାଜ୍ୟର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ହେବ। ସେହିପରି ଝାରରସୁଗୁଡ଼ା-ବାଲେଶ୍ୱର (୩୮୩ କିମି) ପାଖାପାଖି ୭,୫୦୦ କୋଟି ଟଙ୍କା, ନୂଆପଡ଼ା - ଅସ୍ତରଙ୍ଗ (୪୯୧ କିମି) ପାଖାପାଖି ୯୫୦୦ କୋଟି ଟଙ୍କା ବୃନ୍ଦବାବାହାଲ୍ - ଗୋପାଳପୁର (୩୫୭ କିମି) ପାଖାପାଖି ୬୮୦୦ କୋଟି ଟଙ୍କା,  ସମ୍ବଲପୁର - ସାତଭାୟା (୪୦୪ କିମି) ପାଖାପାଖି ୫୪୭୭ କୋଟି ଟଙ୍କା  ଖର୍ଚ୍ଚ ପାଇଁ ଆାନୁମାନିକ ଅଟକଳ କରାଯାଇଛି। 

ବ୍ରହ୍ମପୁର – ଜୟପୁର ପ୍ରାୟ ୨୮୭ କିମି ରିଂରୋଡ୍‍ ପାଇଁ ପାଖାପାଖି ୯୦୦୦ କୋଟି ଟଙ୍କା,  ଜୟପୁର - ରାଉରକେଲା୬୩୮ କିମି ରାସ୍ତା ପାଇଁ ପାଖାପାଖି ୨୫୦୦ କୋଟି ଟଙ୍କା, ରାଉରକେଲା - ଜଳେଶ୍ୱର ୩୯୧ କିମି ପାଇଁ ପାଖାପାଖି ୨୨୦୦ କୋଟି ଟଙ୍କା ଏବଂ ଜଳେଶ୍ୱର - ବ୍ରହ୍ମପୁର ଜାତୀୟ ରାଜପଥ-୧୬ ରେ ୪୪୨ କିମି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ପରିବହନ ମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି।