Lingaraj Temple: ପୂର୍ବବର୍ଷ ନୀତିକୁ ନେଇ ଚିଠି କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା । ଏପଟେ ସକାଳୁ ଅବଢା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତ ମାନେ ପୂର୍ବ ପ୍ରସ୍ତତି ଚଳାଇଛନ୍ତି ।
Trending Photos
Lingaraj Temple: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢା ମିଳିବ । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀ ମାନେ ଉପକୃତ ହେବେ । ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢା ଖାଇବା ସୁବିଧା ପାଇବେ । ସେହିଦିନଠୁ ଏକମାସ ଧରି ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳଆଳତି, ସାଢେ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ।
ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଆବଶ୍ୟକ । ତେବେ ସେବାୟତଙ୍କ (Lingaraj Mandira Sevayat) ସହ କୌଣସି ଆଲୋଚନା ନହୋଇ ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବବର୍ଷ ନୀତିକୁ ନେଇ ଚିଠି କରାଯାଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା । ଏପଟେ ସକାଳୁ ଅବଢା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତ ମାନେ ପୂର୍ବ ପ୍ରସ୍ତତି ଚଳାଇଛନ୍ତି ।
ସକାଳ ଧୂପ ପରେ ଅବଢା ମିଳିବା ଦ୍ୱାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦ ବଜାରରେ ଅବଢା ପାଇପାରିବେ ବୋଲି ସେବାୟତ ମାନେ କହିଛନ୍ତି। ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏକାମ୍ର କ୍ଷେତ୍ରର(Ekamra Khetra) ସୌନ୍ଦର୍ଯ୍ୟୀକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆକର୍ଷିତ କରୁଛି। ଗତ ୨ ମାସ ପୂର୍ବରୁ ସାଢେ ୩ ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଚଳିତ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାରକୁ ଛୁଇଁଲାଣି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଟୁରିଷ୍ଟ ବସ୍ ଅଧିକ ଆସୁଥିବା ଏହାର ପ୍ରମାଣ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ବୋଲି କୁହାଯାଉଛି।
ଖାଲଖମା ରାସ୍ତା ଗୁଡିକ ମରାମକି ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର(Lingaraj Temple) ଯିବାକୁ ସୁବିଧା ହୋଇଛି। ତେଣୁ ସ୍ୱତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି । ଫଳରେ ଏବେ ସର୍ବସାଧାରଣଙ୍କ ଭିଡ ବଢିଛି। ସବୁଠାରୁ ବଡ଼ କଥା ହେଉଛି ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ପର୍ଯ୍ୟଟକ ମାନେ ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ ଫାଉଣ୍ଟନର (Bindu Sagar Musical Fountain) ମଜା ନେଉଛନ୍ତି। ଆଗକୁ ଏହା ଆହୁରି ବଢିବ ବୋଲି ଆକଳନ କରାଯାଉଛି। ଆସନ୍ତା ୧୬ ତାରିଖରୁ ସକାଳ ୯ଟାରୁ ୨ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବେଳେ ଗର୍ଭଗୃହକୁ ଯିବାକୁ ସୁବିଧା ମିଳିବ।
Also Read: Weather Report: ଥରୁଛି ଓଡ଼ିଶା, ୧୫ ଡିଗ୍ରୀ ତଳେ ୨୩ ସହର