Odisha News: ଏବେ ଆଦିବାସୀ ଜମି କିଣିପାରିବେ ଅଣ ଆଦିବାସୀ, ବ୍ୟାଙ୍କରେ ରଖିପାରିବେ ବନ୍ଧକ
Advertisement
Article Detail0/zeeodisha/odisha1959521

Odisha News: ଏବେ ଆଦିବାସୀ ଜମି କିଣିପାରିବେ ଅଣ ଆଦିବାସୀ, ବ୍ୟାଙ୍କରେ ରଖିପାରିବେ ବନ୍ଧକ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ଏଣିକି ଅଣ ଆଦିବାସୀ ବର୍ଗର ଲୋକେ ଜମି କିଣାବିକା କରିପାରିବେ। ଆଦିବାସୀ ଜମି ମାଲିକ ଅଣ ଆଦିବାସୀ ବ୍ୟକ୍ତି, ଅନୁଷ୍ଠାନକୁ ଜମି ବିକ୍ରି କରିପାରିବେ ବା ଲିଜ୍‍ ଆକାରରେ ଦେଇପାରିବେ। ଏପରିକି ବାସଗୃହ ତିଆରିବା ପାଇଁ ଆବଶ୍ୟକ ପଡ଼ିଲେ ବ୍ୟାଙ୍କରୁ ଋଣ ନେଇପାରିବେ। 

 Odisha News: ଏବେ ଆଦିବାସୀ ଜମି କିଣିପାରିବେ ଅଣ ଆଦିବାସୀ, ବ୍ୟାଙ୍କରେ ରଖିପାରିବେ ବନ୍ଧକ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ଏଣିକି ଅଣ ଆଦିବାସୀ ବର୍ଗର ଲୋକେ ଜମି କିଣାବିକା କରିପାରିବେ। ଆଦିବାସୀ ଜମି ମାଲିକ ଅଣ ଆଦିବାସୀ ବ୍ୟକ୍ତି, ଅନୁଷ୍ଠାନକୁ ଜମି ବିକ୍ରି କରିପାରିବେ ବା ଲିଜ୍‍ ଆକାରରେ ଦେଇପାରିବେ। ଏପରିକି ବାସଗୃହ ତିଆରିବା ପାଇଁ ଆବଶ୍ୟକ ପଡ଼ିଲେ ବ୍ୟାଙ୍କରୁ ଋଣ ନେଇପାରିବେ। ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ମଙ୍ଗଳବାଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ହସ୍ତାନ୍ତର  ନିୟମାବଳୀ- ୧୯୫୬ରେ ସଂଶୋଧନ ଆଣିବା ଲାଗି ଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଗ୍ରହଣ କରିବା ପରେ ଏହା ସମ୍ଭବ ହୋଇପାରିଛି। କ୍ୟାବିନେଟ୍‍ଙ୍କ ଏହି ନିଷ୍ପତ୍ତିକୁ ବ୍ୟାଖ୍ୟା କରିବା ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏବେ ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ସ୍ଥାବର ସମ୍ପତ୍ତିକୁ ଦାନ ଦେଇପାରିବେ, ବିକ୍ରି କରିପାରିବେ, କୌଣସି ବ୍ୟାଙ୍କ ବା ଅର୍ଥନୀତିକ ସଂସ୍ଥାରେ କୃଷି, ପାଠପଢ଼ା, ବ୍ୟବସାୟ, ନିର୍ମାଣ ପାଠପଢ଼ା ପ୍ରଭୃତି ପାଇଁ ବନ୍ଧକ ରଖିପାରିବେ। ଏଥିଲାଗି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ।

ପୂର୍ବରୁ ୨୦୦୨ ମସିହାରେ ଏହି ନିୟମାବଳୀରେ ସଂଶୋଧନ କରାଯାଇଥିଲା। ସେତେବଳେ କେବଳ ଆଦିବାସୀ ବର୍ଗର ବ୍ୟକ୍ତିଙ୍କୁ ଆଦିବାସୀ ଜମି ବିକ୍ରି କରିବା ବ୍ୟବସ୍ଥା ଥିଲା। ହେଲେ ସରକାର ଏବେ ଏହି ନିୟମରେ ପରିବର୍ତ୍ତନ ଆଣି ବ୍ୟବସ୍ଥାକୁ ଆହୁରି ଉନ୍ମୁକ୍ତ କରିଛନ୍ତି। ପୁଣି ସେତେବେଳେ କେବଳ କୃଷି ପାଇଁ ଜମି ବନ୍ଧକ ପକାଯିବା ବ୍ୟବସ୍ଥା ଥିଲା ହେଲେ ଏହି ନୂଆ ନିୟମ ଯେକୌଣସି କାର୍ଯ୍ୟ ପାଇଁ ବ୍ୟାଙ୍କିଂ ବା ଅଣ ବ୍ୟାଙ୍କିଂ ସଂସ୍ଥାରେ ଆଦିବାସୀ ବ୍ୟକ୍ତିଙ୍କୁ ସେମାନଙ୍କ ଜମି ବନ୍ଧକ ରଖିବାକୁ ସୁବିଧା ଦେବ।

ଏହାଦ୍ୱାରା ଆଦିବାସୀ ଯୁବା ଭୋଗୁଥିବା ସମସ୍ୟା ଲାଘବ ହୋଇପାରିବ। ଅନୁସୂଚିତ ଜାତି ପରାମର୍ଶଦାତା କମିଟିଙ୍କ ସୁପାରିସକୁ ଆଧାର କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Also Read: Odisha News: ବଜେଟ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ: ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ଆହ୍ୱାନ କଲା ଅର୍ଥ ବିଭାଗ