Odisha News: ନବାନ୍ନ ଲାଗି ପାଇଁ ଆସିଲା ନୂଆଁ ସାରିଆ ଧାନ । ଆଜି ଦିନ ୧୧ ଟା ବେଳେ ବଲବସ ପୁର ର ବାସିନ୍ଦା ସୁବାସ ପ୍ରଧାନ ନିଜ ଝିଅ ଙ୍କ ସହ ଆସି ମା ସମଲେଶ୍ୱରୀ ଙ୍କ ପାଇଁ ନୁଆଁ ସରିଆ ଧାନ ଆଣି ମୁଖ୍ୟ ପୂଜକଙ୍କ ହାତରେ ଅର୍ପଣ କରିଛନ୍ତି । ଦୀର୍ଘ ସାତ ବର୍ଷ ହେବ ବଲବସପୁର ର ସୁବାସ ପ୍ରଧାନ ନୀତି ନିୟମ ସହ ମା ସମଲେଇ ଙ୍କ ପାଇଁ ଷାଠିଏ ଦିନ ପୂର୍ବରୁ ସାରିଆ ଧାନ ବୁଣାଯାଇଥିଲା।
ଆଜି ସକାଳୁ ଜମି କୁ ଯାଇ ପୂଜା ଧ୍ବଜା ସହ ଜମିରୁ ଅମଳ କରି ମନ୍ଦିର ର ମୁଖ୍ୟ ପୂଜକ ଙ୍କ ହାତରେ ଅର୍ପଣ କରିଛନ୍ତି । ଏହି ଧାନ ମୁଖ୍ୟତଃ ଷାଠିଏ ଦିନରେ ଅମଳ ହୋଇଥାଏ । ସେହି ଧାନ କୁ ବାଡ଼ ଦେଇ ରଖାଯାଏ ଯେଭଳି କି କେହି ପଶୁ ପକ୍ଷୀ ମାନେ ମଧ୍ୟ ସେ ଧାନ କୁ ଅଇଁଠା କରି ନ ପାରିବେ। ସେଥିପାଇଁ ଅନେକ ନୀତି ନିୟମ ସହ ତାହା ଅମଳ କରାଯାଏ । ସେହି ସରିଆ ଧାନ କୁ ମୁଖ୍ୟ ପୂଜକ ଗ୍ରହଣ କଲା ପରେ ଶୁଖାଯାଏ ତାପରେ ଗୁଣ୍ଡ କରି ଦେଶୀ ଘିଅ ସହ ମିଶାଇ ମା ଙ୍କ ଠାରେ ନବାନ୍ନ ଲାଗି କରାଯାଏ ।