Ayush Doctor: ବାରମ୍ବାର ଅଣଦେଖା ପରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ ଆୟୁଷ ଡ଼ାକ୍ତର, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha2163752

Ayush Doctor: ବାରମ୍ବାର ଅଣଦେଖା ପରେ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବେ ଆୟୁଷ ଡ଼ାକ୍ତର, ଜାଣନ୍ତୁ କେବେ?

Ayush Doctor: ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ ଓଡ଼ିଶା ଆୟୁଷ ଡ଼ାକ୍ତର ସଂଘ ୧୬ ବର୍ଷ ହେଲା ଚୁକ୍ତିଭିତ୍ତିରେ ସି.ଏଚ.ସି/ ପି.ଏଚ.ସି ରେ କାର୍ଯ୍ୟ କରୁଛନ୍ତି । ସମସ୍ତ ଆୟୁଷ ଡ଼ାକ୍ତରଙ୍କୁ ନିୟମିତ କରିବା ପାଇଁ ସରକାର ବାରମ୍ବାର ପ୍ରତିଶ୍ରୃତି ଦେଲା ପରେ ମଧ୍ଯ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ନେଇ ନିଷ୍ପତ୍ତି ନେଇଛି ସଂଘ ।

ନିର୍ବାଚନ ପୂର୍ବର ଶେଷ କ୍ୟାବିନେଟରେ ସେମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶ୍ରୃତି ଦିଆଯାଇ ଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆସନ୍ତା ମାର୍ଚ୍ଚ ମାସ ୨୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସହଯୋଗ ଆନ୍ଦୋଳନ କରିବେ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ସଂଘ ସଭାପତି କହିଛନ୍ତି, ୨୦୧୪ରେ ପ୍ରକାଶିତ ଏକ ଘୋଷଣାନାମାରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯରତ ଆୟୁଷ ଡ଼ାକ୍ତର ଓ ସମସ୍ତ ପାରାମେଡ଼ିକାଲ ଷ୍ଟାଫଙ୍କୁ ନିୟମିତ କରିବା ପାଇଁ ଉଲ୍ଲେଖ କରିଥିଲେ ମଧ୍ଯ ପାଖାପଖି ୮୧୯୫ ଷ୍ଟାଫନର୍ସ, ଫାର୍ମାସିଷ୍ଟ ଓ ଏନନଏମ ଆଦିଙ୍କୁ କ୍ୟାବିନେଟ୍ ନିଷ୍ପତ୍ତିରେ ନିୟମିତ କରାଯାଇଥିଲା । ସେତେବେଳେ ମଧ୍ଯ ଆୟୁଷ ଡ଼ାକ୍ତରଙ୍କୁ ଅଣଦେଖା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ଯ ଏନେଇ କୌଣସି ନିଷ୍ପତି ନିଆଯାଇ ନାହିଁ ।

Also Read- Odisha News: ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ SRC

Also Read- Dol Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

ଯଦି ୧୯ ତାରିଖ ମଧ୍ଯରେ ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତାହାଲେ ଆମେ ବାଧ୍ୟ ହୋଇ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବୁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ସାଧାରଣ ସମ୍ପାଦକ ଡ଼ାକ୍ତର ପ୍ରଭାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ‘ଆୟୁଷ ଡ଼ାକ୍ତରମାନେ ତୃଣମୂଳସ୍ତରରେ ସେବା ଯୋଗଇ ଆସୁଛନ୍ତି । ଏମିତି କି ମହାମାରୀ ସମୟରେ ମଧ୍ଯ ଆମେ ସେବା ଯୋଗାଇ ଥିଲୁ । ହେଲେ ସରକାର ଆମ ପ୍ରତି ଅଣଦେଖା କଲେ । ତେଣୁ ବାଧ୍ୟ ହୋଇ ଆମେ ଆନ୍ଦୋଳନକୁ ଓହ୍ଲାଇବୁ’ ।  ସେପଟେ କେବଳ ଆୟୁଷ ସେବା ଓ ରୋଗୀ ସେବା ଛଡ଼ା ଅନ୍ୟ କୌଣସି ସେବା କରିବୁ ନାହିଁ ବୋଲି ଚେତାବନୀ ଦିଆଯାଇଛି ।