Dol Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ
Advertisement
Article Detail0/zeeodisha/odisha2163556

Dol Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

Dol Purnima 2024: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ୍ରା ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ଜିଲ୍ଲପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଦୋଳାଯାତ୍ରାର ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ବିଗତ ବର୍ଷର  ନୀତିନିର୍ଘଣ୍ଟ ଅନୁସାରେ ଚଳିତ ବର୍ଷର ନୀତି ନିର୍ଘଣ୍ଟ ପ୍ରସ୍ତୁତ ନେଇ ଉପସ୍ଥିତ ସେବାୟତ ମତ ଦେଇଥିଲେ ।

ଖବର ଅନୁଯାୟୀ, ଗତ ବର୍ଷର ନୀତିନିର୍ଘଣ୍ଟରେ ଦିଅଁଙ୍କ ଫେରିବା ସମୟ ରାତି ୧୧ଟାରୁ ରାତି ସାଢେ ୧୧ଟା ରହିଥିବା ବେଳେ ତାହାକୁ ପରିବର୍ତ୍ତନ କରାଯାଇ ରାତି ସାଢେ ୧୦ଟା କରାଯାଇଥିଲା । ଏହା ବ୍ୟତୀତ ଅନ୍ୟାନ୍ୟ ନୀତିକାନ୍ତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟାରୁ ସାଢେ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ସାହଣମେଲା ସକାଳ ସାଢେ ୬ଟାରୁ ସାଢେ ୯ଟା, ରୋମ ହୋମ ସକାଳ ୭ଟାରୁ ସାଢେ ୭ଟା, ଗର୍ଭଗୃହ ସଫା ସକାଳ ସାଢେ ୯ଟାରୁ ଦିନ ୧୦ଟା, ସୂର୍ଯ୍ୟପୂଜା ମହାସ୍ନାନ ଓ ଦ୍ବାରପାଳ ପୂଜା ଦିନ ୧୦ରୁ ସାଢେ ୧୦ଟା, ବଲ୍ଲଭ ଓ ଠାକୁରାଣୀ ବଲ୍ଲଭ, ଶ୍ରୀଜିଉଙ୍କ ସକାଳ ଧୂପ ଓ ଠାକୁରାଣୀଙ୍କ ଧୂପ ମଧ୍ଯାହ୍ନ ସାଢେ ୧୨ଟା ଭିତରେ ଶେଷ ହେବ । ଭୋଗମଣ୍ତପ ଡକାଯିବା ପରେ ଶ୍ରୀଜୀଉ ଦୋଶବେଦୀକୁ ଯାତ୍ରା କରିବେ ବୋଲି ନୀତିନିର୍ଘଣ୍ଟରେ ସ୍ଥିର ହୋଇଛି । ଅନ୍ୟପଟେ ବୈଠକରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପରେ ମଧ୍ଯ ଆଲୋଚନା ହୋଇଥିଲା ।

ଏହା ବି ପଢନ୍ତୁ- Dola Purnima 2024: ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ

ଏହା ବି ପଢନ୍ତୁ- ଇଲେକ୍ଟୋରାଲ ବଣ୍ଡ ମାମଲା: ଦେଶର ପ୍ରମୁଖ ଦାତାଙ୍କ ଭିତରେ ଓଡ଼ିଶାର ଇନ୍ଦ୍ରାଣୀ ପଟ୍ଟନାୟକ