Cabinet Meeting: ମିଶନ ଶକ୍ତି ସଦସ୍ୟାଙ୍କୁ ବଡ଼ ଉପହାର ଦେଲେ ରାଜ୍ୟ ସରକାର, 'ସ୍କୁଟର' ଯୋଜନାକୁ କ୍ୟାବିନେଟର ଅନୁମୋଦନ
Advertisement
Article Detail0/zeeodisha/odisha1789996

Cabinet Meeting: ମିଶନ ଶକ୍ତି ସଦସ୍ୟାଙ୍କୁ ବଡ଼ ଉପହାର ଦେଲେ ରାଜ୍ୟ ସରକାର, 'ସ୍କୁଟର' ଯୋଜନାକୁ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତିକୁ ଆହୁରି ସଶକ୍ତ କରିବାକୁ ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ରାଜ୍ୟରେ ସହଜରେ ଯାତାୟତ ପାଇଁ ମିଶନ ଶକ୍ତିର ସଦସ୍ୟାଙ୍କୁ ସ୍କୁଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ ସ୍କୁଟର ଯୋଜନା ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍

Cabinet Meeting: ମିଶନ ଶକ୍ତି ସଦସ୍ୟାଙ୍କୁ ବଡ଼ ଉପହାର ଦେଲେ ରାଜ୍ୟ ସରକାର, 'ସ୍କୁଟର' ଯୋଜନାକୁ କ୍ୟାବିନେଟର ଅନୁମୋଦନ

Cabinet Meeting: ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତିକୁ ଆହୁରି ସଶକ୍ତ କରିବାକୁ ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ରାଜ୍ୟରେ ସହଜରେ ଯାତାୟତ ପାଇଁ ମିଶନ ଶକ୍ତିର ସଦସ୍ୟାଙ୍କୁ ସ୍କୁଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ ସ୍କୁଟର ଯୋଜନା ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତିର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। 

ସେପଟେ କର୍କଟ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି। କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହା ସହିତ ଆଜି ବସିଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେବେ ସରକାର। ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଉପରେ ସୁଧ ଛାଡ଼। ଚଳିତ ଆର୍ଥିକ ବର୍ଷରୁ ଏହା ଲାଗୁ ହେବାକୁ ଥିବା ବେଳେ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ କରାଯିବ। 

ସେହିପରି ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ଜିଲ୍ଲାରେ କୋଠା ନିର୍ମାଣ କାମକୁ ତ୍ୱରାନ୍ୱିତ କରିବେ ସରକାର। ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ। 

Also Read: Passport Index 2023: ଆହୁରି ମଜବୁତ ହେଲା ଭାରତୀୟ ପାସପୋର୍ଟ, ଜାଣନ୍ତୁ ପାକିସ୍ତାନ ସ୍ଥିତି

Also Read: Banaka lagi ritual: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗଙ୍କୁ ନୋଟିସ୍ କଲା ମନ୍ଦିର ପ୍ରଶାସନ

Also Read: Gold Rate: ଭରି ପିଛା ସୁନା ଦରରେ ବୃହତ ହ୍ରାସ, ୩୫ ହଜାର ତଳକୁ ଖସିଲା ସୁନା ଦର