Odisha Election 2024: ସ୍ୱାମୀ କଂଗ୍ରେସରେ, ସ୍ତ୍ରୀ ବିଜେଡିରେ ହେଲେ ସାମିଲ୍, ଏବେ ସରଗରମ ରାଜନୀତି
Advertisement

Odisha Election 2024: ସ୍ୱାମୀ କଂଗ୍ରେସରେ, ସ୍ତ୍ରୀ ବିଜେଡିରେ ହେଲେ ସାମିଲ୍, ଏବେ ସରଗରମ ରାଜନୀତି

Odisha Election 2024: ଆସୁଛି ନିର୍ବାଚନ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଚାରିଆଡେ ବାଜିଲାଣି ବିଗୁଲ। ସାଧାରଣ ନିର୍ବାଚନ କୁ ଆଖି ଆଗରେ ଦେଖି ପ୍ରତ୍ୟେକ ଦଳର ନେତାମାନେ ଏବେ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳୁଛି। ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବାପି ସାର୍ଖେଲଙ୍କ ଧର୍ମପତ୍ନୀ ମୋନିଦୀପା ସାର୍ଖେଲ ବିଜେଡି ଦଳରେ ସାମିଲ ହେବାପରେ ଏଠି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି।

 ବାପି ସାର୍ଖେଲ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସର କୌଣସି ସଭା ସମିତି କି କୌଣସି କାର୍ଯ୍ୟକ୍ରମ କରୁନଥିବା ବେଳେ ପାରାଦୀପ ପୌର ନିର୍ବାଚନରେ ସେ କଂଗ୍ରେସରୁ ପାର୍ଥୀ ନ ଦେଇ ''ଆମ ପାରାଦୀପ ଆମ ପ୍ରଗତି'' ଅନୁଷ୍ଠାନ ବ୍ୟାନର୍ ରେ ସ୍ବାଧୀନ ପାର୍ଥୀ ଦେଇଥିଲେ। ତେବେ ସେ କଂଗ୍ରେସରୁ ଦୁରେଇ ଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଏହି ସମୟରେ ଲୋକଙ୍କ ପାଖକୁ ଆସିଛନ୍ତି ଜଣେ ଆଇନଜୀବୀ ତଥା ଯୁବପ୍ରତିଭା ନିରଞ୍ଜନ ନାୟକ। ତାଙ୍କୁ ସମସ୍ତେ ବବୁଲ୍ ଭାବେ ଜାଣିଥିବା ବେଳେ ସେ ଏବେ ସେ ପ୍ରତି ୱାର୍ଡ ବୁଲୁଥିବା ଦେଖିବାକୁ ମିଳୁଛି।

କଂଗ୍ରେସର ପୂରୁଣା ଓ ପୁରୁଖା ଲୋକଙ୍କୁ ଭେଟୁ ଥିବା ବେଳେ ଲୋକମାନେ ମଧ୍ଯ ସମର୍ଥନ ଜଣାଇବାରେ ଲାଗିଛନ୍ତି | କୁଜଙ୍ଗ ବ୍ଳକ , ରାହାମା ଓ ପାରାଦୀପ ମୁନିସିପାଲିଟି ଭିତରେ ସେ ବୁଲି ବୁଲି ପୁରୁଣା କଂଗ୍ରେସ କର୍ମୀ ମାନଙ୍କୁ ଭେଟିବା ସହ ସାଧାରଣ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବାପି ସାର୍ଖେଲ ଙ୍କ ବଦଳରେ ସେ ଏବେ ପ୍ରତୀକ ହୋଇ ଉଭା ହୋଇଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ପାର୍ଥୀ ହେବା ନେଇ ସେ ଆଶା ରଖିଛନ୍ତି ବୋଲି କହିଛନ୍ତି।