Advertisement
Article Detail0/zeeodisha/odisha1910019
Zee OdishaOdisha StateScooter Yojana: ‘ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ଏତିକି ମହିଳା

Scooter Yojana: ‘ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ଏତିକି ମହିଳା

 Scooter Yojana: ମହିଳାଙ୍କୁ ସଶକ୍ତ କରିବା ନେଇ ମିଶନ ଶକ୍ତି ‘ସ୍କୁଟର’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik )।

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Mission Shakti Scooter Yojana: ମହିଳାଙ୍କୁ ସଶକ୍ତ କରିବା ନେଇ ମିଶନ ଶକ୍ତି ‘ସ୍କୁଟର’ ଯୋଜନାର (Mission Shakti Scooter Yojana) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik )।

ସୂଚନା ଅନୁଯାୟୀ, ବୁଧବାର ଦିନ ଲୋକସେବା ଭବନରେ (Lok Seva Bhawan) ମିଶନ ଶକ୍ତି ‘ସ୍କୁଟର’ ଯୋଜନାର (Mission Shakti Scooter Yojana) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣ ନେଇ ଆଜିର ଦିନ ବେଶ ଗୁରୁତ୍ବପୂର୍ଣ୍ଣ। ମାଆ ମାନେ ଭଲ କାମ କରୁଛନ୍ତି । ଗତି ହିଁ ଶକ୍ତି, ତେଣୁ ଏହି ସ୍କୁଟର ଯୋଜନା ମାଆ ମାନଙ୍କ ଗତିକୁ ଶକ୍ତିଶାଳୀ କରିଛି । ଏହି ଯୋଜନାରେ ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଆଗକୁ ଆଉ ୨ ଲକ୍ଷ ସ୍କୁଟର ପ୍ରଦାନ ନେଇ ଯୋଜନା ରହିଛି’। ମିଶନ ଶକ୍ତି ସ୍କୁଟର ଯୋଜନାରେ ୫୨୮ କୋଟି ଟଙ୍କାର ସୁଧ ଋଣ ଛାଡ଼ ହେବ । ମହିଳାଙ୍କୁ ସଶକ୍ତି କରିବା ପାଇଁ ରାଜ୍ୟ ସରକାର (govt of odisha) ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏହି ଯୋଜନା ଦ୍ୱାରା ମହିଳାମାନେ ଉପକୃତ ହୋଇପାରିବେ । ଏହି ଯୋଜନାରେ ଏସଏଚଜି ମହିଳାଙ୍କୁ ସ୍କୁଟର କିଣିବା ସହଜ ହେବ । ଅନ୍ୟପଟେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ (sujata karthikeyan) କହିଛନ୍ତି, ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଏଥିରେ ୧୫ ହଜାର ମାଆଙ୍କୁ ସ୍କୁଟର ମିଳିଛି ।

Also Read-Weather Update: ଆଗାମୀ ୪ ଦିନ ଯାଏଁ କଲବଲ କରିବ ତାତି, ମୌସୁମୀ ଫେରିବା ପରେ ବଦଳିବ ପାଗ!

Add Zee News as a Preferred Source
About the Author