Advertisement
Article Detail0/zeeodisha/odisha1909726
Zee OdishaWeatherWeather Update: ଆଗାମୀ ୪ ଦିନ ଯାଏଁ କଲବଲ କରିବ ତାତି, ମୌସୁମୀ ଫେରିବା ପରେ ବଦଳିବ ପାଗ!

Weather Update: ଆଗାମୀ ୪ ଦିନ ଯାଏଁ କଲବଲ କରିବ ତାତି, ମୌସୁମୀ ଫେରିବା ପରେ ବଦଳିବ ପାଗ!

Weather Update: ଶୀତ ହେବା ସମୟରେ ବଢିଛି ତାତି (Heat Wave) । ଉପକୂଳଠୁ ଉପାନ୍ତ ସବୁଠି ଅସହ୍ୟ ଗୁଳୁଗୁଳି ସାଙ୍ଗଙ୍କୁ ଟାଣ ଖରା । ମୌସୁମୀ (Monsoon 2023) ଫେରିବା ସମୟ ଆସିଥିବା ବେଳେ ରାଜ୍ୟରେ ଉପରମୁହାଁ ତାତି ।

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Weather Update: ଆଶ୍ବିନ ମାସରେ କଲବଲ ରାଜବାସୀ । ଶୀତ ହେବା ସମୟରେ ବଢିଛି ତାତି (Heat Wave) । ଉପକୂଳଠୁ ଉପାନ୍ତ ସବୁଠି ଅସହ୍ୟ ଗୁଳୁଗୁଳି ସାଙ୍ଗଙ୍କୁ ଟାଣ ଖରା । ମୌସୁମୀ (Monsoon 2023) ଫେରିବା ସମୟ ଆସିଥିବା ବେଳେ ରାଜ୍ୟରେ ଉପରମୁହାଁ ତାତି ।

ସୂଚନା ଅନୁଯାୟୀ, ମୌସୁମୀ (Monsoon) ଅପସାରଣ ବେଳେ ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ଅକ୍ଟୋବର ମାସ ଅଧା ହେବାକୁ ବସିଥିବା ବେଳେ ଶୀତର (Winter) ଦେଖାନାହିଁ । ଆର୍ଦ୍ରତା ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସ୍ଥିତି ଏପରି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି । ତେବେ ଆଗକୁ ଆହୁରି ୪ ଦିନ ପାଗ ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ରାଜ୍ୟରେ କେବେଠାରୁ ଶୀତ ଅନୁଭୂତ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଅନୁମାନ କରାଯାଇପାରିନାହିଁ । ମଙ୍ଗଳବାର ଦିନ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାଜ୍ୟ ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ବର୍ତ୍ତମାନ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି ।

Also Read-Bahanaga Train Tragedy: ପରିଚୟ ପାଇଲେନି ୨୮ ମୃତଦେହ! ଅନ୍ତିମ ସଂସ୍କାର କଲା ବିଏମସି

ପ୍ରକାଶ ଥାଉ କି, ଉତ୍ତର ଦିଗରୁ ପବନ ଆସୁ ନଥିବାରୁ ଏବେ ରାଜ୍ୟର ତାପମାତ୍ରା ବଢିଛି । ଅନ୍ୟପଟେ ଏ ଯାଏଁ ସମୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇ ନଥିବା ବେଳେ ଚଳିତ ବର୍ଷ ଥଣ୍ତା (Winter) ବିଳମ୍ବରେ ଅନୁଭୂତ ହେବ । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ସାଧାରଣତଃ ଏହି ସମୟରେ ମୌସୁମୀ ବିଦାୟ ନେବା ପରେ ଚେନ୍ନାଇ ଉପକୂଳରେ ଲଘୁଚାପ (low pressure) ସୃଷ୍ଟି ହୋଇଥାଏ ଯାହା ଫଳରେ ଓଡ଼ିଶାରେ ଥଣ୍ଡା ପଡ଼ିଥାଏ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ମତ ଦେଇଛନ୍ତି ।

About the Author