e-bus service : ମୋ ବସ ହେବ 'ଇଲେକ୍ଟ୍ରିକ ବସ୍'
Advertisement
Article Detail0/zeeodisha/odisha2320555

e-bus service : ମୋ ବସ ହେବ 'ଇଲେକ୍ଟ୍ରିକ ବସ୍'

Odisha to add 400 e-buses to fleet of ‘Mo’ Bus service : ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ। ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ହେବ।

mo bus

e-bus service : ରାଜ୍ୟରେ ସରକାର ବଦଳିବା ପରେ ରାଜ୍ୟର ଅନେକ ଯୋଜନା ଗୁଡିକରେ ପରିବର୍ତ୍ତନ ହେଉଛି।ତେବେ ମୋ ବସକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥିଲା। ମୋ ବସ୍ ଚାଲିବ ନା ବନ୍ଦ ହେଇଯିବ ର ଆଶା ଓ ଆଶଙ୍କା ଭିତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ। ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି ।  ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି । ଏବେ ୪୬୩ ବସ ଚାଲୁଛି । ତା ମଧ୍ୟରୁ ୬୩ଟି ଇ-ବସ ରହିଛି । ଆଗକୁ ସବୁଗୁଡିକ ଇ-ବସ ଚାଲିବ ।

 ଭୁବନେଶ୍ୱରରେ ୧୦୦, କଟକରେ ୧୦୦, ସମ୍ବଲପୁରରେ ୫୦ ଓ ରାଉରକେଲାରେ ୧୦୦ ଇ-ବସ ଚାଲିବା ନେଇ ଯୋଜନା ହେଉଛି । ଇ-ବସ ଡିପୋକୁ ଅଧିକ ଉନ୍ନତ କରାଯିବ । ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ହେବ । ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ।

 ୨୦୧୮ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବା ଆରମ୍ଭ କରିଥିଲେ। ସହରରେ ସୁବିଧା ଓ ସୁଲଭ ଭାବରେ ତଥା ମହିଳା ଯାତ୍ରୀଙ୍କ ନିରାପତ୍ତାକୁ ଗୁରୁତ୍ବ ଦେଇ ଗମନାଗମନ କୁ ସୁଦୃଢ଼ ଓ ସହଜ କରିବା ଲାଗି କାର୍ଯ୍ୟକାରୀ ହେଉଛି ମୋ ବସ୍।ଯାହାଦ୍ଵାରା ସହଜ ଯାତ୍ରା ସହିତ ନିରାପଦ ମନେ କରୁଛନ୍ତି ଲୋକ।ସେଥିପାଇଁ ଏନେଇ ଆମେରିକାରୁ ପୁରସ୍କାର ମଧ୍ୟ ପାଇଛି।ଲୋକଙ୍କ ଯାତ୍ରା ଓ ସେବା ପାଇଁ ଆଉ କଣ କରାଯାଇପାରିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେବ।  ବସ ଡିପୋରେ ସୋଲାର ବିଦ୍ୟୁତ କରଣ ହୋଇଛି । ଲୋକଙ୍କ ପାଇଁ ଡିଜିଟାଲ କାର୍ଡ କରାଯାଇଛି।  ବସ ଯେଉଁ ପ୍ରକାର ଭିଡ଼ ହେଉଛି, ଲୋକଙ୍କୁ ଟିକେ ଅସୁବିଧା ହେଉଛି। ଆଗାମୀ ତିନିରୁ ରୁ ୬ ମାସ ଭିତରେ ନୁଆ ବସ ଆସିବା ଦ୍ୱାରା ଭିଡ଼ କମିବ। ଚୋରି ଓ ପକେଟ ମାର ଉପରେ ରୋକ ଲାଗାଯିବ। ଯେଉଁ ମାନେ ଜିନିଷ ଛାଡି ଦେଉଛନ୍ତି , ସେମାନଙ୍କୁ ଫେରାଇ ଦିଆ ଯାଉଛି ବୋଲି CRUTର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।