Odisha News: ଭାରତୀୟଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ ଦିନକୁ ଦିନ କମିବାକରେ ଲାଗିଛି। ଏପରିକି ଏହା ଅଧାରୁ ମଧ୍ୟ ଅଧିକ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା କମିଟି ଏହି ତଥ୍ୟ ଉନ୍ମୋଚନ କରିଛି, ଯାହା କେବେ ସ୍ୱାଧୀନତା ପରଠାରୁ ହୋଇ ନଥିଲା। ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ଲୋକଙ୍କୁ ଖାଦ୍ୟ ବାବଦୀୟ ସହାୟତା ମିଳିବା ତଥା ଖାଦ୍ୟ ସାଗ୍ରୀ ସହାୟତା ମିଳିବା କାରଣରୁ ଏପରି ସମ୍ଭବ ହୋଇଥିବା ଦର୍ଶାଯାଇଛି। ଖାଦ୍ୟପାଇଁ ଖର୍ଚ୍ଚ କମୁଥିବାରୁ ଲୋକେ ଅଧିକ ଭିଟାମିନଯୁକ୍ତ ଖାଦ୍ୟ ଖାଇବା କଥା। ହେଲେ ଓଡ଼ିଶା ଏକ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛି। ଏଣୁ ଲୋକେ ରକ୍ତହୀନତା ଭଳି ରୋଗର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି।
ପରାମର୍ଶଦାତା କମିଟି ରିପୋର୍ଟରେ କୁହାଯାଇଛି, ଶସ୍ୟ କିଣିବା ନେଇ ଯେଉଁ ଖର୍ଚ୍ଚ ଭାରତୀୟମାନେ କରୁଥିଲେ ସେକ୍ଷେତ୍ରରେ ଏହା ବିଶେଷ ପରିଲକ୍ଷିତ ହୋଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ସମାଜର ଶେଷ ୨୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହା ବିଶେଷ ପ୍ରଭାବ ପକାଇଛି। ଖର୍ଚ୍ଚ କମିବା ହେତୁ ପରିବାର ପକ୍ଷରୁ ଦୁଗ୍ଧ, ଅଣ୍ଡା, ମାଛ, ମାଂସ, ପନିପରିବା ଓ ଫଳରେ ଲୋକଙ୍କ ଖର୍ଚ୍ଚ ବଢ଼ିଛି।
କିନ୍ତୁ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଲୋକଙ୍କ ଭିତରେ ଲୌହ ଖଣିଜର ଅଭାବ ରହିଛି। ଏହାଦ୍ୱାରା ଅନେକ ମହିଳା ଆନିମିଆ ଭଳି ରୋଗର ଶିକାର ହେଉଛନ୍ତି। ଏହାର ନିରାକରଣ ଲାଗି ବଣ୍ଟନ କରାଯାଉଥିବା ଚାଉଳରେ ଲୌହ ଖଣିଜର ମିଶ୍ରଣ ଲାଗି ଦାବି ହୋଇ ଆସୁଛି। ସରକାରଙ୍କ ସ୍ତରରେ ପରୀକ୍ଷାମୂଳକ ଭାବେ ଏହି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି। କିନ୍ତୁ ଲୋକେ ଯେପରି ଖଣିଜ ଉପଲବ୍ଧ ଖାଦ୍ୟପ୍ରତି ଅଧିକ ଧ୍ୟାନ ଦେବେ ସେଥିପ୍ରତି ପଦକ୍ଷେପ ନେବାର ଆବଶ୍ୟକତା ସମ୍ବନ୍ଧରେ ଏହି ରିପୋର୍ଟରେ ଦର୍ଶାଯାଇଛି। କିଛି ରାଜ୍ୟ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିଲେ ମଧ୍ୟ ଓଡ଼ିଶା ବିହାର ରାଜସ୍ଥାନ ଭଳି ରାଜ୍ୟରେ ଏ ପ୍ରକାର କ୍ଷେତ୍ରରେ ଅନେକ ପଛରେ ପଡ଼ିଛନ୍ତି। ଏଣୁ ଏହିଭଳି ରାଜ୍ୟରେ ମୁଖ୍ୟ ଖାଦ୍ୟ ସହ କିପରି ଅଧିକ ପରିମାଣରେ ଭିଟାମିନଯୁକ୍ତ ଖାଦ୍ୟ ଯେପରି କ୍ଷୀର, ଅଣ୍ଡା, ମାଛ, ମାଂସ ଉପଲବ୍ଧ ହୋଇପାରିବ ସେ ବାବଦରେ ଚିନ୍ତା ଆଆବଶ୍ୟକ ରହିଛି।
ସରକାରଙ୍କ ପକ୍ଷରୁ ଏନେଇ ଭିଟାମିନଯୁକ୍ତ ଶସ୍ୟ ପ୍ରଦାନ ଆରମ୍ଭ ପାଇଁ ମଧ୍ୟ ଉଦ୍ୟମ ହୋଇଛି। ପାଇଲଟ ଭିତ୍ତିରେ ଏହି ପଅକଳ୍ପ ଚାଲିଛ।ି ଆଗକୁ ଏପରି ପ୍ରକଳ୍ପ ସାରା ରାଜ୍ୟରେ ଚଳାଇଲେ ତାହା ଲୋକଙ୍କ ପାଇଁ ହାତ ପାହାନ୍ତାରେ ଭିଟାମିନ୍ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବାରେ ସହାୟକ ହେବ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟରେ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉଛି। ଯେଉଁଥିପାଇଁ ଗାଁ ଓ ସହରର ଗରିବ ଲୋକେ ବିଶେଷ ଭାବେ ଖର୍ଚ୍ଚ କରୁଥିଲେ। ପ୍ରା୍ର ୮୦ ଲକ୍ଷ ଲୋକଙ୍କୁ ମାଗଣାରେ ଶସ୍ୟ ଯୋଗାଇଦିଆଯିବା ଦ୍ୱାରା ସେମାନଙ୍କର ଖାଦ୍ୟ ଚିନ୍ତା ଆଉ ନାହିଁ। ସେମାନେ ଏବେ ପୁଷ୍ଟିକର ଖାଦ୍ୟରେ ଅଧିକ ନିବେଶ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ଯୋଜନାକୁ ନେଇ ବିରୋଧୀ ଦଳ ପକ୍ଷରୁ ଅନେକ ସମୟରେ ସମାଲୋଚନା କରାଯାଇଥିଲା।