Advertisement
Article Detail0/zeeodisha/odisha2335281
Zee OdishaOdisha StateNandankanan: ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି

Nandankanan: ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି

Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି।  ଶନିବାର ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୮ ନୂଆ ଅତିଥି ଆସିଛନ୍ତି। 

Nandankanan: ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି

Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି।  ଶନିବାର ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୮ ନୂଆ ଅତିଥି ଆସିଛନ୍ତି। ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ  ଏବଂ ରାଞ୍ଚିର ଭଗବାନ୍ ବିର୍ସା ପ୍ରାଣୀ ଉଦ୍ୟାନ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ଦେଇଥିବା ବେଳେ ମଙ୍ଗଳବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଦଳବଦଳ ପ୍ରକ୍ରିୟା ଜାରି ରହିଥିଲା।  ମଙ୍ଗଳବାର ଦିନ ନନ୍ଦନକାନନରୁ ରାଞ୍ଚିକୁ ଜୀବଜନ୍ତୁକୁ ପଠାଯାଇଥିବା ବେଳେ ଶନିବାର ଦିନ ୧୮ ନୂଆ ଅତିଥିଙ୍କୁ ଯାଇଥିବା ଟିମ୍ ଫେରିଛି।

ALSO READ: Career Horoscope Today: ଆଜି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ସିଦ୍ଧି ଯୋଗ ପ୍ରଭାବରୁ ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସାଙ୍ଗକୁ...

ନନ୍ଦନକାନନ ପ୍ରାଣୀ ଉଦ୍ୟୋନକୁ ରାଞ୍ଚି ପ୍ରାଣୀ ଉଦ୍ୟାନରୁ ମେଲାନିଷ୍ଟିକ୍ ମାଈ ବାଘୁଣୀ ,ସାଧାରଣ ମାଈ ବାଘୁଣୀ , ଷ୍ଟ୍ରିପଡ୍ ହାଏନା ,ଭାରତୀୟ ଝିଙ୍କ( ପୋର୍କୁପାଇନ୍) ଓ ନୀଳ ଗାଇ ଅଣାଯାଇଛି।   ସେହିପରି ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ରାଞ୍ଚି ପ୍ରାଣୀ ଉଦ୍ୟାନକୁ ଗୋଟିଏ ଧଳା ବାଘୁଣି, ୪ଟି ହରିଣ, ୨ ଟି ଭାରତୀୟ ଠେକୁଆ, ୨ଟି ଗ୍ରେ ପିଲିକାନ୍,୨୦ଟି ନାଇଟ୍ ହେରନ୍, ୨୦ଟି ବ୍ଲାକ୍ ହେଡ୍ ଆଇବିସିକୁ ସ୍ଥାନାନ୍ତର କରାଯାଇଛି।  ଏହି ଜୀବନଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମରେ ନନ୍ଦନକାନନରେ ରୟାଲ୍ ବେଙ୍ଗଲ୍ ଟାଇଗର, ଷ୍ଟ୍ରିପଡ୍ ହାଏନ୍ , ଭାରତୀୟ ଝିଙ୍କ ଏବଂ ନୂଳଗାଈଙ୍କ ସଂଖ୍ୟା ବୃଦ୍ଧି ପାଇବ। 

Add Zee News as a Preferred Source
About the Author