Odisha News: ପାରାଦୀପରୁ ୨୫ ଫୁଟର ଅଜଗର ଉଦ୍ଧାର
Advertisement
Article Detail0/zeeodisha/odisha2127507

Odisha News: ପାରାଦୀପରୁ ୨୫ ଫୁଟର ଅଜଗର ଉଦ୍ଧାର

Odisha News: ପାରାଦୀପରେ ବୁଲୁଛି ଅଜଗର ସାପ । ପାରାଦୀପ ପିପିଏଲ ସାର କାରଖାନା ପରିସରରେ ଏହି ବିଶାଳକାୟ ଅଜଗର ସାପ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏହି କମ୍ପାନୀ ଭିତରେ ଥିବା ''ଡି'' ଟାଇପ କ୍ଵାଟର ପଛ ପଟେ ସାପଟି ଯାଉଥିବା ବେଳେ ପ୍ରଥମେ ପିପିଏଲ୍ ର ସୁରକ୍ଷାକର୍ମୀ ଦେଖି ପିପିଏଲ୍ ର କର୍ତ୍ତୃପକ୍ଷ ଙ୍କୁ ଖବର ଦେଇଥିଲେ। ଯାହାର ଲମ୍ବା ପ୍ରାୟ ୨୦ରୁ ୨୫ଫୁଟ ହେବ ବୋଲି ଅନୁମାନ କରାଯାଉଛି। 

ତେବେ ଏନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିବା ବେଳେ କମ୍ପାନୀ ତରଫରୁ ବନବିଭାଗ କୁ ଖବର ଦିଆଯାଇଥିବା ଜଣାପଡିଛି। ଅଜଗର ସାପ ଟି ପୁନର୍ବାର ଦେଖାଗଲେ ସ୍ଥାନୀୟ କୁଜଙ୍ଗ ବନବିଭାଗ ସତର୍କ ଅଛନ୍ତି ବୋଲି ସୂଚନା ଦେଇଥିବା ବେଳେ ପିପିଏଲ୍ ତରଫରୁ ପରିବେଶ ପ୍ରତି ସବୁବେଳେ ଧ୍ୟାନ ଦିଆ ଯାଉଥିବା ବେଳେ ଏହି ପିପିଏଲ୍ ପରିସର ମଧ୍ୟରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖା ଦେଇଥାନ୍ତି। ଏବେ ଦେଖା ଦେଇଥିବା ଅଜଗର ସାପ କୁ ନେଇ ପିପିଏଲ୍ ତରଫରୁ ସୁରକ୍ଷା କର୍ମୀ ମାନଙ୍କୁ ସତର୍କତା ସହିତ ରହିବା ପାଇଁ କୁହା ଯାଇଥିବା ବେଳେ କେହି ଭୟଭୀତ ନହେବା ପାଇଁ ଅନୁରୋଧ କରାଯାଇଛି।