odisha news: ଅଶୁଭ ସୋମବାର: ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ମୃତ
Advertisement
Article Detail0/zeeodisha/odisha1754007

odisha news: ଅଶୁଭ ସୋମବାର: ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ମୃତ

ସୋମବାର ସକାଳ ରାଜ୍ୟବାସୀଙ୍କ ପାଇଁ ଆଣିଦେଇଛି ଏକ ଲୁହଭିଜା ସକାଳ। ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି। ସେହିପରି ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସ

odisha news: ଅଶୁଭ ସୋମବାର: ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ମୃତ

Odisha News: ଦିଗପହଣ୍ଡି: ସୋମବାର ସକାଳ ରାଜ୍ୟବାସୀଙ୍କ ପାଇଁ ଆଣିଦେଇଛି ଏକ ଲୁହଭିଜା ସକାଳ। ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି। ସେହିପରି ଏକାଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଏକ ଘରୋଇ ବସ ସହିତ ଏକ ସରକାରୀ (OSRTC) ବସ ଧକ୍କା ହୋଇଥିବା ଜଣାପଡ଼ିଛି। ଗୁଡ଼ାରି ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ ଖଣ୍ଡଦେଉଳିରୁ ଫେରୁଥିବା ଏକ ଘରୋଇ ବସ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଉଭୟ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ସୂଚନା ରହିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ବ୍ରହ୍ମପୁର ଏସପି, ତହସିଲଦାର ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିରେ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଛି। 

ସେପଟେ ଏହି ଦୁର୍ଘଟଣାରେ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

Also Read: Horoscope Today 26 June 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ୬ଟି ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ?

Also Read: Indian Railway Facts: ୫-୧୦ ଘଣ୍ଟାରେ ନୁହେଁ ୩-୪ ଦିନରେ ନିଜର ଯାତ୍ରା ସମାପ୍ତ କରିଥାଏ ଏହି ଟ୍ରେନ

Also Read: ରାଜଧାନୀରେ ବର୍ଷା ଆରମ୍ଭରୁ ଡେଙ୍ଗୁ ଭୟ, ଏବେ ସୁଧା ୩୪ ଜଣ ରୋଗୀ ଚିହ୍ନଟ