Srimandir: ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା; ଏହି ଦିନ ଠାରୁ ଲାଗୁ ହେବ ନିୟମ
Advertisement
Article Detail0/zeeodisha/odisha1958712

Srimandir: ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା; ଏହି ଦିନ ଠାରୁ ଲାଗୁ ହେବ ନିୟମ

Puri Srimandir: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ଯାନ୍ କଲା ଶ୍ରୀମନ୍ଦିର ପ୍ରଶାସନ (Puri Temple Administration) । ବରାହ ପୁରାଣ ଆଧାରରେ କରାଯାଇଛି କଟକଣା। । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛାପ ପକାଇ ପାରିବେ ନାହିଁ। 

Srimandir: ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା; ଏହି ଦିନ ଠାରୁ ଲାଗୁ ହେବ ନିୟମ

Puri Srimandir: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ଯାନ୍ କଲା ଶ୍ରୀମନ୍ଦିର ପ୍ରଶାସନ (Puri Temple Administration) । ବରାହ ପୁରାଣ ଆଧାରରେ କରାଯାଇଛି କଟକଣା। ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନ ଗୁଟଖାକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ (paan gutkha ban inside Puri Srimandir)। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛାପ ପକାଇ ପାରିବେ ନାହିଁ। 

Also Read : Venus Transit 2023: ଶୁକ୍ରଙ୍କ ଚଳନ ବଦଳାଇବ ତିନି ରାଶଙ୍କ ଭାଗ୍ୟ!

Also Read : Puri News: ସ୍ଵର୍ଗଦ୍ଵାର ୱେବସାଇଟ୍ ଲଞ୍ଚ, ଏଣିକି ଶବଦାହ ପାଇଁ ଆଗୁଆ କରିପାରିବେ ବୁକିଂ

ଶ୍ରୀମନ୍ଦିର ଭିତରେ (Puri Srimandir) ପଲିଥିନ ବ୍ଯବହାର ଉପରେ କଟକଣା ଲାଗିଥିବା ସୂଚନା ମିଳିଛି। ମନ୍ଦିର ଭିତରେ ସେବାୟତ, ପୋଲିସ, ଭକ୍ତ ଆଦି କେହି ପାନଗୁଟଖା ଖାଇପାରିବେ ନାହିଁ। ଶ୍ରୀମନ୍ଦିର କାର୍ଯ୍ଯାଳୟରେ ମଧ୍ୟ ପାନଗୁଟଖା ବ୍ଯାନ୍ କରିଛି ଶ୍ରୀମନ୍ଦିର ପ୍ରଶାସନ (Puri Temple Administration)। ଶ୍ରୀମନ୍ଦିରରେ (Srimandir) ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥା ଗତ ତୃଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର। ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି। ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।