Odisha News: ଖୋଲିବନି ନୂଆ ମଦ ଦୋକାନ
Advertisement
Article Detail0/zeeodisha/odisha2407843

Odisha News: ଖୋଲିବନି ନୂଆ ମଦ ଦୋକାନ

Odisha News: ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ଠିପି ବନ୍ଦ ଏବଂ ଠିପି ଖୋଲା ମଦ ଦୋକାନ, ଦେଶୀ ମଦ ଦୋକାନ ଖୋଲିବ ନାହିଁ । ସେହିପରି ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ଅନ୍ ସପ୍‌ର ପୁନଃ ନବୀକରଣ ହେବ ନାହିଁ । ଡାନ୍ସ ବାର୍‌କୁ ଅନୁମତି ମିଳିବ ନାହିଁ । ବାର୍‌ରେ କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି ଦିଆଯିବ । 

Odisha News: ଖୋଲିବନି ନୂଆ ମଦ ଦୋକାନ
Odisha News: ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ଠିପି ବନ୍ଦ ଏବଂ ଠିପି ଖୋଲା ମଦ ଦୋକାନ, ଦେଶୀ ମଦ ଦୋକାନ ଖୋଲିବ ନାହିଁ । ସେହିପରି ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ଅନ୍ ସପ୍‌ର ପୁନଃ ନବୀକରଣ ହେବ ନାହିଁ । ଡାନ୍ସ ବାର୍‌କୁ ଅନୁମତି ମିଳିବ ନାହିଁ । ବାର୍‌ରେ କେବଳ ସଙ୍ଗୀତ ପରିବେଷଣ ପାଇଁ ଅନୁମତି ଦିଆଯିବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଗତକାଲି ପ୍ରକାଶ କରିଥିବା ଅବକାରୀ ନୀତିରେ ଏହା କୁହାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ଏହି ନୂଆ ଅବକାରୀ ନୀତି ଲାଗୁ ହେବ । 
 
ନୂଆ ଅବକାରୀ ନୀତି ଅନୁସାରେ ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ବେଆଇନ୍ ମଦ କାରବାରକୁ ରୋକିବା ଏବଂ ଚଢ଼ଉ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିସହିତ କର୍ମଚାରୀ ଅଭାବ ଦୂର ପାଇଁ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇ ଦେବା ପାଇଁ ନୂଆ ନୀତିରେ ବ୍ୟବସ୍ଥା ରହିଛି । ଗ୍ରାମାଞ୍ଚଳରେ କେବଳ ତିନି ତାରକା ଏବଂ ତଦୁର୍ଦ୍ଧ ବର୍ଗର ହୋଟେଲ ବ୍ୟତୀତ ନୂଆ ଅନ୍ ସପ୍ ଖୋଲାଯାଇ ପାରିବ ନାହିଁ । ପ୍ରତିବର୍ଷ ସରକାର ମିନିମମ୍ ଗ୍ୟାରେଣ୍ଟେଡ୍ କ୍ୱାଣ୍ଟିଟି (ଏମ୍‌ଜିକ୍ୟୁ) ବୃଦ୍ଧି କରିଥାନ୍ତି । ଯାହା ଦ୍ୱାରା ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣର ମଦ ବିକ୍ରି ପାଇଁ ଉଠାଇବା ବାଧ୍ୟତାମୂଳକ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏମ୍‌ଜିକ୍ୟୁ ବୃଦ୍ଧି କରାଯିବ ନାହିଁ । 
 
ବିଭାଗ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ମଦ ପରସିବା ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ପର୍ଯ୍ୟଟନ ବିଭାଗର ଅନୁମତିକ୍ରମେ ସମୁଦ୍ର କୂଳରେ ମଦ ବିକ୍ରୟ କେନ୍ଦ୍ର ଖୋଲାଯାଇ ପାରିବ । ଓଟିଡିସି ନିଜେ କିମ୍ବା ଭେଣ୍ଡର ଜରିଆରେ ଏହା କରିପାରିବେ ।  ସେହିପରି ବ୍ୟକ୍ତିଗତ ଅବା ଘରୋଇ କାର୍ଯ୍ୟକ୍ରମରେ ମଦ ପରିବେଷଣ ପାଇଁ ପୂର୍ବ ଭଳି ଅନୁମତି ଦିଆଯାଇ ପାରିବ ।