)
Train Tickets Fare: ଯାତ୍ରୀଙ୍କ ପାଇଁ ଖୁସି ଖବର। ବହୁ ଦିନର ଦାବି ପୂରଣ ହୋଇଛି। କୋରୋନା ପରେ ବୃଦ୍ଧି ପାଇଥିବା ପାସେଞ୍ଜର ଟ୍ରେନ୍ ଟିକେଟ୍ ମୂଲ୍ୟକୁ (passenger train tiket price reduced) କେନ୍ଦ୍ର ସରକାର(central govt) ହ୍ରାସ କରିଛନ୍ତି। ପାସେଞ୍ଜର ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ ଟଙ୍କା ଦେବାକୁ ପଡିବ। ଗତକାଲି ଠାରୁ ବଦ୍ଧିତ ଟିକେଟ୍ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା କହିଛନ୍ତି।
୨୦୨୦ରେ କୋରୋନା କଟକଣା ପାଇଁ ବହୁ ଦିନ ଟ୍ରେନ ଚଳାଚଳ ବନ୍ଧ କରି ଦିଆଯାଇଥିଲା। ଏହାପରେ ସ୍ବତନ୍ତ୍ର ଟ୍ରେନ୍ ନାଁରେ କିଛି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ପରେ ଧିରେ ଧିରେ ସମସ୍ତ ପାସେଞ୍ଜର ଟ୍ରେନକୁ ମଧ୍ୟ ଆରମ୍ଭ କରାଯାଇଥିଲା। ହେଲେ ସେଗୁଡିକ ସ୍ବତନ୍ତ୍ର ଟ୍ରେନ୍ କରି ଏକ୍ସପ୍ରେସ୍ ଭଡା ଆଦାୟ କରାଯାଉଥିଲା। ୩ ବର୍ଷରୁ ଅଧିକ ସମୟ ଧରି ଯାତ୍ରୀ ପାସେଞ୍ଜର ଟ୍ରେନରେ ଯାତାୟତ ସମୟରେ ଏକ୍ସପ୍ରେସ ଭଡା ଦେଇ ଆସୁଥିଲେ। ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ କୋରୋନା (covid 19) ପୂର୍ବରୁ ପାସେଞ୍ଜର ଟ୍ରେନରେ ୪୦ ଟଙ୍କା ଦେବାକୁ ପଡୁଥିଲା। କିନ୍ତୁ କୋରୋନା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବତନ୍ତ୍ର ଟ୍ରେନ୍ ନାଁରେ ଟିକେଟ୍ ମୂଲ୍ୟ ୭୦ ଟଙ୍କାକୁ ମୂଲ୍ୟ ବୃଦ୍ଧି କରାଯାଇଥିଲା।
କୋରୋନା (covid 19) କଟକଣା ହଟିବା ପରେ ମଧ୍ୟ ଏହି ନିୟମ ବଳବତ୍ତର ରହିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ୩ଟି ପାସେଞ୍ଜର ଟ୍ରେନ୍ ଗଡୁଛି। ସକାଳ ୫ଟା ୪୫ ମିନିଟରେ ବ୍ରହ୍ମପୁର ଷ୍ଟେସନରୁ ପଲାସା-କଟକ-ପାସେଞ୍ଜର ଟ୍ରେନ୍ ଚାଲୁଥିବା ବେଳେ ସକାଳ ୭ଟାରେ ଗୁଣୁପୁର-କଟକ-ମେମୁ ଟ୍ରେନ୍ ଛାଡିଥାଏ। ସେହିପରି ସକାଳ ୮ଟା ୨୦ ମିନିଟ୍ ରେ ବ୍ରହ୍ମପୁର ଷ୍ଟସନରୁ ପଲାସା-ଭୁବନେଶ୍ବର-ପାସେଞ୍ଜର ଟ୍ରେନ୍ ଛାଡିଥାଏ।