Odisha News: ତ୍ରିରଙ୍ଗା ଯାତ୍ରା ଓ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
Advertisement
Article Detail0/zeeodisha/odisha2384254

Odisha News: ତ୍ରିରଙ୍ଗା ଯାତ୍ରା ଓ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ: ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ୭୮ତମ ସ୍ୱାଧୀନତା ଦିବସ ସମାରହୋ ଉପଲକ୍ଷେ ବିକଶିତ ଓଡିଶା ଓ ଭାରତ ଗଠନ ଦିଗରେ ନିଜ ମାତୃ ଭୂମିକୁ ଭଲପାଇ ନିଜ ଘର ସମ୍ମୁଖରେ ତ୍ରିରଙ୍ଗା ପତକା ଉଡେଇବା ଦିଗରେ ସଚେତନତା ସହ ନୀତି ଆୟୋଗ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାରି ରହିଥିବା ସମ୍ପୂର୍ଣ୍ଣତା ଅଭିଯାନରେ ସୂଚକାଙ୍କ ଶତପ

Odisha News: ତ୍ରିରଙ୍ଗା ଯାତ୍ରା ଓ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha News: କନ୍ଧମାଳ: ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ୭୮ତମ ସ୍ୱାଧୀନତା ଦିବସ ସମାରହୋ ଉପଲକ୍ଷେ ବିକଶିତ ଓଡିଶା ଓ ଭାରତ ଗଠନ ଦିଗରେ ନିଜ ମାତୃ ଭୂମିକୁ ଭଲପାଇ ନିଜ ଘର ସମ୍ମୁଖରେ ତ୍ରିରଙ୍ଗା ପତକା ଉଡେଇବା ଦିଗରେ ସଚେତନତା ସହ ନୀତି ଆୟୋଗ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାରି ରହିଥିବା ସମ୍ପୂର୍ଣ୍ଣତା ଅଭିଯାନରେ ସୂଚକାଙ୍କ ଶତପ୍ରତିଶତ ପୁରଣ ଦିଗରେ ବ୍ଲକ ପ୍ରଶାସନ ଦ୍ଵାରା ଅଭିନବ ପଦକ୍ଷେପ ଭାବେ “ସ୍ୱାସ୍ଥ୍ୟ ସମ୍ବାଦ” କାର୍ଯ୍ୟକ୍ରମକୁ ଗଣ ଦୌଡ଼ ଓ ମାନବ ଶୃଂଙ୍କଳ ମାଧ୍ୟମରେ ସଚେତନତା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ରହିଥିବା ସୂଚକାଙ୍କୁ ଶତପ୍ରତିଶତ ପୁରଣ ଦିଗରେ ସମାଜର ସମସ୍ତ କ୍ଷେତ୍ରର ଲୋକଙ୍କୁ ନେଇ ୩୦ସେପ୍ଟେମ୍ବର,୨୦୨୪ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଫିରିଙ୍ଗିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଏଥିରେ ଜନସାଧାରଣ,ଜନପ୍ରତିନିଧି,ସ୍ୱୟଂ ସହାୟିକା ଗୋଷ୍ଠି ମହିଳା,ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା,ଶିଶୁ ବିକାଶ ଯୋଜନା ଅଧିକାରୀ ଓ ବ୍ଲକର ସମସ୍ତ ପଦାଧିକାରୀ ଇତ୍ୟାଦି ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ ଓଡିଶା ଜୀବିକା ମିଶନ ପରିଚାଳନା କରିଥିଲେ ଏବଂ ଆକାଂକ୍ଷୀ ବ୍ଲକ ଫେଲୋ,ଗାନ୍ଧୀ ଫେଲୋ ଓ ପିରାମଲ ଫାଉଣ୍ଡେସନ୍, କନ୍ଧମାଳର ପ୍ରତିନିଧି ସହଯୋଗ କରିଥିଲେ।