Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
Advertisement

Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

Bhubaneswar : ଖଣ୍ତାରେ ହାଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଏକ ଜଘଂନ୍ୟ ହତ୍ୟାକାଣ୍ତ ଘଟିଛି ଭୁବନେଶ୍ବର ୟୁନିଟ୍ ୧ ଅଞ୍ଚଳରେ । ରକ୍ତଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିଲା । ଖବର ପାଇଁ କ୍ୟାପିଟାଲ ଥାନା ପୋଲିସ (Capital police station) ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ୍ ଜାରି ରଖିଛି । 

Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

Bhubaneswar News: କ୍ରାଇମ୍ ହବ ପାଲିଟିଛି ଭୁବନେଶ୍ବର । ବିଭିନ୍ନ ସମୟରେ ରାଜଧାନୀର ଛାତି ଉପରେ ଘଟି ଚାଲିଛି ବହୁ ଜଘଂନ୍ୟ ହତ୍ୟାକାଣ୍ତ (Murder) । କେତେବେଳେ ବିଚ୍ ରାସ୍ତାରେ ଖଣ୍ତା ବୁଲୁଛି ତ ଆଉ କେତେବେଳେ ହୋଟେଲ ରୁମରୁ ଉଦ୍ଧାର ହେଉଛି ମୃତଦେହ । ତେବେ ବର୍ତ୍ତମାନ ଆଉ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଖଣ୍ତାରେ ହାଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଏକ ଜଘଂନ୍ୟ ହତ୍ୟାକାଣ୍ତ ଘଟିଛି ଭୁବନେଶ୍ବର ୟୁନିଟ୍ ୧ ଅଞ୍ଚଳରେ (Bhubaneswar unit 1) । ରକ୍ତଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିଲା । ଖବର ପାଇଁ କ୍ୟାପିଟାଲ ଥାନା ପୋଲିସ (Capital police station) ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ୍ ଜାରି ରଖିଛି । ସୂଚନା ଅନୁଯାୟୀ, ବୁଧବାର ଦିନ ଭୋର ସମୟରେ ସୁଶାନ୍ତ ନାୟକ ନାମକ ଏକ ଯୁବକ ବାଇକରେ ଆସୁଥିବା ସମୟରେ ଖଣ୍ତାରେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ସୁଶାନ୍ତ । ହତ୍ୟାକାଣ୍ତ ନେଇ ଖବର ପାଇବା ପରେ ପୋଲସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ତର କାରଣ ଜଣାପଡ଼ିନାହିଁ । କେଉଁ କାରଣରୁ ଯୁବକଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି ତାହାର କାରଣ ଖୋଜୁଛି ପୋଲିସ ।

ଏହା ବି ପଢନ୍ତୁ-Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ASI ଓ ହୋମଗାର୍ଡ଼ ଗୁରୁତର

ଏହା ବି ପଢନ୍ତୁ-Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା

ସେପଟେ ମଙ୍ଗଲବାର ବିଳମ୍ବିତ ରାତିରେ ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରିବା ସମୟରେ ବଲାଙ୍ଗୀର (Balangir) ଟାଉନ ଥାନା ନୃସିଂହ ମନ୍ଦିର ନିକଟରେ ଛୁରୀ ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଛୁରା ମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମୃତ ଯୁବକ ଗେଟସ1ରୋବରପଡ଼ାର ସରୋଜ ପାଣିଗ୍ରାହୀ ଓ ଗୁରୁତର ଜଣକ କନ୍ଧପାଳିପଡା଼ର ପ୍ରେମ ସାହୁ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,  ସରୋଜ ଓ ପ୍ରେମ ବଲାଙ୍ଗୀରରେ ଅନୁଷ୍ଠିତ ଶୀତଳଷଷ୍ଠୀ ଯାତ୍ରା ଦେଖି  ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ୍ ତାଙ୍କୁ ଦୁଇ ଜଣ ନିଶାସକ୍ତ ଯୁବକ ଆସି  ସେମାନଙ୍କୁ ଅଟକାଇଥିଲେ । ତେବେ କେଉଁ କାରଣ ପାଇଁ ସେମାନଙ୍କୁ ଅଟକାଉଛନ୍ତି ବୋଲି ପଚାରିବାରୁ ସେମାନେ ଛୁରୀ କାଢି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦୁଇ ଜଣ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସରୋଜଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେମ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଛୁରା ମାଡ଼ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନିଥିବା ନେଇ ପ୍ରେମ ପୋଲିସକୁ କହିଛନ୍ତି । ତେବେ କେଉଁ କାରଣରୁ ଏହି ଛୁରା ମାଡ଼ କରାଯାଇଛି ତାହାର କାରଣ ଖୋଜୁଛି ପୋଲିସ । ଏହି ମାମଲାରେ ଏଯାବତ୍ କାହାରିକୁ ଗିରଫ କରାଯାଇନାହିଁ ।

ଏହା ବି ପଢନ୍ତୁ- Gold Rate: ସୁନା ଦର ୧୩୦୦ ଟଙ୍କା ଶସ୍ତା ! ନିବେଶକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଏହା ବି ପଢନ୍ତୁ-Khordha: ଜାଲ ଦସ୍ତଖତ କରି ଟଙ୍କା ଉଠାଇନେଲେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ; ଥାନାର ଦ୍ୱାରସ୍ଥ ହେଲେ ବିଡ଼ିଓ

ଏହା ବି ପଢନ୍ତୁ-Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....