ସରକାରରେ ରହୁନି ତାଳମେଳ, ଶୀର୍ଷ ନେତୃତ୍ୱ ଜାରି କଲେ ଫତଓ୍ୱା!
Advertisement
Article Detail0/zeeodisha/odisha2416041

ସରକାରରେ ରହୁନି ତାଳମେଳ, ଶୀର୍ଷ ନେତୃତ୍ୱ ଜାରି କଲେ ଫତଓ୍ୱା!

  ଆଉ ଅଳ୍ପ କେଇଟା ଦିନରେ ରାଜ୍ୟରେ ମୋହନ ସରକାରକୁ ୯୦ ଦିନ ବିତିବ। ଏହି ସମୟ ଭିତରେ କେଉଁ ପ୍ରତିଶୃତି ସେ ପୂରଣ କଲେ ଆଉ ନ କଲେ ତାହା ଅନୁଶୀଳନର ବ୍ୟାପର କିନ୍ତୁ ଯେଉଁ ପ୍ରସଙ୍ଗ ବିଶେଷ ଭାବେ ଆଲୋଚନା ହେଉଛି ତାହା ହେଲା ସରକାରରରେ ଅସଙ୍ଗତି। ବିଧାୟକ ଦଳ ଭିତରେ କିଏ କେତେବେଳେ କ’ଣ କରୁଛି ତାହାର କୌଣସି ଠିକଣା ଦିଶା ନିର୍ଦ୍ଦେଶ ରହୁନାହିଁ। ବ

ସରକାରରେ ରହୁନି ତାଳମେଳ, ଶୀର୍ଷ ନେତୃତ୍ୱ ଜାରି କଲେ ଫତଓ୍ୱା!

ଭୁବନେଶ୍ୱର:  ଆଉ ଅଳ୍ପ କେଇଟା ଦିନରେ ରାଜ୍ୟରେ ମୋହନ ସରକାରକୁ ୯୦ ଦିନ ବିତିବ। ଏହି ସମୟ ଭିତରେ କେଉଁ ପ୍ରତିଶୃତି ସେ ପୂରଣ କଲେ ଆଉ ନ କଲେ ତାହା ଅନୁଶୀଳନର ବ୍ୟାପର କିନ୍ତୁ ଯେଉଁ ପ୍ରସଙ୍ଗ ବିଶେଷ ଭାବେ ଆଲୋଚନା ହେଉଛି ତାହା ହେଲା ସରକାରରରେ ଅସଙ୍ଗତି। ବିଧାୟକ ଦଳ ଭିତରେ କିଏ କେତେବେଳେ କ’ଣ କରୁଛି ତାହାର କୌଣସି ଠିକଣା ଦିଶା ନିର୍ଦ୍ଦେଶ ରହୁନାହିଁ। ବିଧାନସଭାରେ ବିଧାୟକମାନେ ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀଙ୍କଠୁ ଅଧିକ ସମୟ କହୁଥିବା ନଜରକୁ ଆସୁଛି। ପୁଣି କିଛି ନିର୍ଦ୍ଦିଷ୍ଟ ସ୍ୱାଧୀନ ନେତାଙ୍କ ଘରେ ମନ୍ତ୍ରୀମାନଙ୍କ ଅବାଧ ବୈଠକ ବି ସରକାରରେ ବହୁମୁଖୀ ଆଚରଣକୁ ପଦାରେ ପକାଉଛି। ଏହାକୁ ନେଇ ସରକାର ମଧ୍ୟ ସମାଲେଚନା ହୋଇଛି। ଏହି ସମାଲୋଚନାରେ ଦଳର ବରିଷ୍ଠ ନେତା ଓ ଉଚ୍ଚ ନେତୃତ୍ୱ ଅନେକ ଚିନ୍ତନ ଓ ସମୀକ୍ଷା କରିବା ପରେ କିଛି ନେତାଙ୍କ ଉପରେ ଏବେ ଅଘୋଷିତ ଫତଓ୍ୱା ଜାରି ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, କଟକ ଜିଲ୍ଲାର ଜଣେ ସ୍ୱାଧୀନ ବିଧାୟକଙ୍କୁ କେନ୍ଦ୍ର କରି ସବୁ ବିବାଦ ଉପୁଜିଛି। ଏହି ବିଧାୟକଙ୍କ ଭୁବନେଶ୍ୱର ନୂଆପଲ୍ଲୀଠାରେ ଥିବା ବାସଭବନରେ ଜଣେ ଯୁବ ମନ୍ତ୍ରୀଙ୍କ ବସାଉଠାକୁ ନେଇ ଅନ୍ୟ ନେତାମାନଙ୍କ ଉପରେ କଟକଣା ଜାରି କରାଯାଇଛି। ଏହି କଟକଣା ତାଙ୍କ ସମେତ ଅନ୍ୟ ବିଧାୟକମାନଙ୍କ ପାଇଁ ବି ଲାଗୁ ରହିଛି। କାରଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଉ କିଛି ବିଧାୟକ ଓ ମନ୍ତ୍ରୀ ଏଠାରେ ବସି ମନ ଇଚ୍ଛା ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ନିଷ୍ପତ୍ତି ନେଉଥିବା ବି ଚର୍ଚ୍ଚା ହୋଇଛି। କେନ୍ଦ୍ରୀୟ ନେତୃତ୍ୱ ତଥା ପ୍ରତିନିଧିଙ୍କ ପକ୍ଷରୁ ଶୁଣାଇ ଦିଆଯାଇଥିବା ଏହି ନିଷ୍ପତ୍ତିରେ କୁହାଯାଇଚଇ ଯେ, ଦଳର ଶୃଙ୍ଖଳା ହେଉଛି ପ୍ରଥମ।  ସରକାର ପଛା ଯାଉ କିନ୍ତୁ ବିଶୃଙ୍ଖଳାକୁ କେବେ ପ୍ରଶ୍ରୟ ଦେବ ନାହିଁ ଦଳ। ଏହିଭଳି ବିଶୃଙ୍ଖଳା କାରଣରୁ କଂଗ୍ରେସ ଦଳର ଏପରି ପରିସ୍ଥିତି ହୋଇଛି ଯେ ଦଳ ଉଠି ପାରୁ ନାହିଁ। ପ୍ରତି ନେତା ଜଣେ ଜଣେ ମୁରବୀ ବୋଲି ନିଜକୁ ଗ୍ରହଣ କରୁଥିବାରୁ ଦଳ ନା ଆଗକୁ ଯାଉଛି ନା ସରକାର ଗଢ଼ିପାରୁଛି।  ଏହି ଧାରାକୁ ରଦ୍ଦ କରିବା ଲାଗି ବିଜେପିର କେନ୍ଦ୍ର ତଥା ରାଜ୍ୟ ଶୀର୍ଷ ନେତୃତ୍ୱ ଯଥେଷ୍ଟ ଯତ୍ନବାନ ରହିଥିବା କହିଛନ୍ତି। ଏଣୁ  ସମ୍ପୃକ୍ତ ବିଧାୟକ ଯିଏ ଦଳର ନୁହନ୍ତି, ତାଙ୍କ ସହ ବସାଉଠା କରୁଥିବା ନେତା ଦଳ ପାଇଁ କେବେ ଅପରିହାର୍ଯ୍ୟ ହେବେ ନାହିଁ ବୋଲି ବି ଶୀର୍ଷ ନେତୃତ୍ୱ ଶୁଣାଇ ଦେଇଥିବା କୁହାଯାଉଛି।

ଆଲୋଚନାରେ ଥିବା ଏହି ସ୍ୱାଧୀନ ବିଧାୟକ ଜଣକ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଦଳୀୟ ସଭାପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଏହି ବ୍ୟକ୍ତିଙ୍କୁ ସ୍ୱାଧୀନ ଭାବେ ଠିଆ ହେବାକୁ ସହାୟକ ହୋଇଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କ ଘନିଷ୍ଠ ହେବା ପାଇଁ ଯୁବମନ୍ତ୍ରୀ ଜଣଙ୍କ ସ୍ୱାଧୀନ ବିଧାୟକଙ୍କୁ ଆୟୁଧ କରିଛନ୍ତି। ଆଉ ତାଙ୍କରି ପରାମର୍ଶରେ ଭୁଲ୍‍ ନିଷ୍ପତ୍ତି ନେଇ ସରକାରଙ୍କୁ ଅକଳରେ ପକାଇଥିବା ନେଇ ଦଳୀୟ ନେତୃତ୍ୱ ଜାଣିବାକୁ ପାଇଛନ୍ତି। ଏହି ପରାମର୍ଶ ଏତେ ଭୟଙ୍କର ଯେ ପରୋକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ମିଡିଆକୁ ଆସିବାକୁ ବାଧ୍ୟ ହୋଇଥିଲେ। ଏ ପ୍ରସଙ୍ଗ ‘ରାଜ୍ୟ କ୍ରୀଡ଼ା ସମ୍ମାନ’କୁ ନେଇ ଉଠିଥିଲା। 

ଖାଲି ସେତିକି ନୁହେଁ, ଏହାଙ୍କ ପରାମର୍ଶରେ ସରକାରରେ ଥିବା ଆଉ କିଛି ମ଼ନ୍ତ୍ରୀ ବି କାର୍ଯ୍ୟ ପରିଚାଳନା କରୁଛନ୍ତି। ଅନେକ ବିଧାୟକ ବି ମନ୍ତ୍ରୀଙ୍କ ଅପେକ୍ଷା ବିଭାଗ ବିଷୟରେ ଅଧିକ ଜାଣିଥିବା ଇଙ୍ଗିତ କରୁଛନ୍ତି। ଏହାଦ୍ୱାରା ମନ୍ତ୍ରୀମଣ୍ଡଳ ଏବେ ଏକକ ନେତୃତ୍ୱରେ ନରହି ବହୁମୁଖୀ ହୋଇଛି। 

ମୁଖ୍ୟମନ୍ତ୍ରୀ ମୋହନ ମାଝି ଜଣେ ସାଧାରଣ ଆଦିବାସୀ ପରିବାରରୁ ବିଧାୟକ ଓ ପରେ ମୁଖ୍ୟମନ୍ତ୍ରୀ ଭାବେ ଅଳଂକୃତ। ଦଳ ପ୍ରତି ତାଙ୍କର ନିଷ୍ଠା କାହାକୁ ଅଛୁପା ନାହିଁ। ପୂର୍ବ ସରକାର ସମୟରେ ତାଙ୍କୁ ହଟାଇଦେବା ଲାଗି ଅନେକ ପ୍ରୟାସ ହୋଇ ତାହା ନାକାମ ରହିଛି। ଏବେ ତାଙ୍କ ଦଳର ନେତାଏଁ ଯେଉଁ ଚାପା ଅବମାନନା ଆଣି ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାହା ଯେ ତାଙ୍କୁ ଅଛୁପା ତାହା କହିବା ଭୁଲ୍‍ ହେବ। ଏଣୁ ସଂଘ ଓ ଦଳକୁ ତୃଣମୂଳ ସ୍ତରରୁ ଚିହ୍ନି ଆସିଥିବା ଏହି ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆଗକୁ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଭାବକୁ ଶୂନ୍ୟ କରିବାଲାଗି ଯେ ଚିନ୍ତା କରି ନଥିବେ ତାହା କହିବ କିଏ?