Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନ ସମସ୍ୟାର ସମାଧାନ ନେଇ ଗଣଧାରଣା
Advertisement
Article Detail0/zeeodisha/odisha1977137

Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନ ସମସ୍ୟାର ସମାଧାନ ନେଇ ଗଣଧାରଣା

Brahmapur Railway Station Problems:  ବ୍ରହ୍ମପୁର ରେଳ ଷ୍ଟେସନ ସମସ୍ୟାର ସମାଧାନ ନେଇ ଗଣଧାରଣା ସମାଜସେବୀଙ୍କ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଗଣଧାରଣା।

Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନ ସମସ୍ୟାର ସମାଧାନ ନେଇ ଗଣଧାରଣା

Protest for various problems of Brahmapur Railway Station: ରେଶମ ନଗରୀ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଏଠକାର ରେଳ ଷ୍ଟେସନ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଯାତାୟତ ସ୍ଥଳ ଭାବରେ ସମଗ୍ର ରାଜ୍ୟରେ ଜଣାଶୁଣା। ରାଜ୍ୟର ଏକ ପ୍ରମୁଖ ରେଳ ଷ୍ଟେସନ ହୋଇଥିଲେ ମଧ୍ୟ ଏହା ସହିତ ଲାଗିରହିଛି ଅନେକ ସମସ୍ୟା। ବିଭିନ୍ନ ସମସ୍ୟା ସହ ଜିଲ୍ଲାବାସୀଙ୍କୁ ଦେଇଥିବା ବିଭିନ୍ନ ଦାବି ପୂରଣ କରିବା ପାଇଁ ରେଳ ଷ୍ଟେସନ ସାମ୍ନାରେ ଧାରଣା ଦେଇଛି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍। 

ବ୍ରହ୍ମପୁର ରେଳ ଷ୍ଟେସନ କୁ ବିଶ୍ଵସ୍ତରୀୟ ଷ୍ଟେସନ ରୂପେ ରୂପାନ୍ତରିତ ସହ ଏଠାରେ ରେଳ ଟର୍ମିନାଲ ଏବଂ କୋଚ ୱାସିଙ୍ଗ କମ୍ପ୍ଲେକ୍ସ ନିର୍ମାଣ ଦାବିରେ ଶୁକ୍ରବାର ଗଣଧାରଣା ଦିଆଯାଇଥିଲ। ମୁଖ୍ୟତଃ ଟର୍ମିନାଲ ନିର୍ମାଣ, ପ୍ରସ୍ତାବିତ ଶୀତଳପଲ୍ଲୀ ରେଳ ୱାଗନ କାରଖାନା ନିର୍ମାଣ, ବ୍ରହ୍ମପୁର ତଥା ଦକ୍ଷିଣ ଓଡିଶା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ, ରେଳ ବଜେଟ୍ ରେ ବ୍ରହ୍ମପୁର ପାଇଁ ଅଧିକ ଅନୁଦାନ ଦାବି ନେଇ ସକାଳ ଆଠଚାରୁ ଦିନ ୧୧:୦୦ ପର୍ଯ୍ୟନ୍ତ ୩ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଥିଲା।

ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ଦାବି ପୁରଣ ନେଇ ରେଲୱେ ବୋର୍ଡ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ରେଳ ରୋକ ଆନ୍ଦୋଳନ କରାଯିବା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଆନ୍ଦୋଳନ ମାଧ୍ୟମରେ ଚେତାବନୀ ଦିଆଯାଇଛି। ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ଦିଆଯିବା ଡାକରା କ୍ରମେ ଅନୁଷ୍ଠିତ ଗଣଧାରଣାରେ ସମାଜସେବୀ ବିନୋଦ ସାବତ, ସୋମେଶ୍ୱର ରାଓ, ବାଳକୃଷ୍ଣ ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ସନ୍ତୋଷ କୁମାର ସାହୁ, ରାମେଶ୍ୱର ଶତପଥି, ମାନସ ରଞ୍ଜନ ପାତ୍ର, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଣବ କୁମାର ପଣ୍ଡାଙ୍କ ସମେତ ବହୁ ସମାଜସେବୀଙ୍କ ସହ ଅନ୍ୟାନ୍ୟ ସଙ୍ଗଠନର ସଦସ୍ୟ ଯୋଗ ଦେଇଥିଲେ।