Advertisement
Article Detail0/zeeodisha/odisha2289840
Zee OdishaOdisha StateHouse For New CM: ସରିଲା ‘ଓ୍ୱର୍କ ଫ୍ରମ୍‍ ହୋମ୍‍’, ମୁଖ୍ୟମନ୍ତ୍ରୀ ରହିବେ କେଉଁଠି?

House For New CM: ସରିଲା ‘ଓ୍ୱର୍କ ଫ୍ରମ୍‍ ହୋମ୍‍’, ମୁଖ୍ୟମନ୍ତ୍ରୀ ରହିବେ କେଉଁଠି?

ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝି ଯଦି କୌଣସି ସରକାରୀ ବାସଭବନ ଗ୍ରହଣ କରନ୍ତି ତେବେ ସେଠାରେ ତାଙ୍କ ଆବାସ ସହ ଏକ ଆବାସିକ କାର୍ଯ୍ୟାଳୟ ଓ ଅଭିଯୋଗ ପ୍ରକୋଷ୍ଠ ରହିବ। ଏହିକ୍ରମରେ  ଗତ ୨୪ ବର୍ଷ ହେଲା ଯେଉଁ ୨୪ ବର୍ଷ ହେଲା‘ ଘରୁ କାମ କରୁଥିବା ମୁଖ୍ୟମନ୍ତ୍ରୀ’ ପରିଚୟ ଥିଲା ସେଥିରେ ପରିବର୍ତ୍ତନ ହେବ।

House For New CM: ସରିଲା ‘ଓ୍ୱର୍କ ଫ୍ରମ୍‍ ହୋମ୍‍’,  ମୁଖ୍ୟମନ୍ତ୍ରୀ ରହିବେ କେଉଁଠି?

House For New CM:  ଭୁବନେଶ୍ୱର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଓଡ଼ିଶା ପାଇଁ ଅନେକ ବିଷୟରେ ନୂତନତା ଆଣିବାକୁ ଯାଉଛି। ସେ ଭିତରେ ପୁରୁଣା ପରମ୍ପରା ବି ଭଙ୍ଗ ହେବ। ସେ ଭିତରେ ରହିଛି ୨୪ ବର୍ଷର ‘ଓ୍ୱର୍କ ଫ୍ରମ୍‍ ହୋମ୍‍’ ନୀତି। ପୁଣି ରହିଛି ସରକାରୀ ଆବାସରେ ମୁଖ୍ୟମନ୍ତ୍ରୀଙ୍କ ନିବାସ ଆଉ ଓଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଓ ଲୋକଙ୍କ ସଙ୍ଗେ କଥାବାର୍ତ୍ତା। 

କିନ୍ତୁ ପ୍ରଶ୍ନ ଉଠୁଛି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ରହିବେ କେଉଁଠି? କାରଣ ସରକାରୀ ଭାବେ ଓଡ଼ିଶାରେ ଗତ ୨୪ ବର୍ଷ ହେଲା କୌଣସି ନିର୍ଦ୍ଦିଷ୍ଟ ଆବାସ ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ନିଜ ପୈତୃକ ଘରେ ରହି କାର୍ଯ୍ୟ ପରିଚାଳନା କରୁଥିବାରୁ ସରକାରୀ ବାସଭବନ ପରିତ୍ୟକ୍ତ ହୋଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରହିଥିଲେ ବି ରହିବା ଲାଗି ଅନେକ ରକ୍ଷଣାବେକ୍ଷଣର ଆବଶ୍ୟକତା କରୁଥିଲା। ଏଭଳି ପରିସ୍ଥିତିରେ ଏବେ ନବ ନିର୍ବାଚିତ ମୋହନ ମାଝି ମୁଖ୍ୟମନ୍ତ୍ରୀ ଭାବେ ରହିବେ କେଉଁଠି। 

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟ ଅତିଥି ଭବନରେ ହିଁ ରହିବେ। ସେ ଚାହିଁଲେ ଯେକୌଣସି ସ୍ଥାନରେ ସରକାରୀ ଆବାସକୁ ନିଜର ଆବାସ ଭାବେ ଗ୍ରହଣ କରିପାରିବେ। ନହେଲେ ବର୍ତ୍ତମାନ ଏଜି ଛକ ନିକଟରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରହିଛି ତାହାକୁ ବାସଭବନ ଭାବେ ବ୍ୟବହାର କରିପାରିବେ। 

Add Zee News as a Preferred Source

ଏହିଘରେ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ରହିବାର ପରମ୍ପରା ରହିଛି। ଯଦିଓ ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଲାଗି କୌଣସି ନିର୍ଦ୍ଦିଷ୍ଟ ଆବାସ ନାମିତ କରାଯାଇ ନାହିଁ କିନ୍ତୁ ପରମ୍ପରାକୁ ଦେଖିଲେ ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଆବାସ। ଏଠାରେ ଆବଶ୍ୟକ ରକ୍ଷଣା ବେକ୍ଷଣ ତଥା ଜରୁରୀ ଆବଶ୍ୟକତାକୁ ପୂରଣ କରାଯାଇ ମୁଖ୍ୟମନ୍ତ୍ରୀ ରହିପାରନ୍ତି। କିନ୍ତୁ ଏଥିଲାଗି ସମୟ ଆବଶ୍ୟକତା ଥିବାରୁ ଏବେ ସେ ଅତିଥିଭବନରେ ରହିବେ ବୋଲି ସୂଚନା ମିଳିଛି। 

ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ଦୀର୍ଘ ବର୍ଷ ଏଠାରେ ରହି ଆସୁଥିଲେ। ସେମାନେ ଏଠାରେ ଲୋକଙ୍କ ଅଭିଯୋଗକୁ ସିଧାସଳଖ ଗ୍ରହଣ କରୁଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରି ଅନେକ କ୍ଷେତ୍ରରେ ସମସ୍ୟା ସମାଧାନ ଲାଗି ବ୍ୟବସ୍ଥା କରୁଥିଲେ। ପୁଣି ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇବା ବି ସହଜ ହେଉଥିଲା। ପୁଲିସ ଯାତାୟାତ ଓ ସୁରକ୍ଷା ନିଶ୍ଚିତ କରିବା ସହଜସାଧ୍ୟ ଥିଲା। 

ହେଲେ ନବୀନଙ୍କ ଶାସନ ଆରମ୍ଭ ହେବା ପରେ ସୁରକ୍ଷା ବ୍ୟବସ୍ଥା ନବୀନ ନିବାସ ଆଡ଼କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ଥାନ ଅଭାବ ହେତୁ ପୁଲିସ ଛାଉଣୀ ଲାଗି ନବୀନ ନିବାସ ଆଗ ରାସ୍ତାକୁ ମଧ୍ୟ ଅବରୋଧ କରାଯାଇଥିଲା। ଏହାଦ୍ୱାରା ସାଧାରଣଙ୍କ ଯାତାୟାତ ଅସୁବିଧା ହେଉଥିବାରୁ ବିମାନବନ୍ଦରର ପ୍ରାଚୀର ହଟାଯାଇ ଏକ ନୂଆ  ବିକଳ୍ପ ରାସ୍ତା ବାହାର କରାଯାଇଥିଲା। ଏବେ ତାହା ଜନସାଧାରଣଙ୍କ ଗମନାଗମନରେ ବ୍ୟବହାର କରାଯାଉଛି। ଏବେ ସେହି ବ୍ୟବସ୍ଥାକୁ ହଟାଯିବାର ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇପାରେ। 

ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝି ଯଦି କୌଣସି ସରକାରୀ ବାସଭବନ ଗ୍ରହଣ କରନ୍ତି ତେବେ ସେଠାରେ ତାଙ୍କ ଆବାସ ସହ ଏକ ଆବାସିକ କାର୍ଯ୍ୟାଳୟ ଓ ଅଭିଯୋଗ ପ୍ରକୋଷ୍ଠ ରହିବ। ଏହିକ୍ରମରେ  ଗତ ୨୪ ବର୍ଷ ହେଲା ଯେଉଁ ୨୪ ବର୍ଷ ହେଲା‘ ଘରୁ କାମ କରୁଥିବା ମୁଖ୍ୟମନ୍ତ୍ରୀ’ ପରିଚୟ ଥିଲା ସେଥିରେ ପରିବର୍ତ୍ତନ ହେବ।

About the Author