Bahanaga Train Tragedy: ନେଲେନି ପରିବାର ଲୋକେ! ୨୮ ଅଚିହ୍ନା ମୃତଦେହର ସତ୍କାର କରିବ BMC
Advertisement

Bahanaga Train Tragedy: ନେଲେନି ପରିବାର ଲୋକେ! ୨୮ ଅଚିହ୍ନା ମୃତଦେହର ସତ୍କାର କରିବ BMC

Bahanaga Train tragedy​: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ (Odisha Train Accident) ବିତିଛି ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ସମୟ । ତେବେ ବର୍ତ୍ତମାନ ସୁଦ୍ଧା ୨୮ ମୃତଦେହର ପରିଚୟ ମିଳିପାରିନାହିଁ । ଏହି ଅଚିହ୍ନା ମୃତ ଶରୀରର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିମସି (BMC) ।

ସୌ(ସୋସିଆଲ ମିଡିଆ)

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ (Odisha Train Accident) ବିତିଛି ଦୀର୍ଘ ୪ ମାସରୁ ଉର୍ଦ୍ଧ୍ବ ସମୟ । ତେବେ ବର୍ତ୍ତମାନ ସୁଦ୍ଧା ୨୮ ମୃତଦେହର ପରିଚୟ ମିଳିପାରିନାହିଁ । ଏହି ଅଚିହ୍ନା ମୃତ ଶରୀରର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିମସି (BMC) ।

ସୂଚନା ଅନୁଯାୟୀ, ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ (Bahanaga Train tragedy) ଦୀର୍ଘ ମାସ ବିତିଥିବା ବେଳେ ଏବେ ଚିହ୍ନଟ ହୋଇପାରିନି ୨୮ ମୃତଦେହ । ଚିହ୍ନଟ ହୋଇନଥିବା ଏହି ମୃତଦେହର ଅନ୍ତିମ ସଂସ୍କାର ପାଇଁ ଜିଲ୍ଲାପାଳଙ୍କୁ ସିବିଆଇ ପକ୍ଷରୁ ଚିଠି ଲେଖାଯାଇଥିଲା । ସିବିଆଇର (CBI) ଏହି ଚିଠି ପରେ ମୃତଦେହର ଅନ୍ତିମ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । ଡିଏନଏ (DNA) ଟେଷ୍ଟ ପରେ ବି ଚିହ୍ନଟ ହୋଇ ନ ପାରିନବାରୁ ଏମ୍ସ ହସ୍ପିଟାଲରେ (AIIMS) ପଡ଼ି ରହିଛି ଏସବୁ ମୃତଦେହ । ବଡ଼ି ଡିସପୋଜ (Body Dispose) ପାଇଁ ଗତ ଅଗଷ୍ଟ ୨୫ ତାରିଖରେ ସିବିଆଇ (CBI) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ (khordha Collector) ଚିଠି ଲେଖିବା ପରେ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିମସି (BMC) । ସେହିପରି ଏମ୍ସ (AIIMS)ରୁ ମୃତଦେହ ହସ୍ତାନ୍ତରଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି କରାଯିବ ବୋଲି ସୂଚନା ମିଳିଛି । ଜାରି କରାଯାଇଥିବା ଏସ୍‌ଓପି (SOP) ଅନୁଯାୟୀ , ଭରତପୁରରେ ଏହି ସମସ୍ତ ଅଚିହ୍ନା ମୃତଦେହ ଗୁଡ଼ିକର ସଂସ୍କାର କରାଯିବ। ଏମ୍ସରୁ (AIIMS) ଭରତପୁର (Bharatpur) ପର୍ଯ୍ୟନ୍ତ ମୃତହେହକୁ ନେବା ଲାଗି ବିଏମ୍‌ସି ଗାଡ଼ି ବ୍ୟବସ୍ଥା କରବ । ଏମ୍ସ ନିର୍ଦ୍ଦେଶକ ମୃତଶରୀର ଗୁଡ଼ିକୁ ବିଏମ୍‌ସିର ହେଲ୍‌ଥ ଅଫିସରଙ୍କୁ ହସ୍ତାନ୍ତର କରିବେ । ଏହି ହସ୍ତାନ୍ତର ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଗାଇଡଲାଇନକୁ ପାଳନ କରାଯିବ। ବିଏମ୍‌ସି ହେଲ୍‌ଥ ଅଫିସର (BMC Health Officer) ମୃତଦେହ ଗୁଡ଼ିକୁ ଗ୍ରହଣ କରିବା ପରେ ସେଗୁଡ଼ିକର ଆବଶ୍ୟକ ରେକର୍ଡ଼ ରଖିବେ।

Also Read-Odisha News: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ

ପ୍ରକାଶ ଥାଉ, ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ (Coromandel Express) ବାହାନଗାଠାରେ ଏକ ମାଲ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ୨ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ପରେ ସେହି ରୁଟ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।