Odisha Weather Forecast: ରାଜ୍ୟରେ ଦୁଇ ଦିନ ଏହି ସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2420897

Odisha Weather Forecast: ରାଜ୍ୟରେ ଦୁଇ ଦିନ ଏହି ସବୁ ସ୍ଥାନରେ ହେବ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

Weather Forecast Updates: ପାଣିପାଗ ବିଭାଗ ୯-୧୦ ସେପ୍ଟେମ୍ବରରେ ଦେଶର ୧୯ଟି ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ନେଇ ସତର୍କ ସୂଚନା ଜାରି କରିଛି । ୮ ସେପ୍ଟେମ୍ବର  ରବିବାର ଦିନ ଆଇଏମଡି ସୂଚନା ଦେଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ର ବର୍ତ୍ତମାନ ଏକ ଅବପାତରେ ପରିଣତ ହୋଇଛି।

 

Odisha Weather Forecast

Odisha Weather Forecast: ଭାରତୀୟ ପାଣିପାଗ ବିଭାଗ ୯-୧୦ ସେପ୍ଟେମ୍ବରରେ ଦେଶର ୧୯ଟି ରାଜ୍ୟରେ ପ୍ରବଳ ବର୍ଷା ହେବାକୁ ନେଇ ସତର୍କ ସୂଚନା ଜାରି କରିଛି । ୮ ସେପ୍ଟେମ୍ବର  ରବିବାର ଦିନ ଆଇଏମଡି ସୂଚନା ଦେଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ର ବର୍ତ୍ତମାନ ଏକ ଅବପାତରେ ପରିଣତ ହୋଇଛି। IMD ବୁଲେଟିନ୍ ଅନୁଯାୟୀ, ଏହା କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ) ର ୩୧୦ କିଲୋମିଟର ପୂର୍ବରେ, ଗୋପାଳପୁର (ଓଡିଶା) ର ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ପାରାଦୀପ (ଓଡି଼ଶା) ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ଦିଘା (ପଶ୍ଚିମବଙ୍ଗ) ଠାରୁ ୪୧୦ କିମି ଦୂରରେ ଅବସ୍ଥିତ।

ପାଣିପାଗ ବିଭାଗ ରବିବାର ଦିନ କହିଛି ଯେ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ 'ଅରେଞ୍ଜ' ଆଲର୍ଟ ଜାରି କରିଛି। କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କାଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ 'ୟୋଲୋ' ଆଲର୍ଟ ଜାରି କରାଯାଇଛି। ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି।

ଆଇଏମଡି କହିଛି ଯେ ସେପ୍ଟେମ୍ବର ୮-୧୧ ମଧ୍ୟରେ ସମ୍ଭାବ୍ୟ ଅବପାତ ଯୋଗୁଁ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବଙ୍ଗୋପସାଗରରେ ଥିବା ଓଡି଼ଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇପାରେ। ଏହି ପବନ ମଧ୍ୟ ଘଣ୍ଟା ପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଦେଶର ଅନେକ ରାଜ୍ୟ ପାଇଁ ବର୍ଷା ସତର୍କତା
ଭାରତୀୟ ପାଣିପାଗ ବିଭାଗ ତରଫରୁ ସୋମବାର ୯ ସେପ୍ଟେମ୍ବର ଏବଂ ମଙ୍ଗଳବାର ୧୦ ସେପ୍ଟେମ୍ବରରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Also Read: Horoscope 9 August 2024: ୯ ସେପ୍ଟେମ୍ବରରେ ମହାଦେବ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜ ରାଶିଫଳ

Also Read: ଦେଶରେ ମିଳିଲା MPox ର ପ୍ରଥମ ସନ୍ଦେହଜନକ ମାମଲା, ହସ୍ପିଟାଲରେ ରୋଗୀ