Weather Update: ରାଜ୍ୟରେ ଆହୁରି କମିବ ଶୀତ, ବଢିବ କୁହୁଡ଼ି
Advertisement
Article Detail0/zeeodisha/odisha2028766

Weather Update: ରାଜ୍ୟରେ ଆହୁରି କମିବ ଶୀତ, ବଢିବ କୁହୁଡ଼ି

Weather Update: ରାଜ୍ୟରେ ଶୀତର କମିବା ସହ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ବୃଦ୍ଧି ପାଇଛି । କିନ୍ତୁ ଗତ କିଛି ଦିନ ହେବ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ରାଜ୍ୟର ବହୁ ସ୍ଥାନ । ଆସନ୍ତା ୨ ଦିନ ଏମିତି ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ଶୀତର (Winter) ପ୍ରକୋପ କମିବା ସହ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ବୃଦ୍ଧି ପାଇଛି । କିନ୍ତୁ ଗତ କିଛି ଦିନ ହେବ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ରାଜ୍ୟର ବହୁ ସ୍ଥାନ । ଆସନ୍ତା ୨ ଦିନ ଏମିତି ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖରୁ ଶୀତ (Winter) ଆହୁରି କମିବ । ବଙ୍ଗୋପସାଗରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହେବ । ଯାହାର ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ତା ପବନ ରାଜ୍ୟକୁ ପ୍ରବେଶ କରିପାରିବ ନାହିଁ । ଯାହା ଫଳରେ ଶୀତର ପ୍ରକୋପ କମିବ । ସେପଟେ କିନ୍ତୁ ରାଜ୍ୟରେ କୁହୁଡି଼ (Fog) ବଢିବ ବୋଲି ଆକଳନ କରାଯାଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଦେବ । ଏହାସହ ରାତି ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨ ଦିନ ରାଜ୍ୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଓ ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ଗଜପତି, ପୁରୀ, କଟକ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ତି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ ।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୧୦, ସୁନ୍ଦରଗଡ଼ରେ ୧୦, ବୌଦ୍ଧ ୧୦.୫, ଅନୁଗୋଳ ୧୧, ନବରଙ୍ଗପୁର ୧୧, ଭବାନୀପାଟଣା- ୧୧, ବଲାଙ୍ଗୀର ୧୧.୫,  ନୂଆପଡ଼ ୧୨.୪, ଦେବଗଡ଼ ୧୨.୫, ତାଳଚେର ୧୩, ଟିଟଲାଗଡ଼ ୧୩.୨, ଢେଙ୍କାନାଳ ୧୩.୮, ମାଲକାନଗିରି ୧୪, କଟକ ୧୫.୫ ଓ ଭୁବନେଶ୍ବରରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ପ୍ରକାଶ ଥାଉ କି, ସମ୍ବଲପୁରରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଅନୁଭୂତ ହୋଇଥିଲା । ସେହିପରି ହୀରାକୁଦରେ ସ୍ବାଭାବିକଠାରୁ ୩.୨, ବାଲେଶ୍ବରେ ୨.୯, ଚାନ୍ଦବାଲିରେ ୨.୧, ବାରିପଦାରେ ୨.୧, କଟକ ୧.୭ ଓ ଭୁବନେଶ୍ବରରେ ୧.୪ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହୋଇଛି ।