BMC: ସାମ୍ଭାବ୍ୟ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର: ସଂପ୍ରତି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅସନ୍ତା ୨୬ ଏବଂ ୨୭ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ତେବେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ହୋଇଯାଉଥିବା ବର୍ଷାକୁ ଏଡାଇଦିଆନଯାଇପାରେ। ଭୁବନେଶ୍ୱର ମହାନଗର ନିଗମ (ବିଏମସି )ଅଂଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଗତ ୧୩-୦୫ ୨୦୨୪ ରେ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସଂଯୁକ୍ତ ବିଭାଗ ବୈଠକ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କଣ୍ଟ୍ରୋଲ୍ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି ।

BMC: ସାମ୍ଭାବ୍ୟ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

About the Author