BMC: ସାମ୍ଭାବ୍ୟ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି
Advertisement
Article Detail0/zeeodisha/odisha2262308

BMC: ସାମ୍ଭାବ୍ୟ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର:  ସଂପ୍ରତି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅସନ୍ତା ୨୬ ଏବଂ ୨୭ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ତେବେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ହୋଇଯାଉଥିବା ବର୍ଷାକୁ ଏଡାଇଦିଆନଯାଇପାରେ। ଭୁବନେଶ୍ୱର ମହାନଗର ନିଗମ (ବିଏମସି )ଅଂଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଗତ ୧୩-୦୫ ୨୦୨୪ ରେ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସଂଯୁକ୍ତ ବିଭାଗ ବୈଠକ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କଣ୍ଟ୍ରୋଲ୍ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି ।

BMC: ସାମ୍ଭାବ୍ୟ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର :  ସଂପ୍ରତି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅସନ୍ତା ୨୬ ଏବଂ ୨୭ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ତେବେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ହୋଇଯାଉଥିବା ବର୍ଷାକୁ ଏଡାଇଦିଆନଯାଇପାରେ। ଭୁବନେଶ୍ୱର ମହାନଗର ନିଗମ (ବିଏମସି )ଅଂଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଗତ ୧୩-୦୫ ୨୦୨୪ ରେ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସଂଯୁକ୍ତ ବିଭାଗ ବୈଠକ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କଣ୍ଟ୍ରୋଲ୍ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି ।

ଆସନ୍ତା ୨୬ ତାରିଖରୁ ଏହି କଣ୍ଟେ୍‌ାଲ୍ ରୁମ୍ କାର୍ଯ୍ୟକରିବ । ଏହାର ମୁଖ୍ୟ ଦାୟିତ୍ୱରେ ରହିବେ ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା ।  ଜଳବନ୍ଦୀ ଜନିତ ନାଗରିକ ମାନଙ୍କର  ଆବଶ୍ୟକତା ବା ଜରୁରୀ ନିମନ୍ତେ ସେମାନେ ୧୯୨୯ କୁ କଲ୍ କରିବେ । ନଚେତ୍ , ଏକ ସ୍ୱତନ୍ତ୍ର ଫୋନ୍ ନମ୍ବର ୭୮୦୯୮୯୬୬୨୧ କୁ ନାଗରିକମାନେ ଫୋନ୍ କରି ଜଣାଇପାରିବେ । ଏହି ନମ୍ବରଟି ୨୬ ତାରିଖରୁ କାର୍ଯ୍ୟକରିବ ।  ବର୍ଷାର ଗତିବିଧି ଅନୁସାରେ ଏହି କଣ୍ଟ୍ରୋଲ୍ ରୁମ୍ ର ଅବଧିକୁ ବଢ଼ାଯାଇପାରେ ବା କମାଯାଇପାରେ ।   ବି ଏମ୍ ସି ଅଂଚଳରେ ସଂପ୍ରତି ୫୬ ଗୋଟି ଜଳବନ୍ଦୀ ଅଂଚଳ ଚିହ୍ନଟ ହୋଇଛି ।

ଏଥିପାଇଁ ଆବଶ୍ୟକୀୟ ଜଳ ନିଷ୍କାସନ ପମ୍ପ୍ ପ୍ରସ୍ତୁତ ହୋଇ ରହିଛି । ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗଠାରୁ ବଡ ପମ୍ପ୍ ସେଟ୍ ଅଣାଯିବାର ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲିଟି, ତୁରନ୍ତ ଉଦ୍ଧାର ଏବଂ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରିମଳ ଏବଂ ଅନ୍ୟାନ୍ୟ ସେବା ନିମନ୍ତେ ଟିମ୍ ବିଏମସି   ସଜାଗ ରହିଛି ଏବଂ ସଂଯୁକ୍ତ ବିଭାଗର ସହଯୋଗ ରହିଛି । ନାଗରିମାନେ କୌଣସି ପ୍ରକାରେ ଭୟଭୀତ ନ ହେବାପାଇଁ ବି ଏମସି ପକ୍ଷରୁ ନିବେଦନ କରାଯାଇଛି ।