Odisha News: ଜିଲ୍ଲାପାଳଙ୍କ ପ୍ରଚଣ୍ଡ ପ୍ରତିଜ୍ଞା, ଜିଲ୍ଲାରେ ଘରେ ଘରେ ପହଞ୍ଚାଇବେ ପାନୀୟ ଜଳ
Advertisement
Article Detail0/zeeodisha/odisha1835642

Odisha News: ଜିଲ୍ଲାପାଳଙ୍କ ପ୍ରଚଣ୍ଡ ପ୍ରତିଜ୍ଞା, ଜିଲ୍ଲାରେ ଘରେ ଘରେ ପହଞ୍ଚାଇବେ ପାନୀୟ ଜଳ

କେନ୍ଦୁଝର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି। କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା। ତେଣୁ

Odisha News: ଜିଲ୍ଲାପାଳଙ୍କ ପ୍ରଚଣ୍ଡ ପ୍ରତିଜ୍ଞା, ଜିଲ୍ଲାରେ ଘରେ ଘରେ ପହଞ୍ଚାଇବେ ପାନୀୟ ଜଳ

Odisha News: କେନ୍ଦୁଝର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି। କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା। ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଖଣିଜ ଅଂଶ ରହିଥିବାରୁ ତାହା ପିଇବା ଉପଯୋଗୀ ହୋଇନଥାଏ। ତେଣୁ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲାଗି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳରେ ମୁଖ୍ୟତଃ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି।

ଜିଲ୍ଲାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ୫ଟି ବୃହତ୍ ଗ୍ରାମ୍ୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ତା’ ଭିତରୁ ୪ଟି ପ୍ରକଳ୍ପ ଲାଗି ଓମ୍ବାଡସି ପୂର୍ଣ୍ଣ ସହାୟତା ଦେଉଛି। ଅନ୍ୟ ଗୋଟିଏ ପ୍ରକଳ୍ପ ପାଇଁ ଓମ୍ବାଡସି ସହ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଉଛି। ଆଗରୁ ପିଇବା ପାଣି ପାଇବା ଲାଗି ଆମକୁ ବହୁତ ଅସୁବିଧା ହେଉଥିଲା। ଏଥିପାଇଁ ଅନେକ ସମୟରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା। କିନ୍ତୁ ଏବେ ଘର ପାଖରେ ପାଇପ୍ ଯୋଗେ ସୁବିଧାରେ ପାଣି ମିଳୁଛି। ଏଥିରେ ମୁଁ ରୋଷେଇବାସ କରିବା ସହିତ ଅନ୍ୟ ଘରୋଇ କାମରେ ପାଣିକୁ ବ୍ୟବହାର କରିପାରୁଛି। ମୋର ସମୟ ମଧ୍ୟ ବଞ୍ଚୁଥିବାରୁ ଏବେ ମୁଁ ଅନ୍ୟ କାମ କରିପାରୁଛି’’, କହନ୍ତି ହାଟଡିହି ବ୍ଲକ୍ ବାଙ୍ଗୋର ଗ୍ରାମପଞ୍ଚାୟତର ଜଣେ ଗୃହିଣୀ ଜ୍ୟୋତ୍ସ୍ନାରାଣୀ ଧଳ।କେନ୍ଦୁଝର ଜିଲ୍ଲାରେ ଚାଲିଥିବା ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ହାଟଡିହି ବ୍ଲକରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। 

ଏହାଦ୍ୱାରା ୧୯ଟି ଗାଁର ଲୋକଙ୍କୁ ଦୁଆର ମୁହଁରେ ସୁବିଧାରେ ପିଇବା ପାଣି ମିଳିପାରୁଛି। ଆଗାମୀ ଦିନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ମୋଟ ୧୫୫୮ଟି ଗାଁର ୨ ଲକ୍ଷ ୮୧ ହଜାରରୁ ଅଧିକ ପରିବାର ବିଶେଷ ଉପକୃତ ହେବେ।ସହରାଞ୍ଚଳ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର କରିଛନ୍ତି ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’। ଏହି ଯୋଜନା ଅଧୀନରେ ଜିଲ୍ଲାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଆନନ୍ଦପୁର ଓ ଚମ୍ପୁଆ ସହରାଞ୍ଚଳରେ ଓମ୍ବାଡସି ସହାୟତାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ବର୍ତ୍ତମାନ ଏଥିରୁ କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ୨୪ ହଜାର ୫୨୫ ପରିବାର ଉପକୃତ ହେଉଛନ୍ତି। ସେମାନଙ୍କ ପାଇଁ ପାଣିକୁ ନେଇ ଆଗରୁ ଯେଉଁ ସମସ୍ୟା ଥିଲା, ତାହା ଏବେ ଦୂର ହୋଇପାରିଛି। 

ତେଣୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜିଲ୍ଲାର ୫ଟି ସହରାଞ୍ଚଳର ମୋଟ ୪୫ ହଜାର ୭୪୫ ଘରକୁ ୨୪ ଘଣ୍ଟା ପାନୀୟ ଜଳ ମିଳିପାରିବ।ସହରାଞ୍ଚଳରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ମିଟର ରିଡିଂ ଓ ପାଣି ବିଲ୍ ଆଦାୟ କରିବା ସହ ଜଳର ମାନ ପରୀକ୍ଷା କରୁଛନ୍ତି। ଏହାଫଳରେ ସହାରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ହେବା ସହିତ ମିଶନ ଶକ୍ତିର ମା’ମାନଙ୍କ ଜୀବିକା ସୁନିଶ୍ଚିତ ହୋଇପାରୁଛି।ଦୈନନ୍ଦିନ ଜୀବନରେ ଶୁଦ୍ଧ ଜଳ ହେଉଛି ଲୋକଙ୍କ ପାଇଁ ଏକ ପ୍ରମୁଖ ଆବଶ୍ୟକତା। ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ମିଳିତ ଜାତିସଂଘର ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ମଧ୍ୟରେ ଅନ୍ୟତମ। କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରାଯାଉଛି। ଖୁବଶୀଘ୍ର ଏଗୁଡ଼ିକର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ।

କେନ୍ଦୁଝର ଜିଲ୍ଲା ଦେଇ ଅନେକ ନଦୀ ପ୍ରବାହିତ ହେଉଛି। ଏହି ଜଳ ଉତ୍ସଗୁଡ଼ିକରୁ ଇନଟେକ ୱେଲ ମାଧ୍ୟମରେ ପାଣି ଉଠାଯାଉଛି। ଏହାକୁ ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଆଧୁନିକ ପ୍ରକ୍ରିୟାରେ ବିଶୋଧନ କରାଯାଇ ପାଇପ୍ ଯୋଗେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଯାଇବା ଲାଗି ପ୍ରଶାସନ ପ୍ରାଥମିକତା ଦେଉଛି।

Also Read: Weather Update: ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ବିଭାଗ ପକ୍ଷରୁ ଆର୍ଲଟ ଜାରି

Also Read: Puri: ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ତିଆରି ହେବ ଦିବ୍ୟାଙ୍ଗ ରାମ୍ପ, ଖୁବଶୀଘ୍ର ମରାମତି ହେବ ନାଟମଣ୍ତପ ଫାଟ

Also Read: Dengue Cases: ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ରୋଗ, ଡାକ୍ତରଖାନାରେ ମିଳୁନି ବେଡ୍