Onion Price: ୨ ସପ୍ତାହରେ ପିଆଜ ଦର ହେଲା ଡବଲ୍, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2290318

Onion Price: ୨ ସପ୍ତାହରେ ପିଆଜ ଦର ହେଲା ଡବଲ୍, ଜାଣନ୍ତୁ କାରଣ

Onion Price Hike:  କୁହାଯାଉଛି ଯେ, ଇଦ୍‌-ଉଲ୍‌-ଆଧା ଥିବା କାରଣରୁ ଦର ବୃଦ୍ଧି ପାଇଛି । ଅନ୍ୟପଟେ ବ୍ୟବସାୟୀମାନେ ଏହା ମଧ୍ୟ କହୁଛନ୍ତି ଯେ, ନୂଆ ଉତ୍ପାଦିତ ପିଆଜ ଆସିବା ବିଳମ୍ବ ହେବା କାରଣରୁ ଦାମ୍ ବଢ଼ିଛି । କେବଳ ସେତିକି ନୁହେଁ କିଛି ଅସାଧୁ ବ୍ୟବସାୟୀ ପିଆଜ ମହଜୁତ ରଖି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । 

Onion Price: ୨ ସପ୍ତାହରେ ପିଆଜ ଦର ହେଲା ଡବଲ୍, ଜାଣନ୍ତୁ କାରଣ

Onion Price: ମାତ୍ର ୨ ସପ୍ତାହ ମଧ୍ୟରେ ଦେଶର ଅନେକ ସ୍ଥାନ ଗୁଡିକରେ ପିଆଜ ଦର ବଢିବାରେ ଲାଗିଛି । ଦେଶର ସବୁଠୁ ବଡ଼ ପିଆଜ ପାଇକାରୀ ବଜାର ମହାରାଷ୍ଟ୍ରରେ ଥିବା ଲାସାଲଗାଓଁ ମଣ୍ଡିରେ ପିଆଜର ପାଇକାରୀ ଦାମ୍ ମେ ୨୫ରେ ୧୭ ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହା କେଜି ପିଛା ୨୬ ଟଙ୍କାରେ ପହଞ୍ଚିଛି । କହିବାକୁ ଗଲେ ଗତ ୨ ସପ୍ତାହରେ ପିଆଜ ଦାମ ୫୦ ପ୍ରତିଶତ ବଢିଛି । ଉନ୍ନତ ମାନର ପିଆଜର ଦାମ କେଜି ପିଛା ୩୦ ଟଙ୍କାରେ ବିକ୍ରି ହେଉଛି ।

ତେବେ ପିଆଜ ଦର ବୃଦ୍ଧିର ଭିଭିନ୍ନ କାରଣ ସବୁ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଇଦ୍‌-ଉଲ୍‌-ଆଧା ଥିବା କାରଣରୁ ଦର ବୃଦ୍ଧି ପାଇଛି । ଅନ୍ୟପଟେ ବ୍ୟବସାୟୀମାନେ ଏହା ମଧ୍ୟ କହୁଛନ୍ତି ଯେ, ନୂଆ ଉତ୍ପାଦିତ ପିଆଜ ଆସିବା ବିଳମ୍ବ ହେବା କାରଣରୁ ଦାମ୍ ବଢ଼ିଛି । କେବଳ ସେତିକି ନୁହେଁ କିଛି ଅସାଧୁ ବ୍ୟବସାୟୀ ପିଆଜ ମହଜୁତ ରଖି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଚାହିଦା ପୂରଣ ମୁତାବକ ପିଆଜ ବଜାରକୁ ପହଞ୍ଚି ନପାରିବା କାରଣରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି ।

ପ୍ରତିବର୍ଷ ଜୁନ ମାସ ଆରମ୍ଭରୁ ଚାଷୀଙ୍କ ଉତ୍ପାଦିତ ନୂଆ ପିଆଜ ବଜାରରେ ବିକ୍ରି ହୋଇଥାଏ । କିନ୍ତୁ ଚଳିତଥର ପିଆଜ କମ ମାତ୍ରାରେ ଉତ୍ପାଦନ ହୋଇଥିବା କାରଣରୁ ଆଗକୁ ପିଆଜର ଦର ବଢିପାରେ ଭାବି ଚାଷୀ ଉତ୍ପାଦିତ ପିଆଜକୁ ବିକ୍ରି ନକରି ଷ୍ଟକ ରଖି ଦେଉଛନ୍ତି । କମ ଦରରେ ପିଆଜ ବିକ୍ରି କରିବାକୁ ଚାଷୀ କୃଣ୍ଠାବୋଧ କରୁଥିବା ଅଭିଯୋଗ ଆସିଛି । କେବଳ ସେତିକି ନୁହେଁ, ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା କଟକଣା କୋହଳ କରାଯିବା କାରଣରୁ ଶ୍ରୀଲଙ୍କା, ମାଲେସିଆ, ବାଂଲାଦେଶ ଓ ଅନ୍ୟାନ୍ୟ ଦେଶକୁ ପିଆଜ ରପ୍ତାନି ବୃଦ୍ଧି ପାଇଛି। ଏହା ମଧ୍ୟ ପିଆଜ ଦର ବୃଦ୍ଧିର କାରଣ ହୋଇପାରେ ବୋଲି ବ୍ୟବସାୟୀ କହିଛନ୍ତି । ଉଦ୍ୟାନ କୃଷି ଉତ୍ପାଦ ରପ୍ତାନି ସଂଘର ସଭାପତି ଅଜିତ ଶାହଙ୍କ କହିବା ଅନୁଯାୟୀ, ପ୍ରବଳ ଗୀଷ୍ମ ପ୍ରକୋପ ଏବଂ ଅଦିନିଆ ବର୍ଷା କାରଣରୁ କେବଳ ପିଆଜ ନୁହେଁ ଅନ୍ୟ ପରିବା ଦର ମଧ୍ୟ ବୃଦ୍ଧି ପାଇଛି । ସପ୍ତାହେ ମଧ୍ୟରେ ଆଳୁ, ଟମାଟୋ, ବାଇଗଣ, କୋବି ସମେତ ବିଭିନ୍ନ ପରିବା ଦର ପ୍ରାୟ ଦ୍ୱିଗୁଣିତ ହୋଇଛି । ଚାହିଦା ଅଧିକ ଆମଦାନୀ କମ କାରଣରୁ ଦର ଏପରି ବଢିଥିବା ସେ କହିଛନ୍ତି ।

Also Read- ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

Also Read- Trigrahi Yog: ତ୍ରିଗ୍ରାହୀ ଯୋଗର ପ୍ରଭାବ, ୫ ରାଶିରେ ହେବ ଏହି ପରିବର୍ତ୍ତନ