ନୂଆ ବର୍ଷରୁ ପୁରୀ ଚିତ୍ର ବଦଳାଇବାକୁ ପ୍ରୟାସ: ପ୍ରକଳ୍ପ ସରିଲେ ଲୋକଙ୍କୁ ମିଳିବ ଏହିସବୁ ସୁବିଧା
Advertisement
Article Detail0/zeeodisha/odisha1903067

ନୂଆ ବର୍ଷରୁ ପୁରୀ ଚିତ୍ର ବଦଳାଇବାକୁ ପ୍ରୟାସ: ପ୍ରକଳ୍ପ ସରିଲେ ଲୋକଙ୍କୁ ମିଳିବ ଏହିସବୁ ସୁବିଧା

ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାୟନ କରାଯାଉଛି ଅବଢ଼ା ଯୋଜନା। ଏହି ଯୋଜନା ଅଧୀନରେ ପୁରୀ ଶ୍ରୀମନ୍ଦିରର ଆଖପାଖ ବିକାଶ, ମଠଗୁଡ଼ିକର ପୁନରୁଦ୍ଧାର, ଯାତ୍ରୀଙ୍କ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ, ରଘୁନନ୍ଦନନ ଲାଇବ୍ରେରୀ, ମୂଷା ନଈ, ଅଠର ନଳା, ସେବାୟତଙ୍କ ପାଇଁ ଗୃହ, ହସ୍‍ପିଟାଲ, ହବିଷ୍ୟାଳିଙ୍କ ପାଇଁ ଘର, ଷ୍ଟାଡିୟମ, ପୁରୀରେ ଭଲ ରାସ୍ତା ପ୍ରଭୃତି ଅନ୍ୟତମ। 

ନୂଆ ବର୍ଷରୁ ପୁରୀ ଚିତ୍ର ବଦଳାଇବାକୁ ପ୍ରୟାସ: ପ୍ରକଳ୍ପ ସରିଲେ ଲୋକଙ୍କୁ ମିଳିବ ଏହିସବୁ ସୁବିଧା

ଭୁବନେଶ୍ୱର: ପୁରୀ ସହରର ଚିତ୍ର ବଦଳିବ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା, ଗାଡ଼ି ପାର୍କିଂ କରିବାଠୁ ଆରମ୍ଭ କରି ମନ୍ଦିର ଦର୍ଶନ ପାଇଁ ଏକ ଅଲଗା ଅନୁଭୂତି ଦେବା ଲାଗି ପ୍ରଶାସନ ପ୍ରସ୍ତୁତ ହେଉଛି। ଏଥିଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡଆନ (vk pandian) ଆଜି ପାହାନ୍ତାରୁ ପ୍ରକଳ୍ପ ସମୀକ୍ଷା କରି ନିର୍ଦ୍ଧାରିତ ଏଜେନ୍ସୀଙ୍କୁ ଡିସେମ୍ବର ଡେଡ୍‍ଲାଇନ୍‍ ଦେଇଛନ୍ତି। 

ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାୟନ କରାଯାଉଛି ଅବଢ଼ା ଯୋଜନା। ଏହି ଯୋଜନା ଅଧୀନରେ ପୁରୀ ଶ୍ରୀମନ୍ଦିରର ଆଖପାଖ ବିକାଶ, ମଠଗୁଡ଼ିକର ପୁନରୁଦ୍ଧାର, ଯାତ୍ରୀଙ୍କ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ, ରଘୁନନ୍ଦନନ ଲାଇବ୍ରେରୀ, ମୂଷା ନଈ, ଅଠର ନଳା, ସେବାୟତଙ୍କ ପାଇଁ ଗୃହ, ହସ୍‍ପିଟାଲ, ହବିଷ୍ୟାଳିଙ୍କ ପାଇଁ ଘର, ଷ୍ଟାଡିୟମ, ପୁରୀରେ ଭଲ ରାସ୍ତା ପ୍ରଭୃତି ଅନ୍ୟତମ। ଏଥିରୁ ହବିଷ୍ୟାଳିଙ୍କ ପାଇଁ ଘର ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନେକ ମୌଳିକ ପ୍ରକଳ୍ପ ନିର୍ମାଣାଧୀନ ରହିଛି। 

ସମୁଦାୟ ୩୨୦୮ କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି।  ୨୦୧୭-୧୮ ରେ ଏହି ପ୍ରକଳ୍ପ ଲାଗି ଅନୁମତି ମିଳିଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ୩ ବର୍ଷ ସମୟ ସୀମା ଧାର୍ଯ୍ୟ କରିଥିଲେ। କିନ୍ତୁ ଏ ଭିତରେ ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀ ସେତୁ, ପାର୍କିଂ, ସେବାୟତଙ୍କ ପାଇଁ ଘର, ମୂଷା ନଦୀ ବିକାଶ, ଅଠର ନଳା ବିକାଶ, ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳ, ମଠଗୁଡ଼ିକର ପୁନରୁଦ୍ଧାର ଆଦି ପ୍ରକଳପ କାର୍ଯ୍ୟ କେଉଁଠି ଆରମ୍ଭ କରାଯାଇ ନି ତ କେଉଁଠି ଅଧାପନ୍ତରିଆ ପଡ଼ି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଭଙ୍ଗାଯାଇଥିବା ମଠଗୁଡ଼ିକର ଐତିହ୍ୟ ରକ୍ଷା ପାଇଁ ଯେଉଁ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ତାହା ଏଯାଏ ଆରମ୍ଭ ହୋଇ ନାହିଁ। 

ଏଭଳି ସ୍ଥଳରେ ସରକାରଙ୍କ ଭାବମୂର୍ତ୍ତି ବଞ୍ଚାଇବା ତଥା ଆଗନ୍ତୁକଙ୍କୁ କିଛି ନୂଆ ଅନୁଭୂତି ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ନିର୍ମାଣାଧୀନ ଶ୍ରୀ ସେତୁ ଏବଂ ପାର୍କିଂ ସ୍ଥଳ (Parking lot)କୁ ଡିସେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଢ଼ କିଲୋମିଟର ଲମ୍ବା ଏହି ଶ୍ରୀ ସେତୁ ପଯର୍ଯ୍ୟଟକଙ୍କୁ ପୁରୀ ପହଞ୍ଚାଇବାରେ ବିଶେଷ ସହାୟକ ହେବ। ଏହି ସେତୁକୁ ଡିସେମ୍ବର ସୁଦ୍ଧା ଖୋଲି ଆଗନ୍ତୁକଙ୍କୁ ପୁରୀ ଭ୍ରମଣର ଏକ ନୂଆ ଅନୁଭବ ଦେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଏଥିଲାଗି ଭିକେ ପାଣ୍ଡିଆନ୍‍ ଆଜି ବିଭିନ୍ନ ଏଜେନ୍ସୀକୁ ତାଗିଦ୍‍ କରିଛନ୍ତି। ରାତ୍ରୀ ସମୟରେ ଅଧିକ ଲୋକଙ୍କୁ ଲଗାଇ କାମ କରିବାକୁ ଭିକେ ପାଣ୍ଡିଆାନ କହିଛନ୍ତି। ଏସ୍‍ଟିପି, ଇଲେକ୍ଟ୍ରିକାଲ୍‍ କାମ ଶୀଘ୍ର ସାରିବାକୁ କହିଛନ୍ତି ଭିକେ ପାଣ୍ଡିଆାନ୍‍। ରାତି ୪ଟାରୁ ପ୍ରକଳ୍ପ ଅନୁଧ୍ୟାନ ଲାଗି ପୁରୀ ଯାଇଥିବା ଶ୍ରଅୀ ପାଣ୍ଡିଆନଙ୍କୁ ପୁରୀ ଜିଲ୍ଲାପାଳ (Puri District Collector), ଏସ୍‍ପି, ସିଡିଏମ୍‍ଓ, ଓବିସିସିର ଏମ୍‍ଡି ପ୍ରମୁଖ ସମୀକ୍ଷାରେ ସହାୟକ ହୋଇଛନ୍ତି।

Also Read- History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !

Also Read- Online Shopping: ପାର୍ବଣ ଋତୁରେ ମାତିବେ ଫ୍ରଡ୍ ଷ୍ଟାର, ଅନଲାଇନ୍ ସପିଂ ବେଳେ ରୁହନ୍ତୁ ସତର୍କ