Advertisement
Article Detail0/zeeodisha/odisha2288612
Zee OdishaOdisha StateSri Mandira: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ, ଚାରିଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍

Sri Mandira: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ, ଚାରିଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍

ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲାପାଳ। ସେ କହିଲେ ଯେ, ଯେଉଁ କେତେକ ଗଣମାଧ୍ୟମରେ ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସମ୍ପର୍କରେ ଖବର ପ୍ରକାଶ ପାଇଛି ତାହା ଠିକ୍ ନୁହେଁ। ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ସମ୍ପର୍କରେ କୌଣସି ବୈଠକ ବା ନିଷ୍ପତ୍ତି ହୋଇନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏହି ନିଷ୍ପତ୍ତି ନେବାରେ ଜିଲ୍ଲାପାଳ ଅଧିକୃତ ନୁହନ୍ତି ବୋଲି ସ୍ଷଷ୍ଟ କରିଛନ୍ତି।

Sri Mandira: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ, ଚାରିଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍

Sri Mandira: ଭୁବନେଶ୍ଵର, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଚାରିଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କରିଛି ଟିମ୍। ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ପରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ବୃନ୍ଦ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭବତଃ ଏ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ କ୍ଷେତ୍ର ପ୍ରସ୍ତୁତ କରୁଥିବା କୁହାଯାଉଛି। କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଚାରିଦ୍ବାରରେ ଉନ୍ମୁକ୍ତ ଥିଲା। କୋଭିଡ୍ ଯୋଗୁ ଭକ୍ତଙ୍କ ପ୍ରବେଶରେ ରୋକ୍‌ ଲାଗିଥିଲା।

ସୂଚନାଯୋଗ୍ୟ ଯେ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ। ଆସନ୍ତାକାଲି ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଥିବାରୁ ୪ ଦିନ ମଧ୍ୟରେ ଚାରିଦ୍ବାର ଖୋଲିବା ନେଇ ବିଜେପିର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଦୃଷ୍ଟିରୁ ୧୩ ତାରିଖ ବେଳକୁ ଭକ୍ତମାନଙ୍କ ପ୍ରବେଶ ଲାଗି ଚାରିଦ୍ବାରରେ କୌଣସି ପ୍ରତିବନ୍ଧକ ନଥିବ। ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି। 
ଅନ୍ୟପଟେ କୋଭିଡ୍‌ ମହାମାରୀ ଦୂର ହେବାପରେ ମଧ୍ୟ ପ୍ରଶାସନ ସିଂହଦ୍ବାର ବ୍ୟତୀତ ଅନ୍ୟ କୌଣସି ଦ୍ବାର ଦେଇ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ। ଭକ୍ତଙ୍କୁ କେବଳ ଗୋଟିଏ ଦ୍ବାର ଦେଇ ପ୍ରବେଶ ସୁଯୋଗ ମିଳୁଥିବାରୁ ବହୁ ଭକ୍ତଙ୍କୁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଯେଉଁଥିପାଇଁ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଦାବି ନେଇ ବହୁଦିନ ହେଲା ଦାବି ହୋଇ ଆସୁଥିଲା।

ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଗତବର୍ଷ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିବାପରେ ଗତବର୍ଷ ଜୁଲାଇ ୨୪ ତାରିଖରେ କେବଳ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିଥିଲା। ତେବେ ଚାରିଦ୍ବାର ଖୋଲିବା ନେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ବାରମ୍ବାର ଦାବି କରି ଆସୁଥିବା ବେଳେ ଏହା ଖୁବ ଶୀଘ୍ର ସମାଧାନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

Add Zee News as a Preferred Source

ସେପଟେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲାପାଳ। ସେ କହିଲେ ଯେ, ଯେଉଁ କେତେକ ଗଣମାଧ୍ୟମରେ ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସମ୍ପର୍କରେ ଖବର ପ୍ରକାଶ ପାଇଛି ତାହା ଠିକ୍ ନୁହେଁ। ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ସମ୍ପର୍କରେ କୌଣସି ବୈଠକ ବା ନିଷ୍ପତ୍ତି ହୋଇନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏହି ନିଷ୍ପତ୍ତି ନେବାରେ ଜିଲ୍ଲାପାଳ ଅଧିକୃତ ନୁହନ୍ତି ବୋଲି ସ୍ଷଷ୍ଟ କରିଛନ୍ତି।

About the Author