odisha news : ସପ୍ତଶଯ୍ୟାରେ ନିଖୋଜ ଥିବା ୫ ଯୁବକଙ୍କୁ ଉଦ୍ଧାର କଲା ପୁଲିସ
Advertisement
Article Detail0/zeeodisha/odisha2315636

odisha news : ସପ୍ତଶଯ୍ୟାରେ ନିଖୋଜ ଥିବା ୫ ଯୁବକଙ୍କୁ ଉଦ୍ଧାର କଲା ପୁଲିସ

Police have rescued : ଗତକାଲି ନିଖୋଜ ଥିବା ୫ ଯୁବକଙ୍କୁ ଉଦ୍ଧାର କରିଛନ୍ତି ପୁଲିସ ଓ ବନ ବିଭାଗ କର୍ମଚାରୀ। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

Saptasajya Missing case

odisha news : ଗତକାଲି ନିଖୋଜ ଥିବା ୫ ଯୁବକଙ୍କୁ ଉଦ୍ଧାର କରିଛନ୍ତି ପୁଲିସ ଓ ବନ ବିଭାଗ କର୍ମଚାରୀ। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିବା କଟକ ଜିଲ୍ଲାର ୫ ଜଣ ଯୁବକ ଗତକାଲି(ରବିବାର) ସଂଧ୍ୟାରେ ଜଙ୍ଗଲ ଭିତରେ ନିଖୋଜ ହୋଇଯାଇଥିଲେ।ମନ୍ଦିର ଦର୍ଶନ କରିବା ପରେ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବା ଲାଗି ଯାଇଥିବା ବେଳେ ଫେରି ନଥିଲେ ଯୁବକ।ବାଟ ନ ପାଇବାରୁ ଘରକୁ ଫୋନ କରି ଜଣାଇଥିଲେ ଯେ, ଆମେ ତଳକୁ ଆସିପାରୁନୁ। ପରିବାର ଲୋକଙ୍କଠାରୁ ସୂଚନା ପାଇ 
ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ବହୁତ୍  ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ସେମାନଙ୍କର ଖବର ମିଳିଥିଲା।

କଟକ ଲିଙ୍କ ରୋଡ୍‌ ଅଞ୍ଚଳର ଅରଖିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଯାଇଥିଲେ।ସନ୍ଧ୍ୟା ହୋଇଯିବାରୁ ଘଞ୍ଚ ଜଙ୍ଗଲରେ ଫେରିବାକୁ ବାଟ ପାଇ ନଥିଲେ।  ପରିବାର ଲୋକଙ୍କୁ ଏ ସଂକ୍ରାନ୍ତରେ ଫୋନ୍ କରି ଜଣାଇଥିଲେ। ପରିବାର ଲୋକେ ମଧୁପାଟଣା ଥାନାରେ ଅବଗତ କରିଥିଲେ। ମଧୁପାଟଣା ଥାନା ପୁଲିସ ଏ ସଂକ୍ରାନ୍ତରେ ତୁରନ୍ତ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ଅବଗତ କରିଥିଲା।