Potato Price: ଖାଉଟିଙ୍କୁ ମିଳିବ ୧୫ଟଙ୍କାରେ ଆଳୁ !
Advertisement
Article Detail0/zeeodisha/odisha2387612

Potato Price: ଖାଉଟିଙ୍କୁ ମିଳିବ ୧୫ଟଙ୍କାରେ ଆଳୁ !

 ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଳୁ ଗାଡି ପହଞ୍ଚିଛି । ଗତକାଲି ୬୧୭ ବସ୍ତା ଆଳୁ ଆସିଥିବା ସମୟରେ ଆଜି ୬୦୨ ବସ୍ତା ଆଳୁ ଆସି ପହଞ୍ଚିଛି ।

Potato Price: ଖାଉଟିଙ୍କୁ ମିଳିବ ୧୫ଟଙ୍କାରେ ଆଳୁ !

ଭୁବନେଶ୍ୱର: ଆଳୁ ଦର ବୃଦ୍ଧି ପାଇଁ ଖାଉଟି କିଛିଦିନ ହେବ ଚିନ୍ତାରେ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ ଚଢା ଦରରେ ବିକା ହେବା କାରଣରୁ ରୋଷେଇ ଘରେ ପଡିଥିଲା ଚଡକ । କିନ୍ତୁ ବର୍ତ୍ତମାନ ସମସ୍ୟାର ଅନ୍ତ ହେବାକୁ ଯାଉଛି । ଆଳୁ ଅଧକେଜିକୁ ୧୫ଟଙ୍କା ଅର୍ଥାତ କେଜି ପିଛା ୩୦ ଟଙ୍କାରେ ଖାଉଟିଙ୍କୁ ଦିଆଯିବ । ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଳୁ ଗାଡି ପହଞ୍ଚିଛି । ଗତକାଲି ୬୧୭ ବସ୍ତା ଆଳୁ ଆସିଥିବା ସମୟରେ ଆଜି ୬୦୨ ବସ୍ତା ଆଳୁ ଆସି ପହଞ୍ଚିଛି ।

ଆପଣଙ୍କୁ କହିରଖୁଛୁ ଯେ, ପଞ୍ଚିମବଙ୍ଗରୁ ଆଳୁ ଗାଡି ରାଜ୍ୟକୁ ପ୍ରବେଶ ନକରିବା କାରଣରୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଏପରି କି କିଛି ଦିନ ତଳେ ଆଳୁ କେଜି ପିଛା ୫୦ରୁ ୬୦ ଟଙ୍କା ଦରରେ ବିକ୍ରି କରାଯାଉଥିଲା । ସରକାର ଘଟଣାରେ ହସ୍ତକ୍ଷେପ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ । ଆଳୁ ଦର ସମ୍ପର୍କରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ପରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେବା ସହ ରାଜ୍ୟକୁ ଉତ୍ତରପ୍ରଦେଶରୁ ଆଳୁ ଆସିଥିଲା । ଦରକାର ପଡିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଖାଦ୍ୟ ସୁରକ୍ଷା ତଥା ଯୋଗାଣ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ । ପଶ୍ଚିମବଙ୍ଗରୁ ଆଳୁ ନଆସିବା ପରେ ଆଳୁକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିରୋଧିଦଳର ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଥିଲେ । ଓଡ଼ିଶା ରାସ୍ତା ଦେଇ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟ୍ରକ ଗୁଡିକୁ ମଧ୍ୟ କିଛି ଲୋକ ଅଟକ ରଖିଥିବା କଥା ସାମ୍ନାକୁ ଆସିଥିଲା । ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାକୁ ଆଳୁ ଗାଡି ନଛାଡିବା କାରଣରୁ କିଛି ଆଳୁ ଗାଡି ଅନ୍ୟ ରାସ୍ତା ଦେଇ ରାଜ୍ୟକୁ ପ୍ରବେଶ କରିବା ପରେ ସୀମା ନିକଟବର୍ତ୍ତୀ ରାସ୍ତା ଗୁଡିକରେ ଯାଞ୍ଚ କରିବା ପାଇଁ ପଶ୍ଚମବଙ୍ଗ ପୋଲିସ ପକ୍ଷରୁ ସିସିଟିଭି ଲଗାଯାଇଥିଲା । ଅନ୍ୟପଟେ ଉତ୍ତରପ୍ରଦେଶରୁ ଆଳୁ ଆସିବା ପରେ ଗାଡି ଭଡା ଅଧିକ ପଡୁଥିବାରୁ ତାହା ମଧ୍ୟ ଆଳୁଦରକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଯୋଗାଣ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ରେଡ୍ କରାଯାଇ ଆଳୁ ଚଢାଦରରେ ନ ବିକିବାକୁ ପରାମର୍ଶ ଦିଆଯାଇଥିଲା ।

ତେବେ ସବୁ ପରେ ବର୍ତ୍ତମାନ ମଧ୍ୟ ରାଜ୍ୟରୁ ଆଳୁ ଅଭାବ ସମ୍ପୂର୍ଣ୍ଣ ଦୂର ହୋଇନାହିଁ । ଏବେ ମଧ୍ୟ ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡିକରେ ଆଳୁ କେଜି ପିଛା ୪୦ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ରହିଛି । ଖୁବଶୀଘ୍ର ଆଳୁ ଦର ନିୟନ୍ତ୍ରଣ ହେବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Also Read- ଜାତୀୟ ପୁରସ୍କାର ପରେ ଦର୍ଶକଙ୍କୁ ଧନ୍ୟବାଦ ଦେଲେ 'ଦମନ' ଟିମ୍

Also Read- ସାବାଡ୍ ହେବେ ଅପରାଧି ! ଜାଣନ୍ତୁ କଣ କହିଲେ ନୂଆ ଡିଜିପି ୱାଇବି ଖୁରାନିଆ