ଜାତୀୟ ପୁରସ୍କାର ପରେ ଦର୍ଶକଙ୍କୁ ଧନ୍ୟବାଦ ଦେଲେ 'ଦମନ' ଟିମ୍
Advertisement
Article Detail0/zeeodisha/odisha2387521

ଜାତୀୟ ପୁରସ୍କାର ପରେ ଦର୍ଶକଙ୍କୁ ଧନ୍ୟବାଦ ଦେଲେ 'ଦମନ' ଟିମ୍

ବଡ଼ ପରଦାରେ ଓଡ଼ିଆ ଫିଲ୍ମ ପୂର୍ବରୁ ଆଶାନୁରୂପ ବ୍ୟବସାୟ କରିପାରୁନଥିଲା । ଗୋଟିଏ ଧାରାର କାହାଣୀ ଦେଖି ଦେଖି ଦର୍ଶକେ ବିବ୍ରତ ବ୍ୟସ୍ତ ହୋଇପଡିଥିବା ବେଳେ କିଛି ଭିନ୍ନ ସ୍ବାଦ ଦେଉଥିବା ଫିଲ୍ମ ତାଙ୍କର ଦେଖିବାକୁ ଇଚ୍ଛା ରହିଥିଲା । ଏହି ଇଚ୍ଛାକୁ ପୂରଣ କରିଥିଲା ବାବୁଶାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । 

ଜାତୀୟ ପୁରସ୍କାର ପରେ ଦର୍ଶକଙ୍କୁ ଧନ୍ୟବାଦ ଦେଲେ 'ଦମନ' ଟିମ୍

ଭୁବନେଶ୍ୱର: ଆଜି ଭୁବନେଶ୍ଵର ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା ଦର୍ଶକମାନଙ୍କୁ ଦମନ ଟିମ୍ ଧନ୍ୟବାଦ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅଭିନେତା ବାବୁଶାନ୍ ମହାନ୍ତି, ପ୍ରଯୋଜକ ଦିପେନ୍ଦ୍ର ସାମଲ, ପିଙ୍କିସ୍ ପ୍ରଧାନ, ନିର୍ଦ୍ଦେଶକ ବିଶାଲ ମୈର୍ଯ୍ୟ, ଦେବୀ ପ୍ରସାଦ ଲେଙ୍କା, ସଂଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ମାର୍କେଟିଙ୍ଗ ମୁଖ୍ୟ ସମ୍ବିତ ଜେନା, ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ ପରଦାରେ ଓଡ଼ିଆ ଫିଲ୍ମ ପୂର୍ବରୁ ଆଶାନୁରୂପ ବ୍ୟବସାୟ କରିପାରୁନଥିଲା । ଗୋଟିଏ ଧାରାର କାହାଣୀ ଦେଖି ଦେଖି ଦର୍ଶକେ ବିବ୍ରତ ବ୍ୟସ୍ତ ହୋଇପଡିଥିବା ବେଳେ କିଛି ଭିନ୍ନ ସ୍ବାଦ ଦେଉଥିବା ଫିଲ୍ମ ତାଙ୍କର ଦେଖିବାକୁ ଇଚ୍ଛା ରହିଥିଲା । ଏହି ଇଚ୍ଛାକୁ ପୂରଣ କରିଥିଲା ବାବୁଶାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । ନିଚ୍ଛକ ସତ୍ୟ କାହାଣୀକୁ ବଡ ପରଦାରେ ଦର୍ଶାଇଥିଲେ କାହାଣୀର ଲେଖକ ଓ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। 

ଫିଲ୍ମ ‘ଦମନ’ରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଥିଲା । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଓ ଏଥିପାଇଁ ତାଙ୍କୁ କ'ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ଥିଲା, ତାହା ଦେଖିବାକୁ ମିଳିଥିଲା ଦମନ ମାଧ୍ୟମରେ । ସାଧାରଣ ଭାବରେ କହିବାକୁ ଗଲେ ମୂଳ କାହଣୀ ରହିଥିଲା ଦୁର୍ଗମ ଅଂଚଳରେ ମ୍ୟାଲେରିଆର ନିରାକରଣ । 

୨୦୨୨ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହେବା ସହିତ ପୁଣିଥରେ ଓଡ଼ିଆ ଦର୍ଶକେ ସିନେମା ହଲ ମୁହାଁ ହୋଇଥିଲେ । ଫିଲ୍ମରେ ବାବୁଶାନଙ୍କ ଜୀବନ୍ତ ଅଭିନୟ ସମସ୍ତଙ୍କ ମନ ଜିତିଥିଲା ଓ ଫିଲ୍ମକୁ ମିଳିଥିଲା ଅନେକ ପ୍ରଶଂସା । ତେବେ ଏହି ଫିଲ୍ମ ନାଁ ରେ ଯୋଡି ହୋଇଛି ଆଉ ଏକ ଟାଇଟିଲ । ଓଡ଼ିଆ ଫିଲ୍ମ ‘ଦମନ’କୁ ନେଇ ଆସିଛି ବଡ ଖବର । ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ହୋଇଛି ଘୋଷଣା । ଏଥିରେ 'ଦମନ' ହାତେଇଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ଟ୍ୟାଗ । 

ଏହି ପୁରସ୍କାର ସହିତ ଓଡିଆ ସିନେମା ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡ଼ିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ ନିର୍ଦ୍ଦେଶକଙ୍କୁ ଏହା ପ୍ରେରଣା ଦେବା ସହିତ ନୂଆ କିଛି କାମ କରିବାକୁ ମାର୍ଗ ଦେଖାଇବ ବୋଲି ଆଶା ଓ ବିଶ୍ବାସ ।

Also Read- Weekly Lucky Zodiac Sign: ବୁଦ୍ଧାଦିତ୍ୟ ରାଜଯୋଗ, ୧୯ରୁ ୨୫ ଅଗଷ୍ଟ ମଧ୍ୟରେ ୫ଟି ରାଶି ଭାଗ୍ୟବାନ

Also Read- ସାବାଡ୍ ହେବେ ଅପରାଧି ! ଜାଣନ୍ତୁ କଣ କହିଲେ ନୂଆ ଡିଜିପି ୱାଇବି ଖୁରାନିଆ