Jagannath Temple: ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଜଗିବେ ପ୍ରତିହାରୀ ସେବାୟତ
Advertisement

Jagannath Temple: ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଜଗିବେ ପ୍ରତିହାରୀ ସେବାୟତ

Jagannath Temple: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାରେ ପ୍ରଶାସନ ଫେଲ ମାରିବା ପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରବିବାର ଅର୍ଥାତ୍ ପଣା ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସିଂହଦ୍ବାରଠାରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରତିହାରୀ ସେବାୟତମାନେ ସିଂହଦ୍ବାରଠାରେ ଜଗିବେ ବୋଲି ସୂଚନା ମିଳିଛି ।

ଦୀର୍ଘ ବର୍ଷ ପରେ ଏହି ସେବା ପୁନଃ ପ୍ରଚଳନ ହେବାକୁ ଯାଉଥିବା ବେଳେ ରବିବାରଠାରୁ ୨ ଜଣ ପ୍ରତିହାରୀ ସେବକ ଶ୍ରୀମନ୍ଦିର ସିଂହଦ୍ବାରଠାରେ ଜଗିବା ପାଇଁ ନିୟୋଜିତ ହେବେ ବୋଲି ପ୍ରତିହାରୀ ନିଯୋଗ ନିଷ୍ପତ୍ତି ନେଇଛି । ପ୍ରଥମ ପର୍ଯ୍ୟାୟ ପଦକ୍ଷେପରେ ଶ୍ରୀମନ୍ଦିର ସିଂହଦ୍ବାର ଫିଟା ନୀତି ଠାରୁ ପହୁଡ଼ ନୀତି ପର୍ଯ୍ୟନ୍ତ ଏହି ସେବାୟତ ନିଯୋଜିତ ରହିବେ । ପ୍ରତିହାରୀ ନିଯୋଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିହାରୀ ସେବକ ଏହି ସେବା କରିବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ଅଧିକ ସିଂହଦ୍ବାର ପାଳିଆ ପର୍ଯ୍ୟାକ୍ରମେ ନିୟୋଜିତ ହେବେ ।

Also Read- Accident News: ବରଗଡ଼ ସୁଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

Also Read- Pana Sankranti 2024: ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟରେ ଏହି ସେବା ରହିଥିଲେ ହେଁ କୌଣସି କାରଣରୁ ଦୀର୍ଘ ବର୍ଷ ହେବ ଏହା ବନ୍ଦ ରହିଥିଲା । ଶ୍ରୀମନ୍ଦିରରେ ଅଣହିନ୍ଦୁ ମାନଙ୍କ ପ୍ରବେଶ ଯୋଗୁଁ ପ୍ରତିହାରୀ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହି ସେବାର ପୁନଃ ପ୍ରଚଳନ ପାଇଁ ଦୃଢ ଦାବି ଉପସ୍ଥାପିତ କରାଯାଇଥିଲା ।