Jagannath Temple: ବଡଦାଣ୍ତରେ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର କରିଡ଼ର ବ୍ୟବସ୍ଥା
Advertisement
Article Detail0/zeeodisha/odisha1988423

Jagannath Temple: ବଡଦାଣ୍ତରେ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର କରିଡ଼ର ବ୍ୟବସ୍ଥା

Puri: ଦିନକୁ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ସେପଟେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଅନେକ ସମୟରେ ତ ଭକ୍ତଙ୍କ ଲମ୍ବା ଲାଇନ ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବୁଛି । 

ସୌ(ସୋସିଆଲ ମିଡିଆ)

Puri Jagannath Temple: ଶ୍ରୀମନ୍ଦିରରେ (Jagannath Temple) ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ତରେ ହେବ ସ୍ବତନ୍ତ୍ର କରିଡ଼ର । ଶ୍ରଦ୍ଧାଳୁମାନେ ଏହି କରିଡ଼ର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ସେଥିପାଇଁ ମରଚିକୋଟ ଛକରୁ ବଡ଼ଦାଣ୍ଡରେ ସେଣ୍ଟ୍ରାଲ ଏସି ଟନେଲ୍‌ରେ ଭକ୍ତଙ୍କୁ ସିଂହଦ୍ବାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। 

ଦିନକୁ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ବଢିବାରେ ଲାଗିଛି । ସେପଟେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଅନେକ ସମୟରେ ତ ଭକ୍ତଙ୍କ ଲମ୍ବା ଲାଇନ ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବୁଛି । ତେବେ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଉଦ୍ଦଘାଟନ ହେବାକୁ ଯାଉଛି । ଏହାପରେ ଭକ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆକଳନ କରାଯାଉଛି । ତେଣୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଶେଡ଼ ବା ଶୀତତାପ ନିୟନ୍ତ୍ରିତ କରିଡ଼ର (AC Corridor) ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଭକ୍ତମାନେ ଏହି ଶେଡ଼ରେ ସୁବିଧାରେ ଯାଇ ମହାପ୍ରଭଙ୍କୁ ଦର୍ଶନ କରିପାରିବେ । ସେପଟେ ଟ୍ରାଫିକ ସମସ୍ୟା ଦୂର ପାଇଁ ଶ୍ରୀମନ୍ଦିରଠାରୁ ମରିଚକୋଟ ଛକ (Marchikot Chhak) ପର୍ଯ୍ୟନ୍ତ ଉଠାଦେକାନୀଙ୍କୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଏଣୁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଯେଉଁ ଉଠାଦୋକାନୀମାନେ ରହିଛନ୍ତି, ସେମାନଙ୍କୁ ହଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଭକ୍ତଙ୍କ ଗାଡି ପାର୍କିଂ ପାଇଁ ତିନୋଟି ମଲ୍ଟିଲେଭଲ ପାର୍କିଂ ବ୍ୟବସ୍ଥା କରାଯାଉଥିବା ବେଳେ ଜେଲରୋଡ଼ ପାର୍କିଂ କାର୍ଯ୍ୟକ୍ଷମ ହୋଇଛି । ଆଉ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ପାର୍କିଂଙ୍ଗ ଗୁଡିକ ବେଶ ଉପାଦେୟ ହେବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଏଥିପାଇଁ ଲୋକଙ୍କଠାରୁ ଫିଡ଼ବ୍ୟାକ (Feedback) ସଂଗ୍ରହ କରାଯାଉଛି ।

Also Read-Plus 2 Exam 2024: ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା

ଅନ୍ୟପଟେ ଶ୍ରୀସେତୁଠାରୁ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯିବ । ଶ୍ରଦ୍ଧାଳୁମାନେ ଏହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଯାତାୟତ କରିବେ । ସେହିପରି ବଡ଼ଦାଣ୍ତରେ ଭକ୍ତଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଆଉ ଏକ ବିକଳ୍ପ ରାସ୍ତା ନିର୍ମାଣ କରାଯିବ ।ବଡ଼ଦାଣ୍ତ (Badadanda) ଦେଇ ଆସୁଥିବା ଭକ୍ତମାନେ ଯେପରି ସୁବିଧାରେ ଶେଡ଼ରେ ଯାଇପାରିବେ ଓ ସେମାନଙ୍କ ଜିନିଷ ରଖିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।