Banakalagi Rituals: ବନକଲାଗି ନୀତିରେ ବିଭ୍ରାଟ, ଦର୍ଶନ ନ ପାଇ ହନ୍ତସନ୍ତ ଭକ୍ତ
Advertisement

Banakalagi Rituals: ବନକଲାଗି ନୀତିରେ ବିଭ୍ରାଟ, ଦର୍ଶନ ନ ପାଇ ହନ୍ତସନ୍ତ ଭକ୍ତ

Banakalagi Rituals: ବନକଲାଗି ନୀତିରେ (Banakalagi Rituals) ବିଭ୍ରାଟ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅପେକ୍ଷା କରି ହନ୍ତସନ୍ତ ହେଲେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । 

Banakalagi Rituals: ବନକଲାଗି ନୀତିରେ ବିଭ୍ରାଟ, ଦର୍ଶନ ନ ପାଇ ହନ୍ତସନ୍ତ ଭକ୍ତ

Banakalagi Rituals: ବନକଲାଗି ନୀତିରେ (Banakalagi Rituals) ବିଭ୍ରାଟ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅପେକ୍ଷା କରି ହନ୍ତସନ୍ତ ହେଲେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନୀତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ ୧୧ଟା ୨୫ ମିନିଟ୍ ରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ ହୋଇଥିଲା । ଗୁରୁବାର ଭୋର ୪ଟାରେ ତରବରିଆ ଭାବେ ପହୁଡ ନୀତି ହେବା ସହ ସକାଳ ୬ଟା ୧ରେ ଦ୍ଵାର ଫିଟିଥିଲା । ଫଳରେ ସକାଳୁ ଦର୍ଶନ ନ ପାଇ ହନ୍ତସନ୍ତ ହୋଇଥିଲେ ଭକ୍ତ । ପରେ ୭ଟା ୨୦ ମିନିଟ୍ ରେ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ଦର୍ଶନ ଅପେକ୍ଷାରେ ରହିଥିଲେ ।

ସେପଟେ ଗତ ୧୯ ତାରିଖରେ ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ, ନାଟମଣ୍ଡପ ମରାମତି କାମ ଥିବାରୁ ରାତି ୨ରୁ ଦ୍ଵାର ଫିଟା ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏବେଠାରୁ ନୀତିରେ ଅନିୟମିତତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Also Read- Weather Update: ଖରାରୁ ମିଳିବ ମୁକ୍ତି, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା!

Also Read- Joranda Magha Mela 2024: ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ