Puri News: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ
Advertisement
Article Detail0/zeeodisha/odisha1886313

Puri News: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ

Puri News: ଆଜି ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କ (mahaprabhu shri jagannatha) ପାର୍ଶ୍ୱ ପରିବର୍ତନ ଏକାଦଶୀ ନୀତି (Parswa Paribartan Ekadasi ritual) ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସଂନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନ ମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତି ବଢିବ ।

ସୌଜନ୍ୟ- ସୋସିଆଲ ମିଡି଼ଆ

Puri News: ଆଜି ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କ (mahaprabhu shri jagannatha) ପାର୍ଶ୍ୱ ପରିବର୍ତନ ଏକାଦଶୀ ନୀତି (Parswa Paribartan Ekadasi ritual) ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ । ସଂନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନ ମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତି ବଢିବ । 

Also Read: Road Accident: ବ୍ରେକ୍ ଫେଲ ହୋଇ ଘାଟିରୁ ଖସିଲା ମାଲ୍‌ ବୋଝେଇ ଟ୍ରକ୍‌, ଦୁଇ ମୃତ, ଏକାଧିକ ଆହତ

Also Read: Asian games 2023: ଏସିଆନ ଗେମ୍ସରେ ଦେଶକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ, ୭ରେ ପହଞ୍ଚିଲା ପଦକ ସଂଖ୍ୟା

ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ । ତେବେ ଆଜି ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର। ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ଟିକେ କରିବା ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ଜମିଛି। ଶ୍ରୀମନ୍ଦିର କାର୍ଯ୍ଯାଳୟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ନୀତି ଥିବାରୁ ମହାପ୍ରଭୁଙ୍କ ସାନିଧ୍ୟ ନେଉଛନ୍ତି ଭକ୍ତ। ସେପଟେ ଗତକାଲି ଶ୍ରୀକୃଷ୍ଣ ଲିଳାର ଥିଲା ଅନ୍ତିମ ଦିନ। ମହାପ୍ରଭୁ କଂସାସୁରକୁ ବଦ୍ଧ କରିଥିଲେ।

 

ମହାପ୍ରଭୁଙ୍କ ନିତି ସରିବା ପରେ ଅନ୍ଯାନ୍ଯ ନୀତି ବଢି ରାତି ୧୧ଟା ୫୫ମିନିଟରେ ବଡସିଂହାର ବେଶ ହୋଇ ପହୁଡ ହୋଇଥିଲେ। ସେପଟେ ଆଜି ବଡ ଏକାଦଶୀ ଥିବାରୁ ସଅଳ ନୀତି ଆରମ୍ଭ ହୋଇଛି। ସକାଳ ୫ଟା ୨୩ରେ ଵିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସିଂହଦ୍ଵାର ଫିଟିବା ସହ ୬ଟା ୨୩ରେ ଜୟ ବିଜୟ ଦ୍ୱାର ଫିଟିଥିଲା। ହେଲେ ବିଡମ୍ବନାର ବିଷୟ ଯେ ୬ଟା ୫୪ରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ବଢିଥିଲେ ସୁଦ୍ଧା ବିଳମ୍ବରେ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ବଡ ଏକାଦଶୀ ଭଳି ଏକ ପବିତ୍ର ଦିନରେ ମହାପ୍ରଭୁଙ୍କ ସୃଙ୍ଖଳିତ ଦର୍ଶନ କରୁଛନ୍ତି।