Puri News: ୧ରୁ ଆନନ୍ଦ ବଜାର ପାଇଁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ
Advertisement
Article Detail0/zeeodisha/odisha2404795

Puri News: ୧ରୁ ଆନନ୍ଦ ବଜାର ପାଇଁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ

Puri News: ପୁଣୀ ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ଲାଗି ସ୍ୱତନ୍ତ୍ର  ସୁରକ୍ଷା କର୍ମୀ ନିଯୁକ୍ତ ହେବେ। ଏଥିନେଇ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। 

Puri News: ୧ରୁ ଆନନ୍ଦ ବଜାର ପାଇଁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ

Puri News: ପୁଣୀ ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ଲାଗି ସ୍ୱତନ୍ତ୍ର  ସୁରକ୍ଷା କର୍ମୀ ନିଯୁକ୍ତ ହେବେ। ଏଥିନେଇ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅବସରପ୍ରାପ୍ତ ସୈନିକଙ୍କୁ ଏହି ସୁରକ୍ଷା କର୍ମୀ ଭାବେ ନିଯୁକ୍ତ ଦିଆଯିବ। ଏ ନେଇ  ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀମାନେ ସାକ୍ଷାତକାର ଦାଇଛନ୍ତି। ସମୁଦାୟ ୨୦ ଜଣଙ୍କୁ ତୃତୀୟ ପକ୍ଷ ଏଜେନ୍ସୀ ସହାୟତାରେ ନିଯୁକ୍ତି ଦିଆଯିବାକୁ ଶ୍ରୀମନ୍ଦିର ପ୍ରଶାସକ ସ୍ଥିର କରିଛି। 

ଏହି ସୁରକ୍ଷା କର୍ମୀ ଶ୍ରଦ୍ଧାଳୁ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ କିଣିବେ ତାକୁ ଧ୍ୟାନରେ ରଖିବେ। ବିଶେଷକରି ସୁଆର ଓ ଅଣ ସେବାୟତମାନେ ଯେଉଁଭଳି ଭାବେ ଆନନ୍ଦ ବଜାରରେ ଜୁଲମ କରୁଛନ୍ତି ତାହାକୁ ରୋକିବାକୁ ଚେଷ୍ଟା କରିବେ। ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି, ଭୋଗ ଉପଲବ୍ଧିକୁ ଏମାନେ ରୋକିବାରେ ସହାୟକ ହେବେ। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ର ସ୍ଥାନରେ ଯେମିତି ମହାପ୍ରସାଦ ବିକ୍ରି ରୋକାଯିବ ସେଥିପ୍ରତି ଧ୍ୟାନ ଦେବେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ। ଏମାନଙକ୍ ପାଇଁ ସ୍ୱତନ୍ତ୍ର ପୋଷାକ ପରିଧାନ ବ୍ୟବସ୍ଥା କରାଯିବ। ମିଳିଥିବା ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ ପଦବୀ ପୂରଣ ହେବ । ୧ ତାରିଖରୁ ଆନନ୍ଦ ବଜାରରେ ଏମାନେ ମୁତୟନ ହେବେ।